କୈାରବଙ୍କର ତିନୋଟି ଭୁଲ୍ ଯୋଗୁଁ ହୋଇଥିଲା ଯୁଦ୍ଧ, ବଂଶ ହେଲା ବିନାଶ !

235

ମହାଭାରତ ବିଷୟରେ ଆମେ ସମସ୍ତେ ଅଳ୍ପ ବହୁତେ ଜାଣିଛେ । ମହାଭାରତ ଦ୍ୱାପର ଯୁଗର ମହତ ସତ୍ୟକୁ ଉପସ୍ଥାପିତ କରୁଥିବା ମହାନ ଗ୍ରନ୍ଥ ଅଟେ । ଯାହାର ବର୍ତ୍ତମାନରେ ଖୁବ୍ ପ୍ରାସଙ୍ଗିକତା ରହିଛି । କୈାରବମାନେ କରିଥିଲେ ତିନୋଟି ଭୁଲ । ଯାହାର ପରିଣାମ ଭୟାବହ ହୋଇଥିଲା ।

୧ – ଭାଇମାନଙ୍କ ସହ ଶତ୍ରୁତା – କୈାରବ ଓ ପାଣ୍ଡବ ପରସ୍ପରର ଭାଇଥିଲେ । କିନ୍ତୁ ସେମାନଙ୍କ ଭିତରେ ମତଭେଦ ଏତେ ବଢିଗଲା ଯେ , ସେମାନେ ପରସ୍ପରର ଶତ୍ରୁ ପାଲଟି ଗଲେ । ଆଉ ସବୁଠୁ ବଡ ଯୁଦ୍ଧ ହୋଇଥିଲା କୈାରବ-ପାଣ୍ଡବଙ୍କ ମଧ୍ୟରେ । ହେଲେ ପାଣ୍ଡବମାନେ ଜିତି ଥିଲେ । କାରଣ ସେମାନଙ୍କ କୈାରବଙ୍କ ପ୍ରତି ଶତ୍ରୁତା ଭାବ ନଥିଲା ।

୨ – ସ୍ତ୍ରୀଙ୍କୁ ଦିଆଯାଇନଥିଲା ସମ୍ମାନ – କୈାରବ ୧୦୦ ଜଣ ଥିଲେ । ଏମାନଙ୍କର ବଡ ଭାଇଙ୍କ ନାଁ ଥିଲା ଦୁର୍ଯ୍ୟୋଧନ । ଦୁଃଶାସନ ମଧ୍ୟ କୈାରବ ଭାଇ ଥିଲେ । ସେ ସଭା ମଧ୍ୟରେ ଦ୍ରୌପଦୀଙ୍କ ବସ୍ତ୍ରହରଣ କରିଥିଲେ । ଏହା ଏମିତି ଏକ ଭୁଲ ଥିଲା , ଯାହା ମହାଭାରତ ଯୁଦ୍ଧର କାରଣ ସାଜିଥିଲା ।

୩ –  କୈାରବ ଅନ୍ୟର କଥାରେ ପରିଚାଳିତ ଥିଲେ – କୈାରବଙ୍କର ମାମୁଁ ଥିଲେ ଶକୁନି । ଶକୁନି ନିଜ ଭଉଣୀର ପୁଅ ଅର୍ଥାତ୍ ଦୁର୍ଯ୍ୟୋଧନଙ୍କୁ ହସ୍ତିନାପୁରର ରାଜା ଭାବେ ଦେଖିବାକୁ ଚାହୁଁଥିଲେ । ଏଥିପାଇଁ ସେ କୈାରବମାନଙ୍କୁ ପାଣ୍ଡବମାନଙ୍କ ବିରୋଧରେ ସେମାନଙ୍କ ପିଲାବେଳୁ ହିଂସାର ଭାବ ଶିଖାଉଥିଲୋ । ଆଉ କୈାରବମାନେ ଶକୁନିର କଥାରେ ବିଶ୍ୱାସ କରି ପାଣ୍ଡବଙ୍କୁ ନିଚ୍ଚା ଦେଖୁଥିଲେ ।