୧୮ ବର୍ଷ ପରେ ମା’କୁ ମିଳିଲା ଝିଅ : ଜନ୍ମ ହେବାର ୮ଘଂଟା ପରେ ହୋଇଥିଲା ନିଖୋଜ

33

ସେଦିନ ମା ଗର୍ଭରୁ ଜନ୍ମ 2 ୮ଘଂଟା ହୋଇଥିଲା। କାମିୟାହ ମୋବଲିକୁ ଜଣେ ମହିଳା ଚୋରି କରି ନେଇଯାଇଥିଲା । ସେଦିନଠୁ ନିଜ ଜନ୍ମ କଲା ମା’କୁ ହରାଇଥିଲା କାମିୟାହ । ଫ୍ଲୋରିଡାର ଏକ ହସ୍ପିଟାଲରେ ଘଟିଥିଲା ଏଭଳି ଏକ ଘଟଣା । ହସ୍ପିଟାଲରେ ଲାଗିଥିବା ଏକ କ୍ୟାମେରାରେ ଜଣେ ମହିଳା ଏକ ପିଲାକୁ ନେଇଯାଉଥିବାର ଦେଖିବାକୁ ମିଳିଥିଲା । ପୁଲିସ ଏହା ଜାଣିବା ପରେବି ଚୋରି ହୋଇଯାଇଥିବା ନବଜାତକୁ ଖୋଜିପାରିନଥିଲା । ହେଲେ ଶୁକ୍ରବାର ଦିନ ହଠାତ୍ ପୁଲିସ କହିଥିଲା ,୧୮ବର୍ଷତଳେ ହଜିଯାଇଥିବା କାମିୟାହକୁ ପୁଲିସ ପାଇଛି ।

gloriaପୁଲିସର ସୂଚନା ଅନୁସାରେ କାମିୟାହ ସାଉଥ୍ କାରୋଲିନାରେ ଜଣେ ମହିଳାଙ୍କ ସହ ରହୁଛି । ଯାହାକୁ ସେ ନିଜର ମା’ ବୋଲି ମାନୁଛି । ପୁଲିସ ଗ୍ଲୋରିଆ ଉଇଲିୟମ୍ସ ନାମକ ଏହି ମହିଳାଙ୍କୁ ପିଲା ଅପହରଣ ମାମଲାରେ ଗିରଫ କରିଛି । ଫଟୋରେ ଦେଖନ୍ତୁ ଏହି ସେହି ମହିଳା ଯିଏ ସେହି ନବଜାତ ଶିଶୁ କାମିୟାହକୁ ଚୋରେଇ ନେଇ ନିଜ ଝିଅ କରିରଖିଥିଲା

କାମିୟାହ ଜନ୍ମ ହେବା ବେଳେ ତାର ମା ୧୬ ବର୍ଷର ଥିଲା । ଜନ୍ମର ୮ ଘଂଟା ପରେ ଜଣେ ମହିଳା ଆସି ନିଜକୁ ନର୍ସର ପରିଚୟ ଦେଇ କାମିୟାହକୁ ଚୋରାଇ ନେଇଥିଲା । ଏହାପରେ କାମିୟାହକୁ ବହୁତ ଖୋଜା ହୋଇଥିଲା । କିନ୍ତୁ କୈାଣସି ପତ୍ତା ମିଳିନଥିଲା । ସେଦିନଠୁ କାମିୟାହ ଥିଲା ନିଖୋଜ । ଏବେ  ଜନ୍ମ ବେଳୁ ନିଜ ମା’ର ମୁହଁ ଦେଖିନଥିବା କାମିୟାହ ନିଜ ମା’ ପାଖକୁ ଫରିଛି । କିଛି ମାସ ତଳେ କାମିୟାହକୁ ଲାଗିଥିଲା ଯେ ତାକୁ ଚୋରି କରି ଅଣାଯାଇଛି । ଏହା ପରେ ସେ ପୁଲିସ ସହ ଯୋଗାଯୋଗ କରିଥିଲା ।

ଏହାସହ ଦେଖନ୍ତୁ ଏହି ଭିଡିଓ –