ମହାକାଶରେ ହେବ ଜନବସତି , ମଣିଷ ପ୍ରଜନନ ସମ୍ଭବ ! ପ୍ରମାଣିତ କଲେ ବୈଜ୍ଞାନିକ

40

ମହାକାଶରେ ସମ୍ଭବ ହୋଇପାରିବ ପ୍ରଜନନ ପ୍ରକ୍ରିୟା । ଅନେକ ଦିନରୁ ମଣିଷ ଯେଉଁ ସ୍ୱପ୍ନ ଦେଖିଛି । ତାହା ସତ ହୋଇପାରିବ ବୋଲି ଏବେ ବୈଜ୍ଞାନିକମାନେ କହିଛନ୍ତି ।

ସୂଚନା ଅନୁସାରେ ଜାପାନୀ ବୈଜ୍ଞାନିକମାନେ ଏକ ରିସର୍ଚ୍ଚ କରି ଏହା ପ୍ରମାଣିତ କରିଛନ୍ତି । ୯ମାସ ଯାଏ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ(ଆଇଏସଏସ୍) ରେ ରଖାଯାଇଥିବା ‘ ଫ୍ରୋଜନ ସ୍ପର୍ମ’ରେ ସ୍ୱାସ୍ଥ୍ୟ ମୂଷା ଛୁଆ ଜନ୍ମ ହୋଇଛନ୍ତି । ପ୍ରକୃତରେ ଆଇଏସଏସ୍ ରେ ଫ୍ରୋଜନ ସ୍ପର୍ମର କ୍ଷତି ର ଆଶଙ୍କା ଥାଏ । କାରଣ ସେଠାରେ ପୃଥିବୀ ତୁଳନାରେ ସ୍ପେସ୍ ରେଡିଏସନ ୧୦୦ଗୁଣା ଅଧିକ ଥାଏ । ଏବେ ବୈଜ୍ଞାନିକ କୁହାଯାଉଛି ଯେ ବୈଜ୍ଞାନିକଙ୍କ ଏହି ଅନୁଧ୍ୟାନ ମହାକାଶରେ ମାନବ ପ୍ରଜନନ କ୍ଷେତ୍ରରେ ମହତ୍ତପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆଉ ମହାକାଶରେ ଯେ ଜନ ବସତି ସମ୍ଭବ ଏହା ସତ ହୋଇପାରିବ ।

(ସୌଜନ୍ୟ: ଦ ଗାର୍ଡିୟାନ ଡଟ୍ କମ୍ )