ବଜାରକୁ ଆସିବ ୧୦୦ ଟଙ୍କିଆ ନୂଆ ନୋଟ୍ ! ଜାଣନ୍ତୁ ପୁରୁଣା ନୋଟକୁ ନେଇ ଆରବିଆର ବଡ ଘୋଷଣା…

72

ଆସନ୍ତା ମାସରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୧୦୦ ଟଙ୍କିଆ ନୂଆ ନୋଟ ଜାରି କରିବାକୁ ଯାଉଛି । ତେବେ ନୂଆ ନୋଟର ରଙ୍ଗ ବାଇଗଣୀ ରଙ୍ଗର ରହିଛି ଏବଂ ଏହି ନୋଟରେ ଇତିହାସର ଛାପ ଦେଖିବାକୁ ମିଳିଛି । ଏହି ନୋଟରେ ଗୁଜରାଟ ରାଣୀଙ୍କ ବାବଡୀର ଫଟୋ ରହିଅଛି । ବାସ୍ତୁକଳାର ନମୁନା ମନେ କରାଯାଉଥିବା ରାଣୀଙ୍କ ବାବଡୀକୁ ଦୁନିଆ କୋଣ ଅନୁକୋଣରୁ ପର୍ୟ୍ୟଟକ ମାନେ ଦେଖିବାକୁ ଆସନ୍ତି ।

ଆରବିଆଇ ମୁତାବିକ, ନୂଆ ନୋଟର ସାମ୍ନା ପାଶ୍ୱର୍ରେ ଦେବନାଗରୀ ଲିପିରେ ୧୦୦ ଲେଖାଯାଇଛି । ନୋଟର ମଝିରେ ମହାତ୍ମା ଗାନ୍ଧିଙ୍କ ଚିତ୍ର ରହିଛି । ଏହାଛଡା ନୋଟ ଉପରେ ଛୋଟ ଅକ୍ଷରରେ ଆରବିଆଇ, ଭାରତ, ଇଣ୍ଡିଆ ଓ ୧୦୦ ଲେଖାଯାଇଛି । ନକଲି ନୋଟ କାରବାରକୁ ରୋକିବା ପାଇଁ ନୂଆ ନୋଟରେ ଅନେକ ପରିବର୍ତ୍ତନ କରାଯାଇଛି । ଏହାର ଯେପରି ନକଲ ନ ହୋଇ ପାରିବ ସେଥିପାଇଁ ଏଥିରେ ସିକ୍ୟୁରିଟି ଥ୍ରେଡ ଲଗାଯାଇଛି । ଯେଉଁଥିରେ ରଙ୍ଗର ପରିବର୍ତ୍ତନ ହୋଇଥାଏ । ଅଥାର୍ତ ଯେତେବେଳେ ଏହି ନୂଆ ନୋଟକୁ ମୋଡିବେ ଏହାର ଥ୍ରେଡର ରଙ୍ଗ ବାଇଗଣୀରୁ ସବୁଜ ହୋଇଯିବ ।

ସେହିଭଳି ନୋଟର ପଛ ପାଶ୍ୱର୍ରେ ନୋଟ ଛପା ଯାଇଥିବା ବର୍ଷ ଉଲ୍ଲେଖ ରହିବ । ଏହାଛଡା ସ୍ୱଚ୍ଛ ଭାରତର ଲୋଗୋ ମଧ୍ୟ ଏହାର ପଛରେ ଅଙ୍କିତ ରହିଛି । ନୂଆ ନୋଟରେ ଗୁଜରାଟର ରାଣୀ ବବଙ୍କ ଚିତ୍ର ମଧ୍ୟ ଅଙ୍କିତ ରହିଛି । ଏହାସତ୍ତେ୍ୱ ମଧ୍ୟ ଯଦି ନୂଆ ନୋଟକୁ ନେଇ ସନ୍ଦେହ ଆସେ ତେବେ ଯେକୌଣସି ସମୟରେ ମଧ୍ୟ ଏହାର ଯାଞ୍ଚ କରିପାରିବେ । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ paisaboltahai.rbi.org.in ନାମକ ଏକ ପୋର୍ଟାଲ ଲଞ୍ଚ କରିଛି । ଯେଉଁଠି କ୍ଲିକ୍ କରି ଆପଣ ପ୍ରତି ନୋଟର ସତ୍ୟତା ପରଖି ପାରିବେ । କିନ୍ତୁ ଏବେ ପର୍ୟ୍ୟନ୍ତ ନୂଆ ୧୦୦ ଟଙ୍କିଆ ନୋଟ ଏହି ସାଇଟରେ ସ୍ଥାନ ପାଇନାହିଁ । କିନ୍ତୁ ଖୁବଶୀଘ୍ର ଅନ୍ୟ ନୋଟ ଭଳି ଏହି ନୂଆ ନୋଟ ମଧ୍ୟ ଏହି ସାଇଟରେ ସ୍ଥାନ ପାଇବ । ଯେଉଁଠାରେ ଆପଣ ଅତି ସହଜରେ ଅସଲି ଓ ନକଲି ନୋଟ ମଧ୍ୟରେ ଫରକ ଜାଣି ପାରିବେ ।

ପୁରୁଣା ନୋଟ କଣ ହେବ

ନୂଆ ନୋଟ ଜାରି ହେବା ପରେ ମଧ୍ୟ ପୁରୁଣା ନୋଟ ପ୍ରଚଳନ ଜାରି ରହିବ । ୧୦୦ ଟଙ୍କିଆ ନୂଆ ନୋଟର ଛପାକାମ Bank note press dewasରେ ଆରମ୍ଭ ହୋଇସାରିଛି । ନୋଟର ନୂଆ ଡିଜାଇନକୁ ଶେଷ ପର୍ଯ୍ୟାୟରେ ମହିଶୂରର ସେହି ପ୍ରିଂଟରେ ଦିଆଯାଇଛି, ଯେଉଁଠି ୨ ହଜାର ଟଙ୍କିଆ ନୋଟ୍ ଛପା ଯାଇଥାଏ । ଏଥରକ ଏକ ବଡ ପରିବର୍ତ୍ତନ ମଧ୍ୟ କରାଯାଇଛି କି, ନୂଆ ନୋଟର ଛପାରେ ସ୍ୱଦେଶୀ ସ୍ଥାୟୀ ଏବଂ କାଗଜର ହିଁ ବ୍ୟବହାର କରାଯିବ ।

ଭାରତୀୟ ନୋଟରେ ଐତିହ୍ୟ ଭରା ଛାପ

ଭାରତୀୟ ନୋଟରେ ଏଭଳି ଐତିହ୍ୟ ଭରା ଛାପ ଦେଖିବା କିଛି ନୁଆ କଥା ନୁହଁ ଏହା ପୂର୍ବରୁ ବାହାରିଥିବା ୧୦,୫୦,୨୦୦,୫୦୦ ଏବଂ ୨୦୦୦ ଟଙ୍କିଆ ନୋଟରେ ମଧ୍ୟ ଇତିହାସର ଛାପ ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ କେଉଁ ନୋଟ ସହ କେଉଁ ସ୍ଥାନର ସାମଞ୍ଜସ୍ୟ ରହିଛି ଆଜି ଜାଣିବା ।

୧୦ ଟଙ୍କିଆ ନୋଟ୍ : ଭାରତର ନୂତନ ୧୦ ଟଙ୍କିଆ ନୋଟ୍ ଚକଲେଟ୍ କଲର୍ ବା ମାଟିଆ ରଙ୍ଗ ହୋଇଥିବା ବେଳେ ଉକ୍ତ ନୋଟରେ ଓଡିଶାର ଗର୍ବଗୌରବ ବିଖ୍ୟାତ କୋଣାର୍କ ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟର ରୂପରେଖ ଦେଖିବାକୁ ମିଳେ ।

୫୦ ଟଙ୍କିଆ ନୋଟ୍ : ଆକାଶୀୟା ନୀଳ ରଙ୍ଗର ଦେଖାଯାଉଥିବା ନୂତନ ୫୦ ଟଙ୍କିଆ ନୋଟରେ କର୍ଣ୍ଣାଟକର ପ୍ରସିଦ୍ଧ ତଥା ୟୁନେସ୍କୋରେ ସ୍ଥାନ ପାଇଥିବା ବେଷ୍ଟ୍ ହେରିଟେଜ୍ ମଧ୍ୟରେ ହାମ୍ପି ଚାରିକୋଟର ଚିତ୍ରକଳା ଦେଖିବାକୁ ମିଳେ ।

୧୦୦ ଟଙ୍କିଆ ନୋଟ୍ : ବାଇଗଣୀ ରଙ୍ଗରେ ବଜାରକୁ ଆସିବା ଅପେକ୍ଷାରେ ଥିବା ୧୦୦ ଟଙ୍କିଆ ନୋଟଟି ଗୁଜୁରାଟର ଐତିହ୍ୟକୁ ବର୍ଣ୍ଣନା କରେ । ରାଣୀଙ୍କ ବାବଡୀର ଫଟୋ ଏହି ନୋଟରେ ଦେଖିବାକୁ ମିଳିବ ।

୨୦୦ ଟଙ୍କିଆ ନୋଟ୍ : କମଳା ଏବଂ ହଳଦିଆ ରଙ୍ଗରେ ବଜାରକୁ ଆସିଥିବା ୨୦୦ ଟଙ୍କିଆ ନୋଟରେ ମଧ୍ୟପ୍ରଦେଶର ସାଞ୍ଚି ସ୍ତୁପର ଝଲକ ଦେଖିବାକୁ ମିଳେ ।

୫୦୦ ଟଙ୍କିଆ ନୋଟ୍ : ଗ୍ରେ ତଥା ପାଉଁଷିଆ ରଙ୍ଗରେ ବଜାରକୁ ଆସିଥିବା ୫୦୦ ଟଙ୍କିଆ ନୋଟରେ ମଧ୍ୟ ଐତିହ୍ୟର ଛାପ ଦେଖିବାକୁ ମିଳେ । ଦିଲ୍ଲୀ ଫେମସ୍ ଲାଲକିଲ୍ଲାର ଦୃଶ୍ୟ ଭାରତୀୟ ୫୦୦ ଟଙ୍କିଆ ନୋଟରେ ଦେଖିବାକୁ ମିଳିଥାଏ ।

୨୦୦୦ ଟଙ୍କିଆ ନୋଟ୍ : ନୋଟ୍ ମଧ୍ୟରେ ବଡ ତଥା ଭାରତର ୨୦୦୦ ଟଙ୍କିଆ ନୋଟର ରଙ୍ଗ ଗୋଲାପୀ ରଙ୍ଗର ହୋଇଥିବା ବେଳେ ଏହି ନୋଟରେ ମଙ୍ଗଳଯାନର ଚିତ୍ର ଦେଖିବାକୁ ମିଳେ ।