ଉଦ୍ୟମକୁ ପ୍ରଶଂସା : ଧକ୍କା ଦେଇ ଟ୍ରେନକୁ ଟ୍ରାକକୁ ଆଣିବା ଯୋଗୁଁ କର୍ମଚାରୀ ପାଇଲେ ୧୦ହଜାର ଟଙ୍କାର ପୁରସ୍କାର !

41

ମୁମ୍ବାଇ: ୱେଷ୍ଟର୍ଣ୍ଣ ରେଲୱେ ନିଜର କର୍ମଚାରୀମାନଙ୍କ ପାଇଁ ୧୦ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ଏହି ପୁରସ୍କାର ସେହି ଲୋକମାନଙ୍କୁ ଦିଆଯାଇଛି ଯେଉଁମାନେ ଗୁରୁବାର ଦିନ ଏକ ଟ୍ରେନକୁ ଧକ୍କା ଦେଇ ଡେଡ୍-ଏଣ୍ଡରୁ ପ୍ଲାଟଫର୍ମରେ ପହଁଚାଇଥିଲେ ।

ମୁମ୍ବାଇ ଡିଭିଜନଲ ରେଲୱେ ମ୍ୟାନେଜର ମୁକୁଲ ଜୈନ କହିଛନ୍ତି , ‘ମୁଁ ୧୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛି । ଯାହାକୁ ପୋର୍ଟର, ରେଲୱେ ପୁଲିସ୍ ଫୋର୍ସ କର୍ମଚାରୀମାନେ , କ୍ୟାରେଜ୍ , ବାଗନ୍ ଏବଂ ଷ୍ଟେସନ କର୍ମଚାରୀଙ୍କ ମଧ୍ୟରେ ବଂଟା ଯିବ ।’ କୁଲିଙ୍କ ସହ ୪୦ ରେଲୱେ କର୍ମଚାରୀଙ୍କୁ ମୁମ୍ବାଇ ସେଂଟ୍ରାଲ୍-ଲକ୍ଷ୍ନୌ ସୁବିଧା ଏକ୍ସପ୍ରେସକୁ ଠେଲିବାକୁ ପଡିଥିଲା । ଏହି ଟ୍ରେନ୍ ସିଗନଲ୍ ଅତିକ୍ରମ କରି ଡେଡ୍ ଏତ୍ପରେ ପହଁଚିଯାଇଥିଲା । ଯେଉଁଠି କୌଣସି ଓଭର ହେଡ୍ ତାର ନଥିଲା ।

ଗୁରୁବାର ସକାଳେ ୭:୪୫ରେ ୧୬ କୋଟ୍ ବିଶିଷ୍ଟ ପ୍ଲାଟଫର୍ମ ନଂ ୨ରୁ ରେଡ୍ ସିଗନାଲ ରେ ରହିବା ବଦଳରେ ଆଗକୁ ଚାଲିଯାଇଥିଲା । ଯେଉଁ ଟ୍ରାକରେ ଟ୍ରେନ ଚାଲିଯାଇଥିଲା , ତାହା ଡେଡ୍-ଏଣ୍ଡ ଥିଲା ଏବଂ ଏହା ଉପରେ କୈାଣସି ତାର ନଥିଲା । ଇଂଜିନ୍ କୁ ପଛକୁ ଟଣାଯାଇପାରିନଥିଲା । କାରଣ ତାହା ପାୱାର ନେଉନଥିଲା । ଇଂଜିନକୁ ଆଗକୁ ବି ନିଆଯାଇପାରୁନଥିଲା । କାରଣ ଏହା ଡେଡ୍-ଏଣ୍ଡ ଥିଲା ।

ଏଥିପାଇଁ ଯାତ୍ରୀଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଯାଇଥିଲା । ଏବଂ ରେଲୱେ କର୍ମଚାରୀ ନିଜେ ଟ୍ରେନକୁ ଟ୍ରାକକୁ ଧକ୍କା ଦେଇ ଆଣିଥିଲେ । ଜଣେ ବରିଷ୍ଠ ରେଲୱେ ଅଫିସର କହିଛନ୍ତି କି ଏପରି ଘଟଣା ପ୍ରଥମ ଥର ହୋଇଛି ।