ଗଛରେ ଫଳିବ ବିଦ୍ୟୁତ ଶକ୍ତି ! ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ

78

2ବିଜ୍ଞାନର ଅଗ୍ରଗତିରେ ବୈଜ୍ଞାନିକମାନେ ଏବେ ଦିନକୁ ଦିନ ନୂଆ ନୂଆ ଜିନିଷ ସବୁ ଉଦ୍ଭାବନ କରିବାରେ ଲାଗିଛନ୍ତି । ମଣିଷ ସବୁ ସୁଖ ସୁବିଧା ହାତ ପାହାନ୍ତାରେ ପାଇପାରୁଛି । ଏବେ ଏମିତି ଏକ ଖବର ଜି ନ୍ୟୁଜରେ ପ୍ରକାଶ ପାଇଛି । ଗଛରେ ଫଳିବ ବିଜୁଳି । ଆଉ ଏହା ସମ୍ଭବ ହୋଇଛି ବୈଜ୍ଞାନିକଙ୍କ ନୂଆ ଆବିଷ୍କାର ଦ୍ୱାରା ।

Arch2O-Wind-Tree-Turbine-Newwind-02କଥାରେ ଲୋକେ କୁହନ୍ତି ‘ପଇସା କଣ ଗଛରୁ ଫଳୁଛି’ । ଏହା ପଛେ ମିଛ ହୋଇଥାଏ । କିନ୍ତୁ ଏହି କଥା ସତ ଯେ ଗଛରେ ବିଜୁଳି ଫଳିବାକୁ ଯାଉଛି । ବୈଜ୍ଞାନିକମାନେ ଏକ ବାୟୋମେଟ୍ରିକ୍ ଗଛ ବିକଶିତ କରିଛନ୍ତି । ଯାହାର କୃତ୍ରିମ ପତ୍ରଗୁଡିକରେ ପବନ ବହିବା ଦ୍ୱାରା ବିଦ୍ୟୁତ ଶକ୍ତି ବାହାରିବ ।

ଆମେରିକାର ଆଇଓବା ଷ୍ଟେଟ୍ ୟୁନିର୍ଭସିଟିର ବୈଜ୍ଞାନିକମାନେ ଏହି ଆଶ୍ଚର୍ଯ୍ୟଜନକ ଟେକନିକକୁ ଆବିଷ୍କାର କରିଛନ୍ତି । ଏହା ଦ୍ୱାରା ଲୋକେ ବଡ ପବନ ଟରବାଇନ ଛଡା ଘରର ଉପକରଣ ଆଦି ଚଳାଇପାରିବେ । ବୈଜ୍ଞାନିକମାନେ ଯେଉଁ ଉପକରଣ ତିଆରି କରିଛନ୍ତି ତାହା ଦେଖିବାକୁ ଠିକ୍ ପ୍ରକୃତ ଗଛର ଶାଖା ଓ ପତ୍ରଗୁଡିକ ପରି । ଯେତେବେଳେ ଖୁବ୍ ଜୋରରେ ପବନ ବହିବ ଏହାର କୃତ୍ରିମ ପତ୍ରଗୁଡିକ ହଲିବା ଦ୍ୱାରା ଏଥିରୁ ବିଦ୍ୟୁତ ସୃଷ୍ଟି ହେବ । ଏହି ଉପକରଣର ଡିଜାଇନରେ ନେତୃତ୍ୱ ନେଇଥିବା ମାଇକ୍ ମାକକ୍ଲୋସ୍କିଙ୍କ ମତ ଅନୁସାରେ ଏହା ପବନ ଟରବାଇନର ସ୍ଥାନ ନନେଲେ ବି ଏଥିରୁ ବାହାରୁଥିବା ବିଦ୍ୟୁତ ଶକ୍ତି କିନ୍ତୁ ଛୋଟ ଛୋଟ ମେସିନକୁ ଘୁରାଇପାରିବ ।

ଏହାସହ ଦେଖନ୍ତୁ ଏହି ଭିଡିଓ –