ମୋଦିଙ୍କୁ ସ୍କୁଲ ଛାତ୍ରଙ୍କ ୧ କି.ମିର ଲମ୍ବ ଚିଠି ! ପାକିସ୍ତାନ ବର୍ବରତାର ଦିଅ ଦୃଢ ଜବାବ

34

ସ୍କୁଲ ଛାତ୍ର ହେଲେ ପ୍ରତିଶୋଧ ପରାୟଣ । ପାକିସ୍ତାନ ସେନାର ବର୍ବରତା ଡେଇଁ ଗଲା ସବୁ ସୀମା । ଜମ୍ମୁ-କଶ୍ମୀରର ସୀମାରେ ଭାରତୀୟ ସୈନିକଙ୍କ ସହ ବର୍ବରତା ମାମଲାକୁ ନେଇ ସ୍କୁଲ ପିଲାମାନେ ଲେଖିଛନ୍ତି ଏକ ଚର୍ଚ୍ଚିତ ଚିଠି । ୧କିଲୋମିଟର ଲମ୍ବ ଏ ଚିଠି ସାଜିଛି ଆଲୋଚନାର ବିଷୟ । ଚିଠିରେ ଛାତ୍ରମାନେ ଯବାନ ମାନଙ୍କୁ ତାଙ୍କର ନ୍ୟାୟ ଦେବାକୁ କହିଛନ୍ତି ।

ସୂଚନା ଅନୁସାରେ , ସୋମବାର ଦିନ ଏଲଓସିରେ ପାକିସ୍ତାନର ଅମାନୁଷିକତା କାର୍ଯ୍ୟରେ ଦୁଇ ଭାରତୀୟ ଯବାନ ହୋଇଛନ୍ତି ସହିଦ୍ । ଜଣେ ଆର୍ମିର ନାୟବ ସୁବେଦାର ପରମଜିତ୍ ସିଂହ ଓ ଅନ୍ୟଜଣେ ବିଏସଏଫର ହେଡ୍ କନଷ୍ଟେବଲ ପ୍ରେମ ସାଗର ।

ମଙ୍ଗଳବାର ଦିନ ଆରଏସଡି ଏକାଡେମୀର ଛାତ୍ରମାନେ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରି ମୋଦିଙ୍କୁ ଲେଖିଥିଲେ ଚିଠି । ଏବଂ ଆଶା ରଖିଛନ୍ତି ପ୍ରଧାନମନ୍ତ୍ରୀ ଏହାର କଡା ଆଭିମୁଖ୍ୟ ଗ୍ରହଣ କରିବେ । ପାକିସ୍ତାନକୁ ଦେବେ ଦୃଢ ଜବାବ ।