ମହଙ୍ଗା ପଡିଲା ଟ୍ୱିଟରରେ ଫଟୋ ଛାଡିବା : ମୁହଁକୁ ଆବୃତ ନକରି ଫଟୋ ଉଠାଇବା ଯୋଗୁଁ ମହିଳା ଗିରଫ

93

7ରିଆଦ : ସାଉଦି ଆରବରେ ଘଟିଛି ଏକ ଅଭାବନୀୟ ଘଟଣା । ନିଜ ମୁହଁକୁ ଓଢଣିରେ ଆବୃତ ନକରି ପବ୍ଲିକ ସ୍ଥାନରେ ଫଟୋ ଉଠାଇବା ମହଙ୍ଗା ପଡିଛି । ରିଆଦ ପୁଲିସ ଜଣେ ୨୦ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି । ଏହି ମହିଳା ଜଣକ ନିଜ ମୁହଁକୁ ନ ଲୁଚାଇ ଟ୍ୱିଟର ପେଜରେ ନିଜ ଫଟୋକୁ ପୋଷ୍ଟ କରିବାର ଆରୋପ ଲଗେଇଛି ପୁଲିସ ।

6ରିଆଦ ପୁଲିସ ଏହି ମହିଳାଙ୍କ ବିଷୟରେ କିଛି ସୂଚନା ଦେଇନାହାଁନ୍ତି । ହେଲେ କିଛି ମିଡିଆ ଓ ୱେବସାଇଟରେ ଏହି ମହିଳାଙ୍କ ନାଁ ମଲାକ-ଅଲ-ଶେହରୀ ବୋଲି ଜଣାପଡିଛି । ପୁଲିସ ଅନୁସାରେ ଏହି ମହିଳା ସାଉଦି ଆରବର ଆଇନକୁ ଭାଙ୍ଗିଛନ୍ତି । କିଛିଦିନ ତଳେ ସେ ଏକ ଫଟୋ ଟ୍ୱିଟରରେ ସେୟାର କରିଥିଲେ । ଏଥିରେ ଏହି ମହିଳା ଜଣକ ରିଆଦ ସହରର ଲୋକପ୍ରିୟ ରିଆଦ କାଫେ ସାମ୍ନାରେ ଛିଡା ହୋଇ ଫଟୋ ଉଠାଇଛନ୍ତି ଏବଂ ସାଉଦିର ନୀତି ନୀୟମ ଅନୁସାରେ ମୁହଁକୁ ଲୁଚାଇ ନାହାଁନ୍ତି । ଏହାସହ ଅଜଣା ପୁରୁଷ ସହ ସଂପର୍କକୁ ନେଇ ଖୋଲିକରି କହିଛନ୍ତି । ଏହା ସାଉଦିରେ ଏକ ବଡ ଅପରାଧ । ଏଣୁ ମହିଳାଙ୍କର ଏହି କଥା ଦେଶରେ ଆଇନକୁ ଭାଙ୍ଗିବାର ଆରୋପ ଲଗାଯାଇଛି ।

ସାଉଦି ଆରବ ଦୁନିଆର ଏମିତି ଏକ ଦେଶ , ଯେଉଁଠି ମହିଳାଙ୍କ ସ୍ୱାଧୀନତାରେ ଦୃଢ ଆଇନକାନୁନ ରହିଛି । ବିନା ବୁର୍ଖାରେ ଏଠାରେ ମହିଳା ସର୍ବସାଧାରଣରେ ବୁଲିପାରିବ ନାହିଁ । ମୁଣ୍ଡରୁ ପାଦ ଯାଏ ସମଗ୍ର ଶରୀରକୁ ଘୋଡେଇବାକୁ ପଡିଥାଏ । ଏଠାରେ ମହିଳାଙ୍କୁ ଗାଡି ଚଳାଇବା ବି ମନା । ଆଉ ଆଇନ ଉଲଘଂନକାରୀକୁ ଶକ୍ତ ଦଣ୍ଡ ମିଳେ । ଯେମିତି ଏହି ମହିଳାଙ୍କୁ ଏବେ ଭୋଗିବାକୁ ପଡିଛି ।