ରାବଣ କରିଥିଲେ ନିଜ ବୋହୁକୁ ଦୁଷ୍କର୍ମ ! ହେଲେ ସୀତାଙ୍କୁ କରିନଥିଲେ କୁବ୍ୟବହାର, କାହିଁକି ଜାଣନ୍ତି ?

222

rambaଦୁଷ୍କର୍ମ ଏକ ଆସୁରୀ କର୍ମ । ଏହା ପୁରାଣ କାଳରୁ ବି ହୋଇ ଆସିବାର ନଜିର ରହିଛି । କିନ୍ତୁ ଆପଣ ଜାଣନ୍ତି କି ମହାନ ପଣ୍ଡିତ ରାବଣ ଯିଏ ଜଣେ ବ୍ରାହ୍ମଣ ପୁତ୍ର ଥିଲେ । ସେ କରିଥିଲେ ନିଜ ବୋହୁକୁ ଦୁଷ୍କର୍ମ । ଏହି କଥା ରାବଣ ଲାଜରେ ନିଜ ସ୍ତ୍ରୀକୁ ବି କହିନଥିଲା । ଆଉ ରାମାୟଣରେ ବି ଏହାର ବର୍ଣ୍ଣନା ହୋଇନାହିଁ ।

ଥରେ ଭ୍ରମଣ କରୁଥିବା ବେଳେ ରାବଣଙ୍କ ନଜର ଜଣେ ସୁନ୍ଦରୀ ମହିଳା ଉପରେ ପଡିଥିଲା । ବାସ୍ତବରେ ଏହି ମହିଳା ଜଣେ ଅପସରା ରମ୍ଭା ଥିଲେ । ସେ ମାନବ ରୂପରେ ଜନ୍ମ ହୋଇଥିଲେ । ସେହି ସୁନ୍ଦରୀ ଅପସରା ମହିଳାକୁ ଦେଖି ରାବଣଙ୍କ କାମ ଭାବନା ଜାଗି ଉଠିଲା ଓ ସେ ରମ୍ଭା ସହ ଜବରଦସ୍ତି କରିବାକୁ ଲାଗିଲେ । ଏହି ସମୟରେ ରମ୍ଭା ରାବଣଙ୍କୁ ନିଜ ପରିଚୟ ଦେଇଥିଲେ – ‘ମୋ ସହ ଏପରି ବ୍ୟବହାର କରନାହିଁ । ମୁଁ ତୁମର ବୋହୁ ହେବି’

ରାବଣ କୈକେସି ଓ ଋଷି ବିଶ୍ରବାଙ୍କ ପୁତ୍ର ଥିଲେ । କୈକେସି ଜଣେ ରାକ୍ଷସୀ ଥିଲେ । ବିଶ୍ରବାଙ୍କର ଆଉ ଜଣେ ପୁତ୍ର ପ୍ରଥମରୁ ଯିଏ କୁବେର ଥିଲେ । କୁବେରଙ୍କ ପୁତ୍ର ନଳକୁବାର ଙ୍କ ପତ୍ନୀ ଥିଲେ ରମ୍ଭା । ରମ୍ଭାଙ୍କ ଦ୍ୱାରା ପରିଚୟ ପାଇଲା ପରେ ବି ରାବଣ ମାନି ନଥିଲେ । ନିଜର ବୋହୁ ସହ କରିଥିଲେ ଦୁଷ୍କର୍ମ ।

ଏହି କୁକର୍ମ ପାଇଁ ରମ୍ଭା ଅଭିଶାପ ଦେଇଥିଲେ ରାବଣଙ୍କୁ । ଯଦି କୈାଣସି ନାରୀ ସହ ଆଉ ଏପରି କୁକର୍ମ କରିବାକୁ ଚେଷ୍ଟା କର ତ ଦଶ ଶିର ବିସ୍ଫୋଟରେ ଉଡିଯିବ । ଏହି ଅଭିଶାପ କାରଣରୁ ରାବଣ ସୀତାଙ୍କ ସହ ଖରାପ ବ୍ୟବହାର କରିପାରିନଥିଲା । (ସୈାଜନ୍ୟ – ଆଧ୍ୟାତ୍ମିକ କଥାବସ୍ତୁ   )