ବାବା ରାମ ରହିମଙ୍କର ରଙ୍ଗୀନ ଦୁନିଆ ଓ ଅମାପ ସଂପତ୍ତି ! ଧିରେ ଧିରେ ଖୋଲିଛି ଏହି ରହସ୍ୟ

111

1ବାବା ରାମ ରହିମଙ୍କର ଗିରଫ ପରେ , ସମର୍ଥକମାନେ ହରିୟାଣା ପଂଜାବରେ ଆତଙ୍କ ଜାରି ରଖିଛନ୍ତି । ବାବାଙ୍କର ସବ ସମ୍ପତିକୁ ଜବତ କରିବାକୁ କୋର୍ଟ ନିଷ୍ପତି ନେଇଛି । ବାବାଙ୍କର ଏତେ ପରିମାଣର ସଂପତି ଥିବା ଶୁଣି ସମସ୍ତେ ଚକିତ ଏବେ । ସୂଚନା ମୁତାବକ , ୩ବର୍ଷ ପୂର୍ବେ ଡେରା ସଚ୍ଚା ସୈାଦାଙ୍କର ପ୍ରତିଦିନର ଆୟ ପାଖାପାଖି ୧୬ ଲକ୍ଷ୪୪ହଜାର ୮୩୩ ଟଙ୍କା ଥିଲା । କେମିତି ସେ ଏକ ବିଶ୍ୱର ପାପର ସାମ୍ରାଜ୍ୟ ଚଳାଇଥିଲେ ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ । ଏହାପରେ ବି ଲୋକେ ଭଗବାନ ଭଳି ବିଶ୍ୱାସ କରୁଥିଲେ । ଜୀବନ ଦେବାକୁ ବି ପ୍ରସ୍ତୁତ ଥିଲେ ।

2କାହାଣୀ ଥିଲା ଏମିତି –
୧୯୯୦ମସିହାରେ ୨୩ ବର୍ଷ ବୟସରେ ଡେରା ସଚ୍ଚା ସୈାଦାର ତୃତୀୟ ମୁଖିଆ ହୋଇଥିଲେ । ରାମ ରହିମଙ୍କୁ ଡେରାର ପ୍ରମୁଖ ଶାହ ସତନାମ ସିଂହ ନିଜର ଉତ୍ତରାଧିକାରୀ ବନାଇଥିଲେ । ଏହାପରେ ଡେରା ସବୁବେଳେ ଦିବାଦରେ ଥିଲା । ସର୍ବଧର୍ମ ସମଭାବ ପାଇଁ ନିଜର ନାମ ଗୁରୁମିତଙ୍କ ସହ ରାମ ରହିମ ସିଂହ ଯୋଡିଥିଲେ । ମିଡିଆ ରିପୋର୍ଟ ଅନୁସାରେ,୨୦୧୦-୧୧ରେ ଡେରାର ବାର୍ଷିକ ଆୟ ଥିଲା ୧୬ କୋଟି ୫୨ଲକ୍ଷ ୪୮ହଜାର୪୫୫ ଟଙ୍କା ଥିଲା ୨୦୧୧-୧୨ରେ ଏହା ବଢି ୨୦କୋଟି୨୦ଲକ୍ଷ୯୯ହଜାର ଟଙ୍କା ହୋଇଛି । ୨୦୧୨-୧୩ରେ ସମୁଦାୟ ଆୟ ପାଖାପାଖ ୩୦ କୋଟି ଟଙ୍କା ହୋଇଥିଲା । ଏତେ ପରିମାଣର ଆୟ ପରେ ବାବା ସରକାରଙ୍କୁ ଟଙ୍କା ଟିଏ ବି ଟ୍ୟାକ୍ସ ଦେଉନଥିଲେ । କାରଣ ଡେରା ସୈାଚ୍ଚା ଓ ଏହା ସମ୍ବନ୍ଧିତ ଅନ୍ୟ ସଂଗଠନର ଆୟର ଟ୍ୟାକ୍ସ ଆଇନ ୧୯୬୧ର ଧାରା୧୦(୨୩) ଅନୁସାରେ ଟ୍ୟାକ୍ସରୁ ମୁକ୍ତି ମିଳିଛି ।

3ଏମିତି ଭାବେ ବାବାଙ୍କ ସାମ୍ରାଜ୍ୟ ବିସ୍ତାର ଲାଭ କରିଛି –
୧ – ଦେଶସାରା ଡେରା ସଚ୍ଚା ସୈାଦାଙ୍କର ୪୬ଟି ଆଶ୍ରମ ରହିଛି । ସିରସାର ଡେରା ୬୫ ବର୍ଷ ହେଲା ଚାଲୁଅଛି । ସିରିସା ଡେରା କ୍ୟାମ୍ପସ ୭ଶହ ଏକରରେ ଅବସ୍ଥିତ ।

୨ – କନାଡା, ଆମେରିକା ,ଆଷ୍ଟ୍ରେଲିଆ,ୟୁଏଇ ଓ ବ୍ରିଟେନ ସହ ଦୁନିଆ ସାରା ୫୦ରୁ ଅଧିିକ ଆଶ୍ରମ ଅଛି । ବିଶ୍ୱ ସାରା ୫କୋଟି ଅନୁଗାମୀ ଅଛନ୍ତି , ଏମାନଙ୍କ ମଧ୍ୟ କେବଳ ୨୫ ଲକ୍ଷ ହରିୟାଣାର ଅନୁଗାମୀ ଅଛନ୍ତି ।

୪-୨୦୧୫ରେ ଇଣ୍ଡିଆନ ଏକ୍ସପ୍ରେସ୍ ଦେଶର ସବୁଠୁ ୧୦୦ ପ୍ରଭାବଶାଳୀ ଲୋକଙ୍କ ତାଲିକା କରିଥିଲା । ଯେଉଁଥିରେ ବାବା ୯୬ନମ୍ବରରେ ଥିଲେ ।

୫ – ୨୦୧୫ମସିହାରୁ ବାବା ଫିଲ୍ମ ତିଆରି କରୁଛନ୍ତି ଏବଂ କୋଟି କୋଟି ଟଙ୍କା ଆୟ କରିଛନ୍ତି ଏଥିରୁ । ତାଙ୍କର ସବୁ ଫିଲ୍ମରେ ହିରୋ ଓ ଗାୟକ ସେ ନିଜେ ହିଁ ହୋଇଥାନ୍ତି ।

୬- ବାବାଙ୍କର ୨ଟି ପେଟ୍ରୋଲ ପମ୍ପ ଅଛିା , ମଡିଫାଇଡ୍ କାରର ଷ୍ଟୁଡିଓ , ବ୍ୟାଟେରୀ ଚାଳିତ କାର ଓ ପାଣି ମଧ୍ୟରେ ଆଚ୍ଛାଦିତ ରେଷ୍ଟୋରାଂଟ ଅଛି ।

4୮- ବାବାଙ୍କର ଏକ ଚ୍ୟାନେଲ ମନିଟରିଂ କଂଟ୍ରୋଲ୍ ରୁମ ମଧ୍ୟ ଅଛି । ଯେଉଁଥିରେ ୨୪ ଘଂଟା ସବୁକିଛି ମନିଟର କରାଯାଏ ।

୯- ପାଖାପାଖି ୧୦୦ ୱାକି-ଟକି ସୁରକ୍ଷାକର୍ମୀ ସବୁବେଳେ ପଇଁତରା ଦେଉଥାନ୍ତି ।

୧୦ – ପାଖାପାଖି ୨ଶହ ଶିଷ୍ୟା ପୁରା ଦିନ ବାବାଙ୍କ ସେବାରେ ଲାଗି ରହିଥାନ୍ତି । ଯେଉଁ ମଣ୍ଡପରେ ପ୍ରବଚନ ହୁଏ , ତାହା ଅନେକ ଦିନରୁ ମଣ୍ଡପ ଭଳି ଥାଏ ।

୧୧- ରାମଦେବଙ୍କୁ ଦେଖି ୨୦୧୬ରେ ବାବା ନିଜର ଏମଏସଜି ଫୁଡ୍ ପ୍ରଡକ୍ଟ ଲଂଚ କରିଛନ୍ତି । ୧୫୦ରୁ ଅଧିକ ପ୍ରଡକ୍ଟ , ଯାହା ଦେଶର ୧୫୦ଟି ଷ୍ଟୋରରେ ବିକ୍ରି ହେଉଛି । ଏବେ କୁହାଯାଉଛି ଡାଇଅପ୍ ଜରିଆରେ ଏହା ୫ଶହ ଷ୍ଟୋରରେ ପହଁଚିପାରିଛି । ଭକ୍ତ ବାବାଙ୍କ ମୋହରେ କେବଳ ତାଙ୍କର ଜିନିଷ ହିଁ କିଣୁଛନ୍ତି ।

୧୨- ଏମଏସଜିର ପଂଜାବ, ହରିୟାଣା,ରାଜସ୍ଥାନ ଓ ଦିଲ୍ଲୀ-ଏସସିଆରରେ ୨ଶହ ଷ୍ଟୋର ଅଛିି । ସେହି ସବୁ ଷ୍ଟୋରରେ ଡାଲି, ଗହମ, ଚାଉଳ,ଅଟା ଦେଶୀ ଘିଅ, ମସଲା ,ଆଚାର ,ଜାମ୍ , ମହୁ ,ମିନେରାଲ ୱାଟର ଓ ନୁଡୁଲ୍ସ ଆଦି ରହିଛି । ଫିଲ୍ମ ଚକ୍କରରେ ଏହି ବ୍ୟବସାୟରେ ବାବା ବେଶି ଧ୍ୟାନ ଦେଇପାରିନଥିଲେ । ତଥାପି ଶୁଣାଯାଏ ଏହି ବ୍ୟବସାୟ ଥିଲା କୋଟିଏ ଉପରେ ।

5୧୩ – ବାବାଙ୍କ ଦାବୀ ଯେ, କି ତାଙ୍କ ପାଖରେ ଭାରତ ସରକାରଙ୍କର ଏକ ଡିଜାଷ୍ଟାର ମ୍ୟାନେଜମେଂଟ୍ ଫୋର୍ସ ଅଛି । ବାବା ଏହି ଫୋର୍ସ ନିଜ ଗୁରୁ ଶାହ ସତନାମ ସିଂହଙ୍କ ନାମରେ ଶାହ ସତନାମ ସିଂହ ଗ୍ରୀନ-ଏସ୍ ୱେଲଫେୟାର ଫୋର୍ସ ନାମରେ ତିଆରି କରିଛନ୍ତି । କୁହାଯାଏ ଏହି ଫୋର୍ସ ପାଖରେ ୭୦ ହଜାର ଡାକ୍ତର ଅଛନ୍ତି । କୋଲକତାର ଅଗ୍ନିକାଣ୍ଡ ହେଉ ଅବା ଜଳନ୍ଧରର ଦୁର୍ଘଟଣା ଅଥବା ଉତ୍ତରାଖଣ୍ଡର ବନ୍ୟା । ଏହି ଫୋର୍ସ ସବୁକିଛି ସମ୍ଭାଳି ପାରୁଥିଲେ ।

୧୪ – ୧୬ ଫୋର୍ଡ ଏଣ୍ଡଭର , ଯେଉଁଥିରେ କୈାଣସି ନମ୍ବର କି ନମ୍ବର ପ୍ଲେଟ୍ ନାହିଁ । ୧୦୦ରୁ ଅଧିିକ ଗାଡି ରହିଛି ବାବାଙ୍କର । ବାବା ଯେଉଁଥି ରୁହନ୍ତି, ଭକ୍ତମାନେ ତମ୍ବୁ ଟାଣି ଗାଡିକୁ ଘୋଡାଇ ଦିଅନ୍ତି । ଯାତ୍ରା ସମୟରେ ବାବା ନିଜେ ସ୍ଥିର କରନ୍ତି କେଉଁ ଗାଡିରେ ସେ ବସିବେ । ବସିବା ପରେ ତମ୍ବୁ ହଟାଯାଏ ।

୧୫ – ରାଜସ୍ଥାନର ଶ୍ରୀନଗର( ଯେଉଁଠି ଗୁରୁମୀତ୍ ଜନ୍ମ ହୋଇଥିଲେ ) , ଡେରାର ୧୭୫ଟି ଶଯ୍ୟାର ଡାକ୍ତରଖାନା ଅଛି । ଡେରାର ଭୂମି ଓ ସଂପତ୍ତିର ଦେଖାଶୁଣା ଏକ ଟ୍ରଷ୍ଟ କରିଥାଏ , ଯାହାର ମୁଖ୍ୟ ବାବା ନିଜେ ।

ଡେରା ସଚ୍ଚା ସିଧାସଳଖ ଭାବେ ଦାନ ଗ୍ରହଣ କରିନଥାନ୍ତି । ଏଣୁ ଏହି ଆୟର ସଠିକ୍ ମୂଲ୍ୟ ଜଣାପଡିନାହିଁ । (ସୌଜନ୍ୟ- ଦ ଲାଲନଟପ୍)