ଏସଏସସିରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ ! ଆଶାୟୀ ପାଇଁ କରନ୍ତୁ ଆବେଦନ

33

ଷ୍ଟାଫ୍ ସିଲେକ୍ସନ କମିଶନ ( ଏସଏସସି) , ସେଂଟ୍ରାଲ ରିଜନରେ ସୁପରଭାଇଜର ,ଇନଷ୍ଟ୍ରକ୍ଟର, କ୍ଲର୍କ ସହିତ ଅନ୍ୟ କେତେକ ପଦ ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି । ଏଥିପାଇଁ ବିଜ୍ଞାପନ ଜାରି କରାଯାଇଛି ।

ପଦର ବିବରଣୀ : ସୁପରଭାଇଜର(ନନଟେକ୍), ଲାଇବ୍ରେରି ଆସିଷ୍ଟାଣ୍ଟ( ଗ୍ରୁପ୍-ବି ଓ ସି) , ହେଡ୍ କ୍ଲର୍କ , ଷ୍ଟୋର କିପର , ଜୁନିୟର ଇଂଜିନିୟର ,ପ୍ରୁଫ୍ ରିଡର ,ଇଲେକ୍ଟ୍ରସିଆନ୍ ଇତ୍ୟାଦି ।

ସମୁଦାୟ ପଦ ସଂଖ୍ୟା : ୧୧୩
ବୟସ ସୀମା : ଭିନ୍ନ ଭିନ୍ନ ପଦ ଅନୁସାରେ ୧୮ରୁ ୩୦ ବର୍ଷ ।
ଶିକ୍ଷାଗତ ଯୋଗ୍ୟତା : ବିଭିନ୍ନ ପଦ ଅନୁସାରେ ସ୍ନାତକ
ଶେଷ ତାରିଖ : ୦୭ ଜୁନ୍ , ୨୦୧୭
ଆବେଦନ ଅର୍ଥ ରାଶି : ସାମାନ୍ୟ ବର୍ଗ ପାଇଁ ୧୦୦ଟଙ୍କା । ଅନ୍ୟ ସବୁ ସଂରକ୍ଷିତ ବର୍ଗଙ୍କ ପାଇଁ ନିଃଶୁଳ୍କ

କେମିତି କରିବେ ଆବେଦନ : ଆୟୋଗର ୱେବସାଇଟରେ ଲଗଅନ୍ କରି ପ୍ରାର୍ଥୀ ଅନଲାଇନ ପ୍ରକ୍ରିୟାରେ ଫର୍ମ ପୂରଣ କରିବେ । ଏହାପରେ ପୂରଣ କରିଥିବା ଫର୍ମ ସହ ଆବଶ୍ୟକୀୟ ସାର୍ଟିଫିକେଟର ନକଲକୁ ସେଲ୍ଫ ଆଟେଷ୍ଟେଡ୍ କରି ଦିଆଯାଇଥିବା ଠିକଣାରେ ପଠାଇବେ ।

ଆବେଦନ ପତ୍ର ପଠାଇବାର ଠିକଣା : ‘ ଦ ରିଜନଲ୍ ଡାଇରେକ୍ଟର( ସେଣ୍ଟ୍ରାଲ ରିଜନ) ଷ୍ଟାଫ୍ ସିଲେକ୍ସନ କମିଶନ , ସେଣ୍ଟ୍ରାଲ ରିଜନ ୨୧-୨୩, ଲୋଥର ରୋଡ୍ , ଇଲାହାବାଦ-୨୧୧୦୦୨, ଉତ୍ତର ପ୍ରଦେଶ’

(ସୈାଜନ୍ୟ : ଅମର ଉଜାଲା)