ମହିଳାଙ୍କ ମହତ ଉଦ୍ୟମକୁ ପ୍ରଶଂସା! ୩୫୦୦ବର୍ଗ ଫୁଟ ଯାଗାରେ କଲେ ଜୈବିକ କୃଷି

83

ଯେତେବେଳେ ଅନେକ ପାଠପଢି ଉଚ୍ଚ ଦରମାର ଚାକିରି କରିବା ଉଦ୍ଦେଶ୍ୟରେ ମାତିଥାନ୍ତି , ସେତିକି ବେଳେ ଜଣେ ମହିଳାଙ୍କର କୃଷି ପ୍ରତି ଥିବା ଅହେତୁକ ନିଷ୍ଠା , ନିଶ୍ଚୟ ଏକ ଭିନ୍ନତା ସୃଷ୍ଟି କରୁଛି । ଆଜି କୃଷିକାର୍ଯ୍ୟ ପ୍ରତି ମୁହଁ ମୋଡୁଥିବା ଯୁବପିଢିଙ୍କ ପାଇଁ ବୋଧ ହୁଏ ଏହା ହେବ ଉଚିତ ଉଦାହରଣ । ଦ ବେଟର ଇଣ୍ଡିଆରେ ପ୍ରକାଶିତ ହୋଇଛି ଏମିତି ଏକ ଖବର । ଜଣେ ମହିଳା ନିଜର ଦୃଢ ନିଷ୍ଠା ଓ ଉଦ୍ୟମରେ ୩୫୦୦ ବର୍ଗ ଫୁଟ ଯାଗାରେ କରିଛନ୍ତି ଅର୍ଗାନିକ ଫାର୍ମିଂ ।

ସୂଚନା ଅନୁସାରେ , ପୁଣେର ସୁଜାତା ନଫାଡେଙ୍କର ଜନ୍ମ ହରି ଉଙ୍ଗଲିୟୋ ଠାରେ ହୋଇଥିଲା । ସେ ଏକ କୃଷି ପରିବାରରେ ଜନ୍ମ ହୋଇଥିଲେ । ଆଉ ମଧ୍ୟ ତାଙ୍କର ଶାଶୁ ଜଣେ କୃଷକ ପରିବାରର ଅଟନ୍ତି । ତାଙ୍କ ପରିବାର ଜୈବିକ କୃଷିକୁ ପ୍ରାଧ୍ୟାନ ଦେଉଥିଲେ । ଯେଉଁଠି ରାସ୍ତାୟନିକ କୀଟନାଶକର ପ୍ରାର୍ଦୁଭାବ ଥିଲା , ସେଠି ଏହି ପରିବାର ଜୈବିକ କୃଷିରେ ନିର୍ଭର କରୁଥିଲେ । ଅନେକ ବର୍ଷ ପରେ ସୁଜାତା ମଧ୍ୟ ସ୍ଥିର କରିନେଲେ କି ସେ କୃଷି କାର୍ଯ୍ୟରେ ମନୋନିବେଶ କରିବେ । ଆଉ କୃଷିରେ ସ୍ନାତକ ଡିଗ୍ରୀ ହାସଲ କଲେ । ଏହା କଳ୍ପନା କରିବା ମୁସ୍କିଲ୍ ଥିଲା କି କିପରି କେମିତି ଏକ ଏଗ୍ରିକଲଚର ଡିଗ୍ରୀ ଓ ସହରୀ ଜୀବନ ଭିତରେ ସୁଜାତା ନିଜର ସ୍ୱପ୍ନକୁ ପୁରା କରିବେ । କିନ୍ତୁ ସେ ଏହା ପ୍ରମାଣିତ କରିପାରିଥିଲେ ।

ସୁଜାତା ଯେଉଁ ସ୍ଥାନକୁ ବଗିଚା କରିବାକୁ ଚାହୁଁଥିଲେ ସେ ସ୍ଥାନଟି ଥିଲା ତାଙ୍କ ଦିଅରଙ୍କର । ଆଉ ଏହି ସ୍ଥାନଟି ସେମିତି ଅନାବନା ଭାବେ ପଡରହିଥିଲା । । ସୁଜାତା ନିଜ ଦିଅରଙ୍କୁ ନିଜର ଉଦ୍ଦେଶ୍ୟ ବିଷୟରେ କହିଲେ । । ତାଙ୍କର ଅନୁମିତି ନେଇ ସେ ସେହି ସ୍ଥାନରେ ଆରମ୍ଭ କଲେ ଏକ ବଗିଚା । ସୁଜାତାଙ୍କ ବଗିଚାରେ ବିଭିନ୍ନ ପ୍ରକାରର ପନିପରିବା ଚାଷ ହେଉଛିି । କଦଳୀ , ଷ୍ଟ୍ରବେରୀ , ଚେରୀ , ନଡିଆ , ଫୁଲକୋବି , ବନ୍ଧାକୋବି, ବାଇଗଣ , ବିଲାତି ଇତ୍ୟାଦି ଚାଷ କରାଯାଉଛି । ଏହା ସହ ସେହି ବଗିଚାରେ ଜଡିିବୁଡି ଜାତୀୟ ଗଛ ଚାଷ ହେଉଛିି  ଯଥା- ତୁଳସୀ, ଅଜବାୟନ , ସୁଗନ୍ଧ ପତ୍ର ବିଶିଷ୍ଟ ଲତା , ପିପରମିଣ୍ଟ ,ଲେମନଗ୍ରାସ୍ ଆଦି ।

ସୁଜାତା ନିଜର ପ୍ରଥମ ଦିନକୁ ମନେପକାଇ କୁହନ୍ତି ଯେବେ ସେ ପ୍ରଥମେ ଆରମ୍ଭ କରିଥିଲେ କୃଷି କାର୍ଯ୍ୟ । ସେ ଖୁବ୍ ପରିଶ୍ରମ କରିଥିଲେ । ସେହି ସ୍ଥାନର ମାଟି ଥିଲା ମାଟି ଥିଲା କୃଷି ଅନୁପଯୁକ୍ତ । ଚାରିଆଡେ ଛୋଟ ଛୋଟ ପଥର ଭରି ରହିଥିଲା । ଏହାର ଭୂମିକୁ ଉର୍ବର କରିବାକୁ ସୁଜାତା କୌଣସି ରାସାୟନିକ ସାର ବ୍ୟବହାର ନକରି ଖତ ଭାବରେ ଗଛପତ୍ରରେ ତିଆରି କମ୍ପୋଷ୍ଟ ବ୍ୟବହାର କଲେ । ଆଉ ଜୈବିକ ଉପାୟରେ ସେ ସ୍ଥାନକୁ କଲେ କୃଷି ଉପଯୋଗୀ ।

ଆଜି ସୁଜାତା ପାଲଟି ଯାଇଛନ୍ତି ଜଣେ ନାମକରା ବ୍ୟକ୍ତିତ୍ୱ । ନିଜର ଏହି ଉଦ୍ୟମ ପାଇଁ ଆଜି ସେ ଖୁବ୍ ପରିଚିତ ପାଲଟିଯାଇଛନ୍ତି । ଆଉ ପାଲଟିଯାଇଛନ୍ତି ଅନେକଙ୍କର ଆଦର୍ଶ ।