ସେଲଫି ନିଶା ହେଲା କାଳ : ଟ୍ରେନ ବଗି ଉପରେ ଚଢି ଫଟୋ ଉଠାଇବା ବେଳେ ଛାତ୍ରଙ୍କ ମୃତ୍ୟୁ

56

44ଝାରସୁଗୁଡା : ସେଲଫି ନେଲା ଜୀବନ । ଟ୍ରେନ ବଗି ଉପରେ ଚଢି ସେଲଫି ନେବା ନିଶା ହେଲା କାଳ । ଟ୍ରେନରେ ଚଢି ସେଲଫି ନେବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ରଙ୍କର ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି ଝାରସଗୁଡା ବାଲିଜୋରୀ ନିକଟରେ ।

ମୃତ ଇଂଜିନିୟରଂ ଛାତ୍ର ଜଣକ ହେଉଛନ୍ତି ରାଜପାଲ୍ ଗୌରବ ପାତ୍ର । ଗୌରବ ସ୍ଥାନୀୟ ସରକାରୀ ଇଂଜିନିୟରିଂ କଲେଜର ଡିପ୍ଲୋମା ଛାତ୍ର । ପୂର୍ବରୁ ଭୁବନେଶ୍ୱରରେ ଜଣେ ଇଂଜିନିୟରିଂ ଛାତ୍ର ଏହି ସମାନ ଢଙ୍ଗରେ ସେଲଫି ନେଇ ଗୁରୁତର ହୋଇଥିଲେ ।

ଏହାସହ ଦେଖନ୍ତୁ ଏହି ଭିଡିଓ –