ମହିଳା ନେଉଥିଲେ ସେଲ୍ଫି : ଫଟୋରେ ଦେଖାଗଲା ସାଥିରେ ଥିଲା ଆଉ ଜଣେ

32

selfieଲୋକଙ୍କ ସେଲ୍ଫି ନେବାର କ୍ରେଜ ଏବେ ଖୁବ୍ ବଢିବାରେ ଲାଗିଛି । ଲୋକେ ଯେଉଁଠି କି ଯାଉଛନ୍ତି , ସେଲ୍ଫି ନେବାକୁ କେବେ ଭୁଲୁ ନାହାଁନ୍ତି । ଏମିତି ଏକ ସେଲ୍ଫି ଘଟଣାକୁ ନେଇ ଏକ ରୋଚକ ଖବର ପ୍ରକାଶିତ । ଜଣେ ଯୁବତୀ ନିଜର ଏକ ସେଲ୍ଫି ନେଉଥିଲେ । ହେଲେ ସେଲ୍ଫିରେ ଏମିତି କିଛି ଦେଖିଲେ , ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।

ପ୍ରକାଶିତ ତଥ୍ୟ ଅନୁସାରେ , ଆମେରିକାର ଫ୍ଲୋରିଡାରେ ରହୁଥିବା ମେଲିସା କ୍ରୁର୍ଟଜ ଗାଡିରେ ବସି ନିଜର ସେଲ୍ଫି ନେଉଥିଲେ । ମେଲିସା ଲଗାତାର ଏମିତି ଅନେକ ସେଲ୍ଫି ଉଠାଇଥିଲେ । କିଛିଦିନ ପରେ ମେଲିସା ନିଜର ପୁରୁଣା ସେଲ୍ଫି ଦେଖୁଥିଲେ । ତାଙ୍କର ନଜର ଏକ ଫଟୋ ଉପରେ ପଡିଲା । ଦେଖି ତାଜୁବ୍ ହୋଇଗଲେ । ସେହି ଫଟୋରେ ଗାଡିର ପଛ ସିଟରେ ଏକ ଛୋଟ ପିଲା ନଜର ଆସିଥିଲା । ଆଉ ସେ ମେଲିସାଙ୍କ କ୍ୟାମେରା ଆଡକୁ ଅନେଇଥିଲା । ଏହାକୁ ଦେଖି ମେଲିସା ଘାବରେଇ ଯାଇଥିଲେ । ସେ ଏକା ସେଲ୍ଫି ନେଉଥିବା ବେଳେ ଏ ପିଲା କୁଆଡୁ ଆସିଲା ଚିନ୍ତାରେ ପଡିଯାଇଥିଲେ ।

ଏହାସହ ମଧ୍ୟ ପଢନ୍ତୁ- ଏୟାରପୋର୍ଟରୁ ଅଦୃଶ୍ୟ ହୋଇଗଲେ ମହିଳା ! ଭିଡିଓ ସୋସିଆଲ ମିଡିଆରେ ଭାଇରାଲ