ଚାଲିଗଲେ ରାମାୟଣର ବିଭୀଷଣ ମୁକେଶ ରାୱଲ : ଅସ୍ପଷ୍ଟ ମୃତ୍ୟୁ ଘଟଣା

60

44ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଟିଭି ଧାରାବାହିକ ‘ରାମାୟଣ’ରେ ବିଭୀଷଣ ଚରିତ୍ରରେ ଅଭିନୟ କରିଥିବା ମୁକେଶ ରାୱଲଙ୍କ ଅଚାନକ ମୃତ୍ୟୁ ହୋଇଛି । ଗତ ମଙ୍ଗଳବାର ସକାଳେ ମୁମ୍ବାଇରେ କାନ୍ଦିବଲି ରେଲୱେ ଷ୍ଟେସନ ରେଳ ଧାରଣାରୁ ଏହି ୬୫ ବର୍ଷୀୟ କଳାକାରଙ୍କର ମୃତ ଦେହକୁ ଉଦ୍ଧାର କରାଯାଇଛି । ମୁକେଶଙ୍କ ଦୁର୍ଘଟଣାରେ ମୃତ୍ୟୁହୋଇଛି ନା ସେ ଆତ୍ମହତ୍ୟା କରିଛନ୍ତି ଏବେବି ଏହା ଅସ୍ପଷ୍ଟ । କିନ୍ତୁ ତାଙ୍କର ଜଣେ ସଂପର୍କୀୟଙ୍କ କହିବାନୁସାରେ ମୁକେଶଙ୍କ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେ ଆତ୍ମହତ୍ୟା କରିନାହାଁନ୍ତି ।

ସୂଚନା ଅନୁସାରେ ମୁକେଶ ଏକ ଗୁଜୁରାତି ଫିଲ୍ମର ଡବିଂ କାମରେ ଯାଇଥିଲେ । ମୁକେଶ ରାମାୟଣ ଧାରାବାହିକ ଛଡା ଅନେକ ଫିଲ୍ମରେ ବି କାମ କରିଛନ୍ତି । ଜିଦ୍ , ସଟ୍ଟା ,ଔଜାର ଓ କସମ୍ ସହ ଅନେକ ବଲିଉଡ ଫିଲ୍ମରେ ବି ନିଜର ଅଭିନୟର କରିସ୍ମା ଦେଖାଇଛନ୍ତି । ୨୦୧୪ରେ ଶେଷଥର ପାଇଁ ଏକ ଗୁଜୁରାତି ଫିଲ୍ମରେ ନଜର ଆସିଥିଲେ ।