ତାମିଲନାଡୁରେ ନୂଆ ରାଜନୀତି ! ମୋଦିଙ୍କୁ ଭେଟି ପାରନ୍ତି ରଜନୀକାନ୍ତ

32

ଏବେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ନେଇ ସବୁଆଡେ ଜୋରସୋରରେ ଆଲୋଚନା । ରଜନୀକାନ୍ତ ଫିଲ୍ମ ପରେ ରାଜନୀତିରେ ଦେବେ ପାଦ । ଏହା କୈାଣସି ଆଶ୍ଚର୍ଯ୍ୟକର ନୁହେଁ । ରଜନୀକାନ୍ତଙ୍କ ଲୋକପ୍ରିୟତାକୁ ନେଇ ଏପରି ଅନେକ ମଜାଳିଆ ତଥ୍ୟ ସବୁ ସୋସିଆଲ ମିଡିଆରେ ଭାଇରାଲ ସାଜିଛି ।

ଗତ କିଛି ବର୍ଷ ହେଲା ରଜନୀକାନ୍ତଙ୍କ ରାଜନୀତିରେ ପ୍ରବେଶ କରିବା ନେଇ ଅନେକ ମତ ଓ ମନ୍ତବ୍ୟ ସବୁ ସୋସିଆଲ ମିଡିଆରେ ଘୁରିବୁଲୁଛି । କିନ୍ତୁ ଏବେ ଏହି ଅଭିନେତାଙ୍କ ରାଜନୀତି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ପୂର୍ବଠାରୁ ଖୁବ୍ ଗମ୍ଭୀର ସାଜିଛି । ରଜନୀକାନ୍ତ ଯେଉଁଭଳି ଭାବେ ସଂକେତ ଦେଇଛନ୍ତି , ନିଶ୍ଚୟ ସେ ରାଜନୀତିର ଡୋରି ଧରିବାର ସୂଚନା ଦେଉଛି । ଯଦି ଏହା ସତ ହୁଏ ତ ତାମିଲନାଡୁ ରାଜନୀତିରେ ଏକ ନୂଆ ଅଧ୍ୟାୟ ତିଆରି ହେବ ।