NBT-image (1)ନିଜ ଆଶ୍ରମର ସାଧ୍ୱୀଙ୍କୁ ଦୁଷ୍କର୍ମ ମାମଲାରେ ଡେରା ପ୍ରମୁଖ ଗୁରମିତ ରାମ ରହିମ ଏବେ ଜେଲର କାଳ କୋଠରୀରେ ବନ୍ଦୀ । ୨୦ ବର୍ଷର ସଶ୍ରମ କାରାଦଣ୍ଡ ମିଳିଛି । ହେଲେ ରାମ ରହିମଙ୍କର ଜେଲ ଯିବା ପରେ ଚିନ୍ତାରେ ଅନୁଗାମୀମାନେ । ସେମାନେ ଏବେ ସମସ୍ୟାରେ । ନିଜର ସଂପତ୍ତିକୁ ଡେରାକୁ ଦାନ ସୂତ୍ରରେ ଦେଇଥିଲେ । ବାବାଙ୍କୁ ଜେଲ ଦଣ୍ଡାଦେଶ ପରେ ପଂଜାବ-ହରିଆଣା ହାଇକୋର୍ଟ ଡେରାକୁ ଦାନ କରାଯାଇଥିବା ସଂପତ୍ତିକୁ ଜବତ କରିବାକୁ ଆଦେଶ ଦେଇଛନ୍ତି । ଆଉ ଏହାକୁ ନେଇ ଚିନ୍ତାରେ ଅନୁଗାମୀ । ଏବେ ସେମାନେ ରହିବେ କେଉଁଠି । ବାସହରା ହୋଇଯିବେନିତ ? ଏମିତି ଚିନ୍ତା ଘାରିଛି ସେମାନଙ୍କୁ ।

ବାବା ରାମ ରହିମଙ୍କର କଥା ଓ ବାଣୀରେ ଅନୁପ୍ରାଣୀତ ହୋଇ ନିଜର ସବୁ ସଂପତ୍ତି ଦାନ କରିଦେଇଥିଲେ । ଆଉ ବାବାଙ୍କ ଭକ୍ତିରେ ଅନୁପ୍ରାଣୀତ ହୋଇଯାଇଥିଲେ । ହେଲେ ଏବେ ଡେରାକୁ ସଂପତ୍ତି ଦାନ କରିଥିବା ଅନୁଗାମୀମାନେ ଅନେକ କାରଣ ଯୋଗୁଁ ଚିନ୍ତିତ । କେତେକ ଲୋକଙ୍କ ପାଇଁ ଏ ମାମଲା ବହୁତ ଜଟିଳ ହୋଇଯାଇଛି । କାରଣ ସଂପତ୍ତି ସିନା ଅନୁଗାମୀଙ୍କର । ହେଲେ ତାଙ୍କର ସଂପତ୍ତିର ମାଲିକାନା ଡେରା ପ୍ରମୁଖଙ୍କ ପାଖକୁ ଟ୍ରାନ୍ସଫର ହୋଇଯାଇଛି । ଏହି ଲୋକେ ଏବେଯାଏ ଏହି ଘରେ ରହୁଥିଲେ । କିନ୍ତୁ ଏବେ ହାଇକୋର୍ଟର ଆଦେଶ ତାଙ୍କୁ ବାସହରା କରିଦେଇପାରେ । ଆଉ ସେମାନଙ୍କ ଠାରୁ ସଂପତ୍ତି ଛଡେଇନେଇପାରେ ଆଇନ ।

Sant Gurmeet Ram Rahim Singhଜଣେ ଡେରା ଅନୁଗାମୀ ନିଜ ନାମ ଗୋପନ ରଖିବାକୁ ସର୍ତ୍ତ ରଖି କହିଛନ୍ତି, ‘ ଆମେ ନିଜ ଘର ଓ କ୍ଷେତର ପୁରା ଜମି ଡେରାକୁ ଦାନ କରିଦେଇଥିଲୁ । ଏବେ କୋର୍ଟର ଆଦେଶ କି ଡେରାର ସଂପତ୍ତିକୁ ଜବତ କରିନେବେ । ଏହି ସମୟରେ ଆମ ପାଖରେ କିଛି ଆଉ ରହିବ ନାହିଁ । ଆମେ ଏବେ ବହୁତ ଚିନ୍ତିତ । ଆମେ ପୁରା ଭକ୍ତି ଭାବରେ ଏମିତି କରିଥିଲୁ । ଲୋକ କହୁଛନ୍ତି ‘ପିତାଜୀ’ ଙ୍କ ବିରୋଧରେ ବହୁତ ପ୍ରମାଣ ଅଛି । କିନ୍ତୁ ଆମେ ଏହାକୁ ବିଶ୍ୱାସ କରୁନାହୁଁ । ଆମେ ଇଚ୍ଛାଦାନ କରିଥିବା ଲୋକଙ୍କ ସଂପତ୍ତିକୁ କୋର୍ଟ ଜବତ କରିବା ଉଚିତ୍ ନୁହେଁ ।’

ତୁର୍ ଙ୍କ କହିବାନୁସାରେ, ୨୦୦୮ମସିହାରେ ୧୦୦ଜଣ ଆହୁରି ଅନୁଗାମୀ ନିଜ ନିଜର ସଂପତ୍ତି ଡେରାକୁ ଦାନ କରିଥିଲେ । ଅନୁମାନ ଯେ ,ଡେରା ପ୍ରମୁଖ ଅନେକ ସଂପତ୍ତି ନିଜର ପରିବାର ଲୋକଙ୍କ ନାମରେ ଟ୍ରାନ୍ସଫର କରିଦେଇଛନ୍ତି ।