ଭାରତର ଜଣେ ସୈନିକର ମୁଣ୍ଡ କାଟିଲେ ପାକିସ୍ତାନର ଶହେ ସୈନିକଙ୍କ ମୁଣ୍ଡ କାଟ: ରାମଦେବ

26

ପାକିସ୍ତାନ ସେନା ଦୁଇ ଭାରତୀୟ ସୈନିକଙ୍କୁ ମାରିଛନ୍ତି । ପାକ୍ ଯେଉଁଭଳି ଭାବେ ନିଜର ବର୍ବରତାର ସୀମା ଲଂଘିଚାଲିଛି , ଭାରତର ସବୁ ଜନତା ତାତି ଉଠିଛନ୍ତି । ଏହି ସମୟରେ ଯୋଗଗୁରୁ ବାବା ରାମଦେବ ପାକିସ୍ତାନର ଏହି ବର୍ବର କାଣ୍ଡକୁ ନେଇ ଦେଇଛନ୍ତି ପ୍ରତିକ୍ରିୟା ।

ଯଦି ପାକ୍ ଜଣେ ଭାରତୀୟ ସୈନିକଙ୍କ ମୁଣ୍ଡ କାଟୁଛି ତ ୧୦୦ ପାକ୍ ସୈନିକର ମୁଣ୍ଡ କାଟିବାକୁ ଭାରତ ପଛାଇବା ଉଚିତ ନୁହେଁ । ଏଭଳି ଏକ ଦୃଢ ମନ୍ତବ୍ୟ ଦେଇଛନ୍ତି ରାମଦେବ । ଯେତେବେଳେ ଦେଶର ସୈନିକ ସହିଦ୍ ହେଉଛନ୍ତି ସାରା ଜନତାଙ୍କ ରକ୍ତ ତାତି ଉଠେ ଏବଂ ପାକିସ୍ତାନକୁ ଉଚିତ ଜବାବ ଦେବାକୁ ଦେଶର ନେତୃତ୍ୱ ନିଷ୍ପତ୍ତି ନିଅନ୍ତୁ ବୋଲି କହିୁଛନ୍ତି ବାବା ରାମଦେବ ।