ଶୁଦ୍ଧ କ୍ଷୀରକୁ ଏବେ ସହଜରେ ଚିହ୍ନିପାରିବେ ! ମାତ୍ର ୨ମିନିଟରେ ଜଣାପଡ଼ିବ ଦୁଗ୍ଧ ଅସଲି କି ନକଲି

28

ପୁଣେ : ଏବେ ସହଜରେ ଜଣାପଡ଼ିଯିବ ଦୁଗ୍ଧ ଅସଲି କି ନକଲି । ଏକ ବିଶେଷଜ୍ଞ ଦଳ ଏମିତି ଏକ ଯନ୍ତ୍ର ତିଆରି କରିଛନ୍ତି । ଯାହା ଦ୍ୱାରା ଦୁଗ୍ଧର ଶୁଦ୍ଧତା ପରୀକ୍ଷଣ କରାଯାଇପାରିବ । ବିଶେଷଜ୍ଞ ଦଳ ୩୦ ମେ’ରେ ମନ୍ତ୍ରାଳୟରେ ଫୁଡ୍ ଏଣ୍ଡ ଡ୍ରଗସ୍ ଆଡମିନଷ୍ଟ୍ରେସନ ଓ ଡ୍ରଗ୍ସ ଏଣ୍ଡ ସିଭିଲ୍ ସପ୍ଲାଇଜ୍ ମିନିଷ୍ଟର ଗିରିଶ ବାପତଙ୍କ ସାମ୍ନାରେ ଏହି ଯନ୍ତ୍ରର ଡେମୋ ଦେଖାଇଛନ୍ତି ।

ଏହି ଯନ୍ତ୍ରଟିକୁ ୨ବର୍ଷ ପୂର୍ବେ ରାଇଟ୍ ଟୁ ରିସର୍ଚ୍ଚ ଫାଉଣ୍ଡେସନର ଗବେଷକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଏଥିରେ କାଗଜର ୪ଟି ଷ୍ଟ୍ରିପ୍ସ ଥାଏ ଏବଂ ପ୍ରତି ଷ୍ଟ୍ରିପ୍ସ ଦୁଗ୍ଧର ଗୁଣବତ୍ତାର ମାତ୍ରାକୁ ପରୀକ୍ଷା କରିଥାଏ । କାଗଜର ଷ୍ଟ୍ରିପରେ ଏକ ଡ୍ରପ୍ କ୍ଷୀର ପକାଯାଏ । ଯଦି କ୍ଷୀରରେ ମିଶ୍ରଣ ଥାଏ ତ ଷ୍ଟ୍ରିପ୍ ର ରଙ୍ଗ ବଦଳିଯାଏ ।