ମୃତ୍ୟୁ ନିକଟରୁ ଫେରିଆସିଲେ କମାଣ୍ଡାଂଟ! ବାଜିଥିଲା ସନ୍ତ୍ରାସବାଦୀଙ୍କ ୯ଟି ଗୁଳି, ସଂଜ୍ଞାହୀନ ଭାବେ ରହିଥିଲେ ୨ମାସ

58

ସିଆରପିଏଫ୍ କମାଣ୍ଡାଂଟ ଚେତନ କୁମାର ଚିତା । ଜୀବନ ମୃତ୍ୟୁର ଅନେକ ସଂଘର୍ଷ ପରେ ଏବେ ପାଇଛନ୍ତି ନୂଆ ଜୀବନ । ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଏହା କୈାଣସି ଆଲୈାକିକ ଘଟଣା ଠାରୁ କମ୍ ନୁହେଁ । ଯେଉଁଠି ଏକ ମାସ ଧରି ଆଇସିୟୁରେ ଥିବା ଚେତନଙ୍କ ବଂଚିବା ନେଇ ଡାକ୍ତରମାନେ ସମସ୍ତ ଆଶା ଛଡେଇଦେଇଥିଲେ । ସେ’ଠି ଚେତନ ଏବେ ଚେତା ଫେରିପାଇଛନ୍ତି ଓ ଭଲରେ କଥା ହେଉଛନ୍ତି । ତାଙ୍କ ଆରୋଗ୍ୟତାରେ ସମସ୍ତେ ଖୁସି ହେବା ସହ ଆଶ୍ଚର୍ଯ୍ୟ ବି ହୋଇଛନ୍ତି ।

ସୂଚନା ଅନୁସାରେ, ୪୫ ବର୍ଷୀୟ ସିଆରପିଏଫ୍ କମାଣ୍ଡାଂଟ ଚେତନ କୁମାରଙ୍କ ଜାମ୍ମୁ-କାଶ୍ମୀରରେ ସନ୍ତ୍ରାସବାଦୀଙ୍କ ସହ ହୋଇଥିଲା ଲଢେଇ । ଫେବୃୟାରୀ ୧୪ରେ କଶ୍ମୀରର ବାନ୍ଦିପୁରା ଜିଲ୍ଲାରେ ହୋଇଥିଲା ଏନକାଉଂଟର । ସେଥିରେ ୩ଜଣ ସୈ÷ନିକ ସହିଦ ହେବା ସହ ଜଣେ ଆତଙ୍କବାଦୀ ମରିଥିଲା । ଏହି ଏନକାଉଂଟରରେ ବହୁତ ମାତ୍ରାରେ ଆଘାତ ହୋଇଥିଲେ ଚେତନ କୁମାର ।

୯ଟି ଗୁଳି ବାଜିଥିଲା ତାଙ୍କ ଶରୀରରେ । ମୁଣ୍ଡରେ ଲାଗିଥିଲା ଶକ୍ତ ଆଘାତ । ଶରୀରର ଉପରି ଭାଗ ପୁରା ଖଣ୍ଡିଆଖାବରା ହୋଇଯାଇଥିଲା । ମୂର୍ଚ୍ଛାବସ୍ଥାକୁ ଚାଲିଯାଇଥିଲେ ଚେତନ କୁମାର । ଚେତନ କୁମାରଙ୍କୁ ଚିକିତ୍ସା କରୁଥିବା ଏମ୍ସର ଡାକ୍ତର କହିଛନ୍ତି , ଏବେ ଚେତନ କୁମାର ପୁରା ସୁସ୍ଥ । ଏବେ ଡାକ୍ତରଖାନାରୁ ଯାଇପାରିବେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –