2ଅଭିନେତ୍ରୀ ଆଲିସା ଖାନ୍ । ଦିନଥିଲା ସେ ଝଲସୁ ଥିଲେ ରଙ୍ଗିନ୍ ଦୁନିଆରେ । ଲାଇଟ-କ୍ୟାମେରା -ଆକ୍ସନର ଜୀବନ ଥିଲା ଖୁବ୍ ସ୍ୱପ୍ନମୟ । ଯେତେବେଳେ ସେ ଫିଲ୍ମ ଲାଇନରେ ପ୍ରବେଶ କରିଥିଲେ ଆଗରେ ଥିଲା ସୁନ୍ଦର ଭବିଷ୍ୟତ। ଆଗକୁ ବଢିବାକୁ ରାସ୍ତା ମଧ୍ୟ ଥିଲା ସଳଖ । କିନ୍ତୁ ତାଙ୍କ ତାଙ୍କ ଭାଗ୍ୟରେ ଥିଲା ଆଉ କିଛି । ଏହି ନାମ୍ ,ସୋହରତ ଥିଲା ବୋଧେ ଅଳ୍ପ ଦିନପାଇଁ । ଅନ୍ୟ ବଲିଉଡ ଷ୍ଟାରଙ୍କ ଠାରୁ ଏ ଅଭିନେତ୍ରୀଙ୍କ  କାହାଣୀ ପୂରା ଅଲଗା।

1ଦିନେ ଅଭିନେତା ଇମରାନ୍ ହାସମୀଙ୍କ କୋ-ଷ୍ଟାର ଥିଲେ ଏହି ଅଭିନେତ୍ରୀ ଆଲିସା ଖାନ୍ । ରିଲିଜ ଅପେକ୍ଷାରେ ଥିବା ଫିଲ୍ମ ‘ ଆଇନା ’ରେ ସେ ଅଛନ୍ତି ଇମରାନଙ୍କ ଅପୋଜିଟରେ । ହେଲେ ଏବେ ଲକ୍ଷ୍ୟ ହୀନ ଭାବେ ଘୂରି ବୁଲୁଛନ୍ତି । ବଲିଉଡ ନଗରୀ ମୁମ୍ବାଇକୁ ଛାଡି ଏବେ ଦିଲ୍ଲୀର ରାସ୍ତା କଡରେ ଆଲିସାଙ୍କ ଜୀବନ ।

4ଇଣ୍ଡଆ ଟୁଡେର ରିପୋର୍ଟ ଅନୁସାରେ – ଗାଜିଆବାଦରେ ରହୁଥିଲେ ଆଲିସା । ନିଜ ପୂର୍ବ ବୟଫ୍ରେଣ୍ଡର ବ୍ଲାକ ମେଲିଂର ଶିକାର ହେଲେ ଆଲିସା । ଆଲିସାଙ୍କର ଗୋଟିଏ ଆପର୍ତିଜନକ ଭିଡିଓକୁ ଅନ୍ ଲାଇନରେ ଛାଡିବାର ଭୟ ଦେଖେଇଲେ ତାଙ୍କର ବୟ ଫ୍ରେଣ୍ଡ । ଏହି ମଡେଲ କମ୍ ଆକ୍ଟ୍ରେସ ପୁଲିସ ପାଖରେ ଅଭିଯୋଗ ଦେବାପରେ ପରିସ୍ଥିତି ଭିନ୍ନ ମୋଡ ନେଲା । ତାଙ୍କ ମା ଓ ଭାଇଙ୍କୁ ଏହା ପସନ୍ଦ ହେଲାନି । ଆଲିସାଙ୍କୁ ଘରୁ ବାହାର କରିଦେଲେ । ବାଧ୍ୟ ହୋଇ ଉପାୟହୀନ ଭାବେ ଆଲିସା ନିଜ ସାଙ୍ଗ ଘରେ ଓ ମନ୍ଦିରରେ କିଛି ଦିନ ରହିଲେ ।

alis_1465891371_725x725ଅଭିନେତ୍ରୀ ଆଲିସା ଶେଷଥର ପାଇଁ ଫିଲ୍ମ ‘ମାଇଁ ହଜବ୍ୟାଣ୍ଡସ୍ ୱାଇଫ୍’ ରେ ନଜର ଆସିଥିଲେ । ଅନେକ ଭିଡିଓ ଆଲବମରେ ମଧ୍ୟ ସେ ଅଭିନୟ କରିଛନ୍ ତି। ଇମରାନଙ୍କ ସହ କରିଥିବା ଫିଲ୍ମ ‘ଆଇନା’ ଏବେ ରିଲିଜ ଅପେକ୍ଷାରେ ।

ଦେଖନ୍ତୁ ‘ମାଇଁ ହଜବ୍ୟାଣ୍ଡସ୍ ୱାଇଫ୍’ ଟ୍ରେଲର ଭିଡିଓରେ ଆଲିସାଙ୍କୁ —