ସ୍ୱପ୍ନ ଥିଲା ଦେଶ ପାଇଁ ଫୁଟବଲ ଖେଳିବା : ପରିବା ବିକ୍ରି କରି ମା’ ନିଜ ପୁଅର ଇଚ୍ଛା କଲେ ପୁରା

29

କନକ ବ୍ୟୁରୋ : ଫିଫା ଅଣ୍ଡର-୧୭ ୱର୍ଲ୍ଡ କପ୍ ପାଇଁ ଭାରତୀୟ ଟିମରେ ସାମିଲ ହୋଇଛନ୍ତି ଜ୍ୟାକସନ ସିଂହ । ଜଣେ ଫୁଟବଲ ଖେଳାଳୀ କରିବା ପାଇଁ ତାଙ୍କ ମା’ କରିଥିଲେ ଖୁବ୍ ସଂଘର୍ଷ । ୨ବର୍ଷ ପୂର୍ବରୁ ପିତାଙ୍କର ଚାକିରି ଚାଲିଗଲା ପରେ ମା ପରିବା ବିକ୍ରିକରି ପରିବାର ଚଳାଇଲେ । କିନ୍ତୁ ଏପରି କଠିନ ସମୟରେ ମଧ୍ୟ ଜ୍ୟାକସନଙ୍କର ଫୁଟବଲକୁ ନେଇ ଆଗ୍ରହ କମିନଥିଲା ।

ଏବେ ଏହି ମିଡଫିଲ୍ଡର ଫିଫା ଅଣ୍ଡର-୧୭ ବିଶ୍ୱ କପ୍ ରେ ଭାରତୀୟ ଟିମ୍ ର ସଦସ୍ୟ ସାଜିଛନ୍ତି । ଭାରତର ୨୧ ସଦସ୍ୟ ଯୁକ୍ତ ଟିମର ସଦସ୍ୟ ଜ୍ୟାକସନ ମଣିପୁର ର ଥୋଉବଲ୍ ଜିଲ୍ଲାର ହାଓଖା ମମାଙ୍ଗ ଗାଁର ଅଟନ୍ତି । ତାଙ୍କର ପିତା କୋଂଥୁଆଜମ୍ ଦେବେନ ସିଂକଙ୍କୁ ୨୦୧୫ରେ ପକ୍ଷାଘାତ ହୋଇଥିଲା ଏବଂ ସେ ମଣିପୁର ପୁଲିସରେ ଚାକିରି ଛାଡିଥିଲେ । ତାଙ୍କର ପରିବାର ର ଖର୍ଚ୍ଚ ମା’ ଇମ୍ପାଲର ଖୈରାମବନ୍ଧ ବଜାରରେ ପରିବା ବିକି ଚଳାଉଥିଲେ । ଏବଂ ଏଥିପାଇଁ ଘରଠାରୁ ୨୫ କିଲୋମିଟର ଦୂର ପ୍ରତିଦିନ ଯିବାକୁ ପଡୁଥିଲା ।

ଜ୍ୟାକସନ କହିଛନ୍ତି, ‘ ଯେବେ ମୁଁ ୨୦୧୦ରେ ଘରୁ ଚଣ୍ଡିଗଡ ଆସିଛି , ସେତେବେଳେ ସବୁ ଠିକ ଥିଲା । କିନ୍ତୁ ମୋର ପିତାଙ୍କୁ ୨୦୧୫ରେ ପକ୍ଷାଘାତ ହୋଇଥିଲା ଏବଂ ଏବେ ସେ ରୋଜଗାର କରିବାରେ ଅକ୍ଷମ । ମୋର ମା’ ଓ ଆଈ ଇମ୍ଫାଲରେ ପରିବା ବିକଥିକରିଥାନ୍ତି । ଏବଂ ଏଥିରେ ଆମର ଘର ଚଳେ ।’ ସେ କହିଛନ୍ତି, ମୁଁ ପିଲାଦିନୁ ଭାରତ ପାଇଁ ଖେଳିବାର ସ୍ୱପ୍ନ ଦେଖିଆସିଛି । ଏବଂ ଏବେ ମୋର ଜୀବନ ବଦଳୁଅଛି । ମୁଁ ବିଶ୍ୱ କପରେ ଭାରତର ଜର୍ସି ପିନ୍ଧିବାକୁ ଉତ୍ସୁକ । ଏହା ସହ ପରିବାରର ସ୍ଥିତି ନେଇ ବି ଚିନ୍ତିତ ରହୁଛି ।

ଜ୍ୟାକସନଙ୍କର ବଡ ଭାଇ ଜୋନିଚନ୍ଦ୍ର ସିଂହ କୋଲକତା ପ୍ରିମିୟର ଲିଗ୍ ରେ ପିୟରଲେସ୍ କ୍ଲବରୁ ଖେଳୁଅଛି । କିନ୍ତୁ ତାଙ୍କର ଆୟରୁ ପରିବାରର ଅବସ୍ଥାରେ ସେମିତି ସୁଧାର ଆସିନାହିଁ । ଜ୍ୟାକସନ ୨୦୧୫ରେ ଚୟନକର୍ତ୍ତାଙ୍କ ଉପେକ୍ଷାର ବି ଶିକାର ହେବାକୁ ପଡିଛି ଯେବେ ସେ ଚଣ୍ଡିଗଡରେ ଏକାଦେମୀରେ ଥିଲେ । ଏହା ସତ୍ୱେ ସେ ନିଜର ଆଗ୍ରହକୁ ଭାଂଗି ଦେଇନଥିଲେ । ଏବଂ ଅଣ୍ଡର ୧୭ ବିଶ୍ୱ କପ ପାଇଁ ଭାରତୀୟ ଟିମରେ ନିଜର ସ୍ଥାନ ବନାଇଛନ୍ତି । ପ୍ରଥମେ ଚଣ୍ଡିଗଡ ଫୁଟବଲ ଏକାଦେମୀ ସହ ଖେଳିଥିବା ଜ୍ୟାକସନ ପରେ ମନର୍ଭା ସହ ଜଡିତ ଓ ରାଷ୍ଟ୍ରୀୟ ଅଣ୍ଡର-୧୫ ତଥା ଅଣ୍ଡର-୧୬ ଟାଇଟଲ ଜିତିଥିବା ଟିମର ଅଧିନାୟକ ପଦ ବି ସମ୍ଭାଳିଛନ୍ତି ଜ୍ୟାକସନ ।