ମୋଦିଙ୍କ ପିଲାଦିନ ହେବ ସ୍ମୃତିମୟ ! ଚା’ ବିକୁଥିବା ରେଳ ଷ୍ଟେସନ ନେବ ନୂଆ ରୂପ

49

ଗୁଜୁରାଟର ବଡନଗର ରେଳ ଷ୍ଟେସନ । ଏହି ଷ୍ଟେସନର ହେବ ବିକାଶ । ନେବ ନୂଆ ରୂପ । ମୋଦି ପ୍ରଧାନମନ୍ତ୍ରୀ ହେବାପରେ ବଢି ଯାଇଛି ଏହି ଷ୍ଟେସନର ଗୁରୁତ୍ୱ । କାହିଁକି ଜାଣନ୍ତି । କାରଣ ଏଠାରେ ପିଲାଦିନେ ପ୍ରଧାନମନ୍ତ୍ରୀ ମୋଦି ବିକୁଥିଲେ ଚା’ ।

କେନ୍ଦ୍ରୀୟ ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ,ଏହି ବଡନଗର ରେଳ ଷ୍ଟେସନର ହେବ ବିକାଶ । ଏଥିପାଇଁ ୮କୋଟି ଟଙ୍କା ମଂଜୁର କରାଯାଇଛି । ଏବେ ଅତୀତ ହେବ ସ୍ମୃତିମୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ର ଲୋକସଭା ନିର୍ବାଚନ ପୂର୍ବରୁ ଏହି ଷ୍ଟେସନ ବିଷୟରେ କହୁଥିଲେ । ଏଠାରେ ସେ କଟେଇଛନ୍ତି ନିଜର ପିଲାଦିନ । ଅର୍ଥ ପାଇଁ ନିଜ ପିତାଙ୍କ ସହ ବିକିଛନ୍ତି ଚା’ । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମସ୍ଥାନ ମଧ୍ୟ ।