ରାତିରେ ଖସିଲେ ଦିନରେ ଫସିଲେ : ୮ ଘଂଟାରେ ୮କିଲୋମିଟର ଯିବା ପରେ ଟଳି ପଡିଲେ ୮ଆତଙ୍କବାଦୀ

25

web-upକନକ ବ୍ୟୁରୋ : ଚାରିକାନ୍ଥରୁ ଚକ୍ରବ୍ୟୁହ । ଆଠ ଘଂଟାରେ ଆଠ କିଲୋମିଟର । ରାତିରେ ଖସିଲେ ଦିନରେ ଫସିଲେ । ଆଉ ଏ ହେଉଛି ମଧ୍ୟପ୍ରଦେଶ ପୁଲିସ ବିଛାଇଥିବା ମୃତ୍ୟୁର ଜାଲ । ଭୋପାଲ୍ ସେଂଟ୍ରାଲ ଜେଲ୍ ଠାରୁ ମାତ୍ର ୮ କିଲୋମିଟର ଦୂର ଖେଜରୀ ଗାଁ । ଦିଲ୍ଲୀରୁ ଗୃହମନ୍ତ୍ରୀଙ୍କ ଗାଳି ଭୋପାଳରେ ପହଁଚିବା ବେଳକୁ ଆଂଟିଟେରୋରିଷ୍ଟ ସ୍କ୍ୱାର୍ଡ ଓ କାଉଂଟର ଟେରରିଷ୍ଟ ଗ୍ରୃପ ସହାୟତାରେ ମଧ୍ୟପ୍ରଦେଶ ପୁଲିସ୍ ଫୁଟାଇ ସାରିଥିଲା ଆତଙ୍କବାଦୀଙ୍କ ଉପରେ ଗୁଳି ।

ଦୀପାବଳି ରାତିରେ ପରସ୍ତ ପରସ୍ତ ଧୂଆଁ ଆକାଶରେ ମିଳେଇ ଯିବା ବେଳକୁ ମଣିଖେରାର ଖେଜରୀ ଅଂଚଳକୁ କବଜା କରିସାରିଥିଲା ମିଳିତ ଅପରେସନ ଟିମ୍ । ସୂଚନା କହିଲା ,ସିମି ସଦସ୍ୟଙ୍କ ପାଖରେ ଅଛି ମାରଣାସ୍ତ୍ର । ତେଣୁ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣର ସୁଯୋଗ ଦେଇଥିଲା ପୁଲିସ । ହେଲେ ଘେରାବନ୍ଦୀକୁ ଦେଖି ପାଗଳ ହୋଇଯାଇଥିବା ଫେରାର ସିମି ସଦସ୍ୟ ପୁଲିସ ଉପରକୁ ଚଳାଇଥିଲେ ଅନ୍ଧାଧୁନ୍ ଗୁଳି । ଆରମ୍ଭ ହେଲା ଆଟାକ୍ କାଉଂଟର ଆଟାକ୍ ।

ବାସି ଦୀପାବଳି ପୁଣି ଥରିଲା ଗୁଳିଗୋଳାର ଶଦ୍ଦରେ । ମାତ୍ର କେଇ ମିନିଟରେ ଦି ଏଣ୍ଡ । ଶୋଇ ପଡିଲେ ସିମି ସଦସ୍ୟ । ଶେଷ ହୋଇଗଲା ଅପରେସନ୍ । ସରିଗଲା ଆତଙ୍କି କାହାଣୀର ଏକ ରହସ୍ୟପୂର୍ଣ୍ଣ ଅଧ୍ୟାୟ । ସିମି ପାଇଁ ଇତିହାସ ପାଲଟି ଯାଇଥିବା ସନ୍ତ୍ରାସବାଦୀମାନେ ହେଲେ ମେହେବୁବ୍ ଗୁଡୁ ମଲ୍ଲିକ , ଅମଜାଦ୍ ଖାନ୍ ,ମୁଜିବ୍ ଶେଖ , ମହମ୍ମଦ ସଲିକ୍ ,ମହମ୍ମଦ ଖାଲିଦ୍ ଅହମ୍ମଦ ,ଜାକିର୍ ହୁସେନ୍ ସାଦିକ୍ ,ମହମ୍ମଦ ଅକିଲ୍ ଖିଲଜୀ ଓ ଅବଦୁଲ୍ ମାଜିଦ୍ । ଆଉ ଏ ଆଠ ଜଣଙ୍କ ମଧ୍ୟରୁ ୪ ଜଣ ଗିରଫ ହୋଇଥିଲେ ରାଉଲକେଲାରୁ । ତେଣୁ ଆଜି ଭୋପାଳରୁ ଚମ୍ପଟ ଖବର ଆସିବା ପରେ ଓଡିଶାରେ ଜାରି ହୋଇଥିଲୋ ରେଡ୍ ଆଲର୍ଟ । ତେବେ ଏନକାଉଂଟର ଖବର ଶୁଣିବା ପରେ ଆଶ୍ୱସ୍ଥ ହୋଇଥିଲା ଓଡିଶା ପୁଲିସ ।

ସାରା ଦେଶର ପୁଲିସ୍ ପାଇଁ ଏମାନେ ଥିଲେ ମୋଷ୍ଟୱାଂଟେଡ୍ । ୨୦୧୩ରେ ଖଣ୍ଡୱା ଜେଲରୁ ଚମ୍ପଟ୍ ମାରିବା ପରେ ଚେନ୍ନାଇ ଟ୍ରେନ୍ ବିସ୍ଫୋରଣ, ପୁନେରେ ବିସ୍ଫୋରଣ , ତେଲେଙ୍ଗାନାରେ ବ୍ୟାଙ୍କ୍ ଲୁଟ୍ ଓ ଆନ୍ଧ୍ରପ୍ରଦେଶରେ ପୁଲିସ୍ କର୍ମଚାରୀଙ୍କୁ ହତ୍ୟା କରିଥିଲେ ଏମାନେ । କେବଳ ସେତିକି ନୁହେଁ ଅନେକ ବଡ ବଡ ଅପରାଧରେ ମଧ୍ୟ ଏମାନଙ୍କ ନାଁ ଲିଷ୍ଟରେ ।ସେପଟେ ଜେଲରୁ ଫେରାର୍ ହେବାରେ କେମିତି ସଫଳ ହୋଇଥିଲେ , ତାକୁ ନେଇ ଉଠିଛି ପ୍ରଶ୍ନ ।