ସାବଧାନ! ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ଦୃଷ୍ଟିଶକ୍ତି କମିପାରେ, କେମିତି ଜାଣନ୍ତୁ

102

2ଏବେ ସ୍ମାର୍ଟଫୋନର ଯୁଗ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଛୋଟ ଠାରୁ ବଡ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ । ସ୍ମାର୍ଟଫୋନ ବିନା ଜୀବନ ଯେମିତି ଅଧୁରା ଅଧୁରା । ଏହା ଏବେ ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଲଟି ଯାଇଛି । ହେଲେ କଥାରେ ଅଛି ଟଙ୍କାର ଦୁଇ ପାଶ୍ୱର୍ ଭଳି ପ୍ରତି ଜିନିଷର ମଧ୍ୟ କିଛି ଉପକାରିତା ଓ କିଛି ଅପକାରିତା ରହିଛି । ସେମିତି ଏହି ସ୍ମାର୍ଟଫୋନର ଅନେକ ଉପକାର ବିଷୟରେ ସମସ୍ତେ ଜାଣିଛେ । କିନ୍ତୁ ଅପରପାଶ୍ୱର୍ରେ ଏହାର ଅତ୍ୟଧିକ ବ୍ୟବହାର ବେଳେ ସତର୍କତା ନରହିଲେ କଣ କ୍ଷତି ଘଟେ ତାହା ବି ଜାଣିନେବା ଉଚିତ୍ ।

smartphone_650x400_41466673644ଏବେ ବିଶେଷଜ୍ଞମାନେ ଏମିତି ଏକ ଚକିତ କଲାଭଳି ତଥ୍ୟ ଦେଇଛନ୍ତି , ଏହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମ ସମସ୍ତଙ୍କର ଏ ଅଭ୍ୟାସ ଖୁବ୍ ଅଛି ଯେ , ରାତି ରାତି ବସି ସ୍ମାର୍ଟଫୋନ ଚେକ୍ କରିବା । ଆଉ ସବୁଠୁ ବଡ କଥା ହେଲା ରାତିର ଅନ୍ଧକାରରେ ସ୍ମାର୍ଟଫୋନ ବ୍ୟବହାର କରିବା ଦ୍ୱାରା ଏହା ଆମର ଆଖିକୁ କ୍ଷତି ପହଁଚାଇଥାଏ । ଏହା ଆଖିର ପ୍ରାକୃତିକ ରଶ୍ମୀକୁ କମାଇଦିଏ । ଯାହା ଦ୍ୱାରା ସବୁଦିନ ପାଇଁ ଆଖିର ଦୃଷ୍ଟିଶକ୍ତି କମାଇଦେବାର ସମ୍ଭାବନା ରହିଛି । ରାତିରେ ଶୋଇ ରହି ଘରର ଆଲୋକ ଲିଭାଇ ସ୍ମାର୍ଟଫୋନ ବ୍ୟବହାର କରୁଥିବା ବେଳେ ଏହାର କୁପ୍ରଭାବ ପ୍ରବଳ ଭାବେ ଆଖି ଉପରେ ପଡିଥାଏ । ଆଉ ଏହା ଅସ୍ଥାୟୀ ଭାବେ ଅନ୍ଧ ବି କରିଦେଇପାରେ । ଏହାକୁ ସ୍ମାର୍ଟଫୋନ ବ୍ଲାଇଣ୍ଡନେସ୍ କହନ୍ତି ।

52879822ଦ ନିୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନ୍ ‘ ପ୍ରଥମେ ସ୍ମାର୍ଟଫୋନ ବ୍ଲାଇଣ୍ଡନେସ୍ ବିଷୟରେ ଏକ ତଥ୍ୟ ପ୍ରକାଶ କରିଥିଲେ । ଏହି ତଥ୍ୟରେ ସେ ୨୨ବର୍ଷୀୟ ଓ ୪୦ ବର୍ଷୀୟ ଦୁଇ ମହିଳାଙ୍କ ବିଷୟରେ ଦର୍ଶାଇଥିଲେ । ସେମାନଙ୍କର ଅସୁବିଧା ଥିଲା ଯେ ସେମାନଙ୍କର ଗୋଟିଏ ଆଖି ଆଉ ଦେଖିବାକୁ ସକ୍ଷମ ନଥିଲା । ପ୍ରଥମେ କିଛି ଚେକଅପ୍ ପରେ ଡାକ୍ତର ଭାବିଥିଲେ ଏହା ଅନ୍ୟ କୈାଣସି ରୋଗର ଲକ୍ଷଣ । ହେଲେ ସେହି ଦୁଇ ମହିଳାଙ୍କୁ ଯେତେବେଳେ ସେମାନଙ୍କର ସ୍ମାର୍ଟଫୋନ୍ ବ୍ୟବାହର ବିଷୟରେ ପଚରା ଯାଇଥିଲା , ସେମାନେ କହିଥିଲେ ଯେ ପ୍ରତିଦିନ ରାତିରେ ସେମାନେ ବେଡରୁମର ଲାଇଟ୍ ଅଫ୍ ଅନ୍ଧାରରେ ସ୍ମାର୍ଟଫୋନ ଚେକ୍ କରନ୍ତି ।

ଏହି ସୂତ୍ରରୁ ଡାକ୍ତରମାନେ ଜାଣିବାକୁ ପାଇଥିଲେ ଯେ ଯଦି ଜଣେ ଅନ୍ଧାରରେ ସ୍ମାର୍ଟଫୋନକୁ ଦୀର୍ଘ ସମୟ ବ୍ୟବାହର କରୁଛି , ତାର କୃତିମ ଆଲୋକ ରଶ୍ମୀ ଆଖି ଉପରେ ଗଭୀର କୁପ୍ରଭାବ ପକାଉଛି । ଏଣୁ ଆପଣ ଏ ଅଭ୍ୟାସକୁ ଟିକେ କମାଇଲେ ନିଜର ଏ ମୂଲ୍ୟବାନ ଆଖିକୁ ସୁରକ୍ଷିତ ରଖିପାରିବେ ।

ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ –

ଏହାସହ ମଧ୍ୟ ପଢନ୍ତୁ – ଆପଣଙ୍କ ଫୋନରେ ଏହି ଆପ୍ ଅଛି କି ? ତୁରନ୍ତ ହଟାନ୍ତୁ , ଅସୁବିଧାରେ ପଡିପାରନ୍ତି !