ଆଗକୁ ଆସୁଛି ପାର୍ବଣ ଋତୁ , ଛାତି ଥରାଇଦେବ ଡିଜେ ସାଉଣ୍ଡ ! ଆଗୁଆ ନିୟମ କଡାକଡି କରିବାକୁ ଦାବୀ

163

maxresdefaultକନକ ବ୍ୟୁରୋ : ଆଉ ଅଳ୍ପ ଦିନ ରହିଲା ଦଶହରା । ପାର୍ବଣର ଋତୁ । ମାହୋଲ ଏବେଠୁ ହେଲାଣି ସରଗରମ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଧୁମଧାମରେ ଦଶହରାକୁ ପାଳିବାକୁ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି ଅନେକ ଅନୁଷ୍ଠାନ । ଟ୍ୱିନ୍ ସିଟିରେ ଏଥିପାଇଁ ନିୟମ କଡାକଡି କରିବାକୁ ଦାବୀ ହେଲାଣି । କାରଣ ଛାତି ଥରା ଡିଜେ ସାଉଣ୍ଡରେ ଦୁଲିକିବ ସହର ବଜାର , ଗଳି ଓ ଛକ ।

maxresdefault (1)ପ୍ରଚଣ୍ଡ ଶଦ୍ଦ । ଛାତି ଥରାଇ ଦେଉଛି । ଲୋକଙ୍କ ବ୍ଲଡ ପ୍ରେସର ମଧ୍ୟ ବଢାଇଦେଉଛି । କାନରେ  ଆଙ୍ଗୁଠି ଚାପିବାକୁ ସମସ୍ତେ ବାଧ୍ୟ ହେଉଛନ୍ତି । ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଏକାଧିକ ଆଦେଶ ଏଠାରେ ପାଣିଫୋଟକା ହୋଇଯାଇଛି । ପୁଲିସ ବି ନିରବଦ୍ରଷ୍ଟା ସାଜୁଛି । ହେଲେ ଏପରି କାହିଁକି ? ଏମାନଙ୍କ ପାଇଁ ଆଇନ କାହିଁକୁ କଡାକଡ କରାଯାଉନି ?ଏମାନେ କ’ଣ ଆଇନ ଠାରୁ ଉର୍ଦ୍ଧ୍ୱରେ ? ସେମାନଙ୍କ ପ୍ରତି ଏତେ ଦରଦ କାହିଁକି ? ଡିଜେ ସାଉଣ୍ଡ ମାଲିକଙଯକ ଲାଇସେନ୍ସକୁ ବାତିଲ କରାଯାଉନି କାହିଁକି ? ଏମିତି ଅନେକ ପ୍ରଶ୍ନ ଆଜି ଲୋକଙ୍କ ମନରେ । ଯେତେବେଳେ ଏହି ପାର୍ବଣ ସମୟ ଆସିଯାଏ ଲୋକେ ବେଶୀ ହଇରାଣ ହୁଅନ୍ତି ଏତିକିବେଳେ । ଚାରିଆଡେ ଖାଲି କାନଫଟା ଶଦ୍ଦ । ଆଉ ଆଗକୁ ଦଶହରା ଆସୁଥିବା ବେଳେ ଏହି ଶଦ୍ଦ ଆତଙ୍କ ଆହୁରି ବଢିବା ଥୟ ହୋଇଛି।

Dj Mixes The Trackପର୍ବରେ ଡିଜେ ସାଉଣ୍ଡ୍ ଏବେ ଅସନ୍ତୋଷର କାରଣ ପାଲଟିଛି । ଘର ଦ୍ୱାର ଥରୁଛି । ହୃଦରୋଗୀ କଲବଲ ହେଉଛନ୍ତି । ଗତ ଗଣେଷ ଭସାଣୀରେ ଛାତିଥରା ଡିଜେ ସାଉଣ୍ଡ ଉପରେ କମିଶନରେଟ୍ ପୁଲିସ୍ କଟକଣା ଲଗାଇଥିଲା । ହେଲେ ନିୟମକୁ କେହି ମାନିନଥିଲେ । ଯିଏ ଯେତେ ପାରୁଥିଲା ଭଲ୍ୟୁମ ବଢାଇ ଦେଇଥିଲେ । ଗଣେଷ ଭସାଣୀ ବେଳେ ସାରା ସହରରେ ପ୍ରତିକୂଳ ପରିବେଶ ସୃଷ୍ଟି ହୋଇଥିଲା । ବିଭିନ୍ନ ଛକ , ବଜାରରେ ଏମିତି ଛାତିଥରା ଶଦ୍ଦ ଶୁଣିବାକୁ ମିଳିଥିଲା ।

ଆଉ ମଧ୍ୟ ଏହି ଡିଜେ ସାଉଣ୍ଡକୁ ବିରୋଧ କରି ଅନେକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ମୁଣ୍ଡଟେକିଛି । ନିକଟରେ କୁଆଖିଆ , ସାଲିଆସାହିରେ ହୋଇଥିବା ଗଣେଶ ଭସାଣିକୁ ଦେଖିଲେ ଜଣାପଡେ । କେମିତି ଏହି ଡିଜେ ସାଉଣ୍ଡକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ମଦ୍ୟପ ଯୁବକମାନେ ଗୀତର ତାଳେ ତାଳେ ଉତ୍ପାତ ମଚାଇଥିଲେ । ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ।

soundସୁପ୍ରିମକୋର୍ଟର କଡା ନିର୍ଦ୍ଦେଶ ରହିଛି । ଡିଜେ ମାଲିକମାନେ ସାଉଣ୍ଡ ଲିମିଟର ଲଗାଇ ୬୫ ଡେସିମାଲ୍ ସାଉଣ୍ଡ ବ୍ୟବହାର କରିବାକୁ କୁହାଯାଇଛି । ଗଣେଶ ପୂଜା ପରେ ଆଗକୁ ଦଶହରା ପୂଜା । ପୁଲିସ୍ କମିଶନର ଓ ଭୁବନେଶ୍ୱର ଡିସିପି ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ଉଠିଛି । ଏବେ ଦେଖିବାକୁ ବାକି ରହିଲା କମିଶନରେଟ୍ ପୁଲିସ ପୂଜାରେ କେଉଁ ପଦକ୍ଷେପ ଗ୍ରହଣ କରୁଛି । ନା ପୂର୍ବବର୍ଷ ପରି ଅନୁରୂପ କୋହଳ ମନୋଭାବ ପ୍ରଦର୍ଶନ କରୁଛି ।