ବେତନ ୯୦ ହଜାର ଟଙ୍କା : ବାବୁଲାଲ ଶାହ ସାଇକେଲରେ ଯାଆନ୍ତି ଅଫିସ୍

34

44ଆଜିକାଲିକା ଜମାନାରେ ସମସ୍ତେ ଗାଡି ଚଢି ଯିବାକୁ ପସନ୍ଦ କଲେଣି । ଗାଁ ଠାରୁ ସହର ସବୁଠି ଦୁଇ ଚକିଆ ଯାନ ଠାରୁ ଚାରି ଚକିଆର ଭିଡ । କାଁ ଭାଁ ଏବେ ସାଇକେଲ ଚଢିବା ଦେଖିବାକୁ ମିଳୁଛି । ହେଲେ ଅହମ୍ମଦାବାଦର ବାବୁଲାଲ ଶାହ ଏଥିରୁ ବ୍ୟତିକ୍ରମ। ନିତି ସେ ସାଇକେଲ ଚଢି ଅଫିସ ଯାଆନ୍ତି । ବିଏସଏନଏଲର ଜଣେ ବଡ ପଦବୀରେ ଥାଇ ବି ସେ ସାଇକେଲ ଚଳାନ୍ତି ।

1ଅହମ୍ମଦାବାଦ ପରି ସହରରେ  ଯୁବକଙ୍କୁ ସାଇକେଲ ଚଢିବା ,ଏ କଷ୍ଟକର କଥା । ସମ୍ମାନରେ କାଳେ କମି ଆସିଯିବ ଭାବିଥାନ୍ତି । ହେଲେ ସେଠାରେ ରହୁଥିବା ବାବୁଲାଲ କିନ୍ତୁ ନିତି ସାଇକେଲ ଚଢନ୍ତି । ଅଫିସ ଯିବା ବା ଅନ୍ୟ ଛୋଟ ମୋଟ କାମ ବି ପଡିଲେ ସାଇକେଲରେ ଯାଆନ୍ତି । ମୋଟା ଅଙ୍କର ଦରମା ତାକୁ ଗାଡି ଚଢିବାକୁ ପ୍ରବର୍ତେଇ ପାରିନି । ଏହା ମାଧ୍ୟମରେ ସେ ଜନ ସଚେତନତା କରିବା ସହ ଶରୀର ମଧ୍ୟ ସୁସ୍ଥ ରହେ ବୋଲି କୁହନ୍ତି । ପେଟ୍ରୋଲ ବଂଚାଇବା ସହ ପରିବେଶକୁ ପ୍ରଦ୍ୟୁଷଣ ମୁକ୍ତ ପାଇଁ ଯୁବକ ମାନଙ୍କୁ ସେ ସଚେତନ କରୁଛନ୍ତି କୁହନ୍ତି  ।

ବାବୁଲାଲ ୧୫ ବର୍ଷ ବୟସରୁ ଏହି ସାଇକେଲ ନିଶାରେ ପଡିଥିଲେ । ନିଜ ପିତାଙ୍କ ପଥ ଅନୁସରଣ କରି ସେ ଆଜି ବି ସାଇକଲେ ଚଢିବା ଛାଡି ପାରି ନାହାଁନ୍ତି । ନିତି ସେ ୩୦ କିଲୋମିଟର ସାଇକଲେରେ ଯାଆନ୍ତି । ସେ ଖାଲି ଏକା ନୁହଁନ୍ତି ତାଙ୍କର ଚାରି ଝିଅ ମଧ୍ୟ ବାପାଙ୍କର ଏଭଳି କାମକୁ ପସନ୍ଦ କରନ୍ତି ଏବଂ ନିଜେ ସେମାନେ ବି ସାଇକେଲ ଚଢି ସ୍କୁଲ ଯାଆନ୍ତି ।