ବିଶ୍ୱର ସବୁଠୁ ଛୋଟ ମୋବାଇଲ ଫୋନ ! ୧ ଇଂଚ ସ୍କ୍ରିନ୍ ସହ ୩୨ ଗ୍ରାମ ଓଜନ

26

ଲୋକଙ୍କ ଚାହିଦାକୁ ନେଇ ମୋବାଇଲ କଂପାନୀମାନେ ଏବେ ଭିନ୍ନ ଭିନ୍ନ ପ୍ରକାରର ମୋବାଇଲ ସେଟ୍ ସବୁ ବାହାର କରୁଛନ୍ତି । ଲୋକମାନେ ମଧ୍ୟ ଗୋଟିଏ ପରେ ଗୋଟିଏ ଇଚ୍ଛା ମୁତାବକ ସେଟ୍ କିଣୁଛନ୍ତି । କିଏ ମୋବାଇଲର ଉନ୍ନତ ଫିଚରକୁ ଦେଖି କିଣୁଛି ତ କିଏ ମୋବାଇଲର ଆକାରକୁ ଦେଖି କିଣୁଛନ୍ତି ।

ଜାପାନୀ କଂପାନୀ ୱିଲକମ୍ ୫ ମାର୍ଚ୍ଚକୁ ୨୦୧୩ରେ ଏହି ଛୋଟ ମୋବାଇଲ ‘ଷ୍ଟ୍ରାପ୍ ୨ ଡବ୍ଲୁ ଏକ୍ସ ୦୬ଏ ’  ଫୋନ୍ ପ୍ରଥମଥର ବଜାରକୁ ଛାଡିଥିଲା । ଏହାର ଓଜନ ୩୨ ଗ୍ରାମ ହେବା ସହ ୧ ଇଂଚର ସ୍କିନ ଅଛି । ଏହାର ବ୍ୟାଟେରୀ ପାଖପାଖି ୨ଘଣ୍ଟା ଯାଏ ଚାଲେ ଓ ଏଥିରେ ଇ-ମେଲ୍ ଓ ଟେକ୍ସଟ୍ ମେସେଜ୍ ପଠାଯାଇପାରୁଛି । ଆଉ ଏବେ ବି ଲୋକେ ଛୋଟ ମୋବାଇଲ କିଣିବା ବେଳେ ଏହାକୁ ପସନ୍ଦ କରୁଛନ୍ତି ।