ରାମ ରହୀମ ବାବାଙ୍କ ରଙ୍ଗିନ ଜୀବନ : ଚର୍ଚ୍ଚାରେ ବାବାଙ୍କ ବିଳାସପୂର୍ଣ୍ଣ କାର୍

50

bbଡେରା ପ୍ରମୁଖ ଗୁରୁମୀତ ରାମ ରହୀମ ବାବା ଫିଲ୍ମ ହେଉ ଅବା ଲାଇଫ୍ ଷ୍ଟାଇଲ । ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଗତ ଶନିବାର ଦିନ ଜୟପୁର ଯାଇଥିଲେ। ଏଠାରେ ତାଙ୍କର ସମର୍ଥକମାନେ ସହରସାରା ସଫାଇ ଅଭିଯାନ ଚଳାଇଥିଲେ ।

rrକଲରଫୁଲ ପୋଷାକ ପିନ୍ଧିବା ବାବାଙ୍କ ଏକ ଟ୍ରେଣ୍ଡ ପାଲଟି ଗଲାଣି । କିନ୍ତୁ ନିଜର ଲାଇଫ୍ ଷ୍ଟାଇଲ ଏତିକିରେ ସୀମିତ ରହିନାହିଁ । ବାବା ବିଳାସପୂର୍ଣ୍ଣ କାରରେ ବି ବୁଲୁଛନ୍ତିି । ସୂଚନା ଅନୁସାରେ ଏହି ସବୁ କାରଗୁଡିକ ବାବା ରାମ ରହୀମ ନିଜେ ବନେଇଥାନ୍ତି । ଏହି କାରଗୁଡିକୁ ତିଆରି ପାଇଁ ଆକ୍ସିଡେଂଟ ହୋଇଥିବା ଗାଡିଗୁଡିକୁ ପୁନଃନିର୍ମାଣ କରାଯାଇଥାଏ । ଏହା ସହ ରାମ ରହୀମଙ୍କ ପାଖରେ ଭିନ୍ନ ପ୍ରକାରର ସ୍କୁଟର ମଧ୍ୟ ଅଛି । ବାବା ରାମ ରହୀମଙ୍କ ଚାରି ପାଖରେ ସବୁବେଳେ ସିକ୍ୟୁରିଟି ମଧ୍ୟ ଜଗି ରହିଥାନ୍ତି ।

xxଏବେ ରାମ ରହିମଙ୍କ ଏମଏସଜୀ-୩ ନାମରେ ତୃତୀୟ ଫିଲ୍ମ ରିଲିଜ ହେବାକୁ ଯାଉଛି । ବାବା ନିଜେ ଅଭିନେତା ଓ ପ୍ରଡ୍ୟୁସର ସାଜିଛନ୍ତି ଏବଂ ଏକ ଭିନ୍ନ ଅନ୍ଦାଜରେ ନିଜକୁ ଦର୍ଶାଉଛନ୍ତି ସମର୍ଥକଙ୍କ ଗହଣରେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –