ଘଡ଼ିର ଦାମ୍ ୬୦ ଲକ୍ଷ ଟଙ୍କା ! ଏମିତି ଏକ ମହଙ୍ଗା ଘଡ଼ି ବଜାରରେ ଲଂଚ କରିବ ସେକୋ ଇଣ୍ଡିଆ

75

କନକ ବ୍ୟୁରୋ : ଦେଶରେ କୋଟିପତିଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଆଉ ଏହା ସହ ତାଳ ଦେଇ ବଜାରରେ ଜିନିଷର ଦାମ୍ ମହଙ୍ଗା ହେବାରେ ଲାଗିଛି । ଏହି କ୍ରମରେ ସେକୋ ହୋଲଡିଂସ କର୍ପ ସବସିଡିଆରି କଂପାନୀ ସେକୋ ୱାଚ୍ ଇଣ୍ଡିଆ ଏହି ବର୍ଷର ଶେଷ ସୁଦ୍ଧା ଦେଶରେ ୫୦ରୁ NBT-image୬୦ ଲକ୍ଷ ଟଙ୍କାର ଘଡ଼ି ଲଂଚ କରିବାକୁ ଯାଉଛି । ଏହି ସେଗମେଂଟରେ ଟିସୋଟ୍ ରାଓ ଓ ଟାଗ୍ ହେଉର୍ ଭଳି କଂପାନୀମାନେ ପ୍ରଥମରୁ ହିଁ ଭାରତରେ ରହିଛନ୍ତି । ସେକୋ ୱାଚ୍ ଇଣ୍ଡିଆର ପ୍ରେସିଡେଂଟ ନିଳାଦ୍ରୀ ମଜୁମଦାର କହିଛନ୍ତି, ‘ଆମେ ଏ ବର୍ଷର ଶେଷ ସୁଦ୍ଧା ୫୦ରୁ ୬୦ ଲକ୍ଷ ଟଙ୍କା ଦାମର ଘଡ଼ି ମାର୍କେଟକୁ ଛାଡିବୁ । ’ ସେ କହିଛନ୍ତି ଏଥିରେ ୮ଦିନର ପାୱାର୍ ରିଜର୍ଭ ରହିବ । କଂପାନୀ ଘଡି ତିଆରି କରିବା ପୂର୍ବରୁ ପ୍ରଥମେ ୧ହଜାର ଲୋକଙ୍କ ମତ ନେଇଥିଲା । ଆଉ ଏହା ମାର୍କେଟରେ କେମିତି ଚାଲିପାରିବ ଜାଣିବାକୁ ଚାହିଁଥିଲ ।

tag-heuer-connected-2017-post3ମଜୁମଦାର କହିଛନ୍ତି , ‘ ଆମ ପାଖରେ ଏବେ କିଛି ଘଡ଼ି଼ ନାହିଁ । ଏହି ବର୍ଷ ଓ ଆସନ୍ତା ବର୍ଷ ଆରମ୍ଭରେ ୧୦ ଷ୍ଟୋର୍ସ ୧ ଅଧିକରୁ ଅଧିକ ୬ ବୁଟିକ୍ସରେ ଏହାର ଆରମ୍ଭ କରିବାକୁ ଯାଉଛୁ । ଆମେ ଅତିକମରେ ୨୦୦ ଘଡି ବିକ୍ରି କରିବାକୁ ଚେଷ୍ଟା କରୁଛୁ ।’ ସେକୋ ଇଣ୍ଡିଆର ଗ୍ରାହକଙ୍କ ମଧ୍ୟରେ ଉଦ୍ୟୋଗପତିଙ୍କ ଛଡା ଡାକ୍ତରମାନେ ଓ ଟପ୍ ମ୍ୟାନେଜମେଂଟ ଲିଡର୍ସମ ମଧ୍ୟ ସାମିଲ ହେବେ । ଯେଉଁମାନେ ଗ୍ରାଣ୍ଡ ସେକୋ ୱାଚ୍ ରେ ଉତ୍ସାହ ଦେଖାଇଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମୁଖ୍ୟ ମୁକେଶ ଅମ୍ବାନୀ ଭାରତୀୟ କୋଟିପତିମାନଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି । ଏମିତି ବି ଭାରତରେ କୋଟିପତିମାନଙ୍କର ସଂଖ୍ୟା ଧାରାବାହିକ ଭାବରେ ବଢିବାକୁ ଲାଗିଛି । ଏବଂ ଫୋବର୍ସର ୨୦୧୭ର ଲିଷ୍ଟ ଅନୁସାରେ କୋଟିପତିମାନଙ୍କ ତାଲିକାରେ ଭାରତ ୪ର୍ଥ ସ୍ଥାନରେ ରହିଛି । ଫୋବର୍ସ ଲିଷ୍ଟରେ ଦୁନିଆର ୨,୦୪୩ ଜଣ ଧନୀବ୍ୟକ୍ତିଙ୍କୁ ସାମିଲ୍ କରାଯାଇଥିିଲା । ଏମାନଙ୍କର ସମୁଦାୟ ସଂପତ୍ତି ରେ ଗତ ବର୍ଷ ତୁଳନାରେ ୧୮ପ୍ରତିଶତ ବଢିଥିବାର ଜଣାପଡିଛି ।
(ଦ ହିନ୍ଦୁ)