ଖରାପ କିମ୍ବା ହଜିଯାଇଛି କି ସିମକାର୍ଡ ? ତେବେ ମାତ୍ର କିଛି ଘଂଟା ଭିତରେ ପୁଣି ଥରେ ଚାଲୁ କରିପାରିବେ ଆପଣଙ୍କ ନମ୍ବର

51

ଯଦି କୌଣସି କାରଣରୁ ଆପଣଙ୍କର ସିମକାର୍ଡ ଖରାପ ହୋଇଯାଏ କିମ୍ବା କେଉଁଠି ହଜି ଯାଏ ତେବେ ଏଥିପାଇଁ ଆପଣ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ନୂଆ ସିମ କାର୍ଡ ନେଇ ତାକୁ ପୁଣି ଥରେ ଚାଲୁ କରିବାକୁ ଅଧାଘଂଟାରୁ ଆରମ୍ଭ କରି ୪ ଦିନ ପର୍ଯ୍ୟନ୍ତ ସମୟ ଲାଗିପାରେ । ସେହପରି ଅଧିକାଂଶ ୟୁଜର୍ସଙ୍କୁ ତ ଏଥିପାଇଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେବେ ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣ କିଛି ସରଳ ଟିପ୍ସ ଜଣାଇବୁ ଯାହାଦ୍ୱାରା ଆପଣଙ୍କ ହଜି ଯାଇଥିବା ତଥା ଖରାପ ହୋଇଯାଇଥିବା ସିମକାର୍ଡକୁ ମାତ୍ର କେଇ ମୁହୂର୍ତ୍ତରେ ଚାଲୁ କରିପାରିବେ ।

ସିମ ରିପ୍ଲେସମେଂଟ ପ୍ରୋସେସ

ସିମକାର୍ଡ ହଜିଗଲେ କିମ୍ବା ଖରାପ ହୋଇଯିବା ସ୍ଥିତିରେ ୟୁଜର୍ସଙ୍କୁ ସର୍ବପ୍ରଥମେ ଅପରେଟର୍ସଙ୍କ ଅଥରାଇଜଡ ସେଂଟରକୁ ଯିବାକୁ ପଡିବ । ଏହାପରେ ନୂଆ ସିମ ନେବା ପାଇଁ କିଛି ଶୁଳ୍କ ମଧ୍ୟ ଦେବାକୁ ପଡିବ । କିଛି କଂପାନୀମାନେ ସିମ ରିପ୍ଲେସମେଂଟ ପାଇଁ ୨୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାନ୍ତି ତ ଆଉ କିଛି କଂପାନୀ ଟଙ୍କାଟିଏ ବି ନେଇ ନଥାନ୍ତି । ତେବେ ନୂଆ ସିମ ମିଳିଯିବା ପରେ ତାର ଭେରିଫିକେସନଠାରୁ ଆରମ୍ଭ କରି ଆକ୍ଟିଭେସନ ପର୍ଯ୍ୟନ୍ତ ବହୁତ ସମୟ ଲାଗିଥାଏ ।

ସିମକାର୍ଡ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ

ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ, ମୋବାଇଲ ୟୁଜର୍ସ ନୂଆ ସିମ କିଣିଲେ କିମ୍ବା ସିମ ରିପ୍ଲେସମେଂଟ ପାଇଁ ଆଧାରକାର୍ଡ ଜରୁରୀ ନୁହେଁ । ହେଲେ ଯଦି ମୋବାଇଲ ନମ୍ବରରୁ ଆପଣଙ୍କର ଆଧାରକାର୍ଡ ଲିଙ୍କ ରହିଛି ତେବେ ସିମକାର୍ଡ ହଜିଗଲେ କିମ୍ବା ଖରାପ ହୋଇଗଲେ ଆପଣଙ୍କ ନୂଆ ସିମ ୪ଦିନ ମଧ୍ୟରେ ଆକ୍ଟିଭେଟ ହୋଇପାରେ ।

ବହୁତ ସହଜ ଆଧାର ବେସ୍ଡ ଭେରିଫିକେସନ

ଟେଲିକମ କଂପାନୀଙ୍କ ସୂଚନା ମୁତାବକ, ଆଧାର ବେସ୍ଡ ଅଥୋଟିକେସନ ବହୁତ ହିଁ ସହଜ ପ୍ରକ୍ରିୟା, ଯାହାଦ୍ୱାରା ଡିଜିଟାଲ ଭେରିଫିକେସନ ସହଜରେ ହୋଇପାରିବ । ଏଭଳି ପରିସ୍ଥ୍ିତିରେ ଟେଲିକମ କଂପାନୀମାନେ ୟୁଜର୍ସଙ୍କର ଆଧାର ଡିଟେଲ୍ସ ଭେରିଫାଇ କରିବା ପରେ ନୂଆ ସିମ ଚାଲୁ କରିଦିଅନ୍ତି । ସେହିପରି, ଯଦି ଆପଣଙ୍କର ମୋବାଇଲ ନମ୍ବର ଆଧାରକାର୍ଡ ସହ ଲିଙ୍କ ହୋଇନି ତେବେ ଆପଣଙ୍କୁ ମୋବାଇଲ ନମ୍ବର ନେବା ସମୟରେ ଦିଆଯାଇଥିବା ଡଳ୍ୟୁମେଂଟ୍ସର ହାର୍ଡକପି ଟେଲିକମ ଅପରେଟରର ଅଥୋରାଇଡ ଷ୍ଟୋରରେ ଜମା କରିବାକୁ ପଡିବ । ଏହାପରେ ଭେରିଫିକେସନ ପାଇଁ ୪ଘଂଟାରୁ ୪ ଦିନ ପର୍ଯ୍ୟନ୍ତ ସମୟ ଲାଗିପାରେ । ଯେଉଁ କାରଣରୁ ଆପଣଙ୍କର ନମ୍ବର ଚାଲୁ ହେବା ପାଇଁ ଅଧିକ ସମୟ ଲାଗିଥାଏ ।