କମ୍ପାଉଣ୍ଡରଙ୍କ ପୁଅ ଜେଇଇ ଟପ୍ପର ! ପରୀକ୍ଷାରେ ୩୬୦ ନମ୍ବରରୁ ୩୬୦ ରଖି ଚର୍ଚ୍ଚାରେ

45

ମାର୍ଚ୍ଚ ୨ରେ ଅନୁଷ୍ଠିତ ଜେଇଇ ମେନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ରାଜସ୍ଥାନ ଉଦୟପୁରର କଳ୍ପିତ୍ ବିରୱଲ୍ ମୋଟ୍ ୩୬୦ ନମ୍ବରରୁ ୩୬୦ ନମ୍ବର ରଖି ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ଜଣେ କମ୍ପାଉଣ୍ଡରଙ୍କ ପୁଅ କଳ୍ପିତ୍ । ତାଙ୍କର ଏ ସଫଳତାରେ ଚାରିଆଡୁ ଛୁଟିଛି ଶୁଭେଚ୍ଛା ।

କଳ୍ପିତ କୋଟାସ୍ଥିତ ରିଜିଓନାନ୍ସ କୋଚିଂ ଇନଷ୍ଟିଚ୍ୟୁଟରେ ଛାତ୍ର ଥିଲେ । ତାଙ୍କ ପୂର୍ବରୁ କେହି ଜେଇଇ ମେନରେ ୩୬୦ ନମ୍ବରୁ ୩୬୦ ରଖିନଥିଲେ । ସିବିଏସଇର ଅଧ୍ୟକ୍ଷ ଆର୍ କେ ଚତୁର୍ବେଦୀ କଳ୍ପିତଙ୍କୁ ଉଭୟ ସାଧାରଣ ବର୍ଗ ଏବଂ ଅନୁସୂଚିତ ଜାତି ବର୍ଗରେ ଟପ୍ପର ହୋଇଥିବା ସୂଚନା ଦେଇଥିଲେ ।