ସ୍ମାର୍ଟଫୋନରେ ଭିଡିଓ ଏଡିଟିଂ କରିବାକୁ ଚାହୁଁଛନ୍ତି କି ? ଏହି ଆପ୍ ଡାଉନଲୋଡ କରନ୍ତୁ

139

videoଏମିତି ଘଟେ କି ଆପଣ କୈାଣସି ଏକ ବଡ ଉତ୍ସବ ବା ଅନୁଷ୍ଠାନକୁ ଯାଉଛନ୍ତି ଏବଂ ଏହି ମୁହୂର୍ତ୍ତର ଘଟଣାକୁ ରେକର୍ଡ କରୁଛନ୍ତି । ନିଜର ସ୍ମାର୍ଟଫୋନରେ ଏହାକୁ ରେକର୍ଡ କରୁଛନ୍ତି । କିନ୍ତୁ ଏଥିରେ ଥିବା ଅନାବଶ୍ୟକ କ୍ଲିପକୁ ଭିଡିଓରୁ ହଟାଇବାକୁ ଦରକାର ପଡେ । ଆଉ ଏହାକୁ ଆଉ ଟିକେ ମଜାଦାର କରିବାକୁ ଏଥିରେ ଦରକାର ହୁଏ କିଛି ଭିଡିଓ ଏଡିଟିଂ ଆପ୍ସ । ଏହାକୁ ଡାଉନଲୋଡ କରି ଆପଣ ଫାଇଦା ପାଇପାରିବେ –

୧ – ଗୋପ୍ରୋ କ୍ୱିକ୍ – ମୋବାଇଲ ଭିଡିଓ ଏଡିଟିଂ ପାଇଁ ଗୋପ୍ରୋ କ୍ୱିକ୍ ଏକ ଭଲ ଆପ୍ । ଏହାକୁ ବ୍ୟବହାର କରିବା ଖୁବ୍ ସହଜ । ଏହାକୁ ବ୍ୟବାହର କରି ଆପଣ ଫଟାଫଟ୍ ଭିଡିଓ ଏଡିଟ୍ କରିପାରିବେ । ଏହାକୁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ ।

୨ – ମାଗିଷ୍ଟୋ – ଏହା ମଧ୍ୟ ଏକ ବଢିଆ ଆପ୍ ଅଟେ । ଏହାକୁ ବ୍ୟବହାର କରିବାକୁ ହେଲେ ଇଂଟରନେଟର ଆବଶ୍ୟକ ଅଟେ । ଏଥିରେ ଅଟୋ ଭିଡିଓ ମେକର ,ମ୍ୟୁଜିକ୍ ଭିଡିଓ , ବିଜିନେସ୍ ଏବଂ ଭିଡିଓ କଲେଜ ଭଳି ଫିଚର୍ସ ଦିଆଯାଇଛି ।

୩ – ଭିଭା ଭିଡିଓ – ଏହି ଆପରେ ଭିଡିଓ କଟ୍ /ଟ୍ରିମ୍ ,ମର୍ଜ ,ସ୍ଲୋ-ଫାସ୍ଟ, ବ୍ଲର ବ୍ୟାକଗ୍ରାଉଣ୍ଡ ଭଳି ଦମଦାର ଫିଚର୍ସ ଅଛି । ଏଥିରେ ଏଡିଟ୍ ଭିଡିଓକୁ ଫେସବୁକ୍ , ହ୍ୱାଟ୍ସଆପ୍ ,ମେସେଂଜର ଆଦିରେ ସେୟାର ବି କରିପାରିବେ ।

୪ – ଆଣ୍ଡ୍ରୋଭିଡ୍ – ଏହାକୁ ଗୁୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ । ଏହି ଆପରେ ଭିଡିଓ ଏଡିଟିଂ ପାଇଁ ଟ୍ରିମର, ରିଭର୍ସ ,ମର୍ଜ ଭିଡିଓ-ଅଡିଓ ମିକ୍ସଚର ,ଏନିମିଟେଡ୍ ଜିଫ୍ ସ୍ଲାଇଡ୍ ଶୋ ,ଭିଡିଓ ରୋଟେଟ୍ ,ଟେକଷ୍ଟ ଆଡ୍ ଭଳି ଫିଚର୍ସ ଦିଆଯାଇଛି ।

– ଏମଏସକ୍ୱିଆରଡି – ଏହି ଆପ୍ ଟି ପୁରଣା ଓ ଲୋକପ୍ରିୟ ଅଟେ ଏଥିରେ ଅନେକ ମଜାଦାର ଆନିମେଟେଡ୍ ଫ୍ରେମ୍ ଦିଆଯାଇଛି । ଏହା ଦ୍ୱାରା ଆପଣ ଫଟୋ ଓ ଭିଡିଓ ତିଆରି କରିପାରିବେ । ଏହା ଆପ୍ ଦ୍ୱାରା ଫେସବୁକରେ ଲାଇଭ ବି କରିପାରିବେ ।

୬ – ବୁ – ଏହା ଦ୍ୱାରା ଆପଣ ମ୍ୟୁଜିକ୍ ସହ ଭିଡିଓ ମଧ୍ୟ ତିଆରି କରିପାରିବେ ଏବଂ ଏହା ସହ ଲାଇଭ ବି କରିପାରିବେ ।

୭ – କ୍ୟାମେରା୩୬୦ – ଏହା ଏକ ମଜାଦାର ଆପ୍ ଅଟେ । ଏଥିରେ ୧୦୦ରୁ ଅଧିକ ଭଲ ଫିଲଟର ଦିଆଯାଇଛି । ଏହି ଆପରେ ଅନେକ ସେଲ୍ଫି ଏଡିଟିଂ ଫିଲଟର ଦିଆଯାଇଛି ।