ଆତ୍ମହତ୍ୟାର ସିଧା ପ୍ରସାରଣ ! ତରୁଣଙ୍କ ମୃତ୍ୟୁର ମୁହୂର୍ତ୍ତ

50

34ସୋସିଆଲ ମିଡିଆରେ ଆତ୍ମହତ୍ୟାର ସିଧା ପ୍ରସାରଣକୁ ନେଇ ଏବେ ଚାରିଆଡେ ଖୁବ୍ ଚର୍ଚ୍ଚା । ଜଣେ ୨୪ ବର୍ଷୀୟ ଯୁବକ ନିଜ ଆତ୍ମହତ୍ୟାର ସିଧାପ୍ରସାରଣକୁ ଫେସବୁକ ମାଧ୍ୟମରେ କରିଛନ୍ତି ।

ମୁମ୍ବାଇ ମିରର ରିପୋର୍ଟ ଅନୁସାରେ, ମୁମ୍ବାଇର ଏକ ୧୯ ମହଲା ହୋଟେଲରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଅର୍ଜୁନ ଭରଦ୍ୱାଜ ନାମକ ଏହି ଯୁବକ ।ମୁମ୍ବାଇର ନର୍ସି ମୁଂଜି କଲେଜର ବି.କମ୍ ତୃତୀୟ ବର୍ଷ ଛାତ୍ର ଅର୍ଜୁନ ଭରଦ୍ୱାଜ ବାନ୍ଦ୍ରାରେ ଥିବା ତାଜ୍ ହୋଟେଲର ଗତକାଲି ଅପରାହ୍ନ ୩ଟା ବେଳେ ଚେକ୍ ଇନ୍ କରିଥିଲେ । ଏହାର କିଛି ଘଂଟା ପରେ ସଂଧ୍ୟା ୬ଟା ୩୦ବେଳକୁ ସେ ଫେସବୁକରେ ନିଜ ମୃତ୍ୟୁର ସିଧା ପ୍ରସାରଣ କରିଥିଲେ  ।

ଆତ୍ମହତ୍ୟା କରିବା ପାଇଁ ୫ଟି ପଦକ୍ଷେପ ବିଷୟରେ କହି ସେ ୧୯ତମ ମହଲାରୁ ଡେଇଁ ଜୀବନ ହାରିଛନ୍ତି  । ମୃତ୍ୟୁ ପୂର୍ବରୁ ସେ ନିଜର ଏକ ୧ମିନିଟ୍ ୪୪ସେକେଣ୍ଡର ଭିଡିଓ ରେକର୍ଡ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି , ଅର୍ଜୁନ ଭରଦ୍ୱାଜ ଏକ ସିଗାରେଟ ଟାଣିବା ସହ , ମଦ ବୋତଲ ଧରି କହୁଛନ୍ତି , ‘ଆଜିର ଟ୍ୟୁଟୋରିଆଲ୍ ହେଉଛି ଯେ କେମିତି ଉଚ୍ଚ ସ୍ଥାନରୁ ଡେଇଁ ଆତ୍ମହତ୍ୟା କରାଯାଏ ’ । ଏହାପରେ ସେ ରହୁଥିବା ୧୯ତମ ମହଲାରୁ ଡେଇଁ ପଡିଛନ୍ତି ଅର୍ଜୁନ । ତାଙ୍କୁ ଉଦ୍ଧାର କରାଯାଇ ଲୀଲାବତି ହସ୍ପିଟାଲକୁ ନିଆଯାଇଥିବା ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସେ କାହିଁକି ଏପରି ପଦକ୍ଷେପ ନେଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି  ।

ଏହାସହ ମଧ୍ୟ ପଢନ୍ତୁ – ଏମିତି ଏକ ଅଜବ ମନ୍ଦିର ! ଏଠାରେ ମୂର୍ତ୍ତିଗୁଡିକ ହୁଅନ୍ତି କଥାବାର୍ତ୍ତା