ଅଳ୍ପ ବୟସ ହେଲେ କାମ ବିରାଟ ! ଡ୍ରେନ୍ ପାଣିରୁ ବିଦ୍ୟୁତ ଶକ୍ତି ବାହାର କରି ଚର୍ଚ୍ଚାରେ ଦୁଇ ସ୍କୁଲ ଛାତ୍ରୀ !

70

ଘର ପାଖ ଦେଇ ଯାଉଥିବା ଡ୍ରେନ୍ ବା ନାଳ ପାଣିକୁ ସମସ୍ତେ ଅଳିଆ ଓ ଅପରିଷ୍କାର କହି ନାକ ଟେକନ୍ତି । କିନ୍ତୁ କେହି କେବେ ଏହାକୁ ଚାହାନ୍ତି ନାହିଁ କି ତାର ଉତ୍କଟ ଗନ୍ଧକୁ ସହ୍ୟ କରିପାରନ୍ତି ନାହିଁ । କେହି କେବେ ସେ ଡ୍ରେନ ଜଳକୁ ଛୁଇଁବା ଦୂରର କଥା ପାଖରେ ଛିଡା ବି ହୁଅନ୍ତି ନାହିଁ । ହେଲେ କିଛି ଲୋକ ଅଛନ୍ତି ସେମାନେ କିଛି ଭିନ୍ନ କରିଦେଖାଇଥାନ୍ତି । ଆଉ ସମାଜରେ କୋଟିଏରେ ଗୋଟିଏ ଭାବେ ପରିଗଣିତ ହୁଅନ୍ତି । ଦ ବେଟର ଇଣ୍ଡିଆରେ ପ୍ରକାଶିତ ଏମିତି ଏକ ଖବର ଏବେ ଖୁବ୍ ଚର୍ଚ୍ଚାରେ । ଦୁଇ ଜଣ ପ୍ରାଇମେରୀ ସ୍କୁଲ ଛାତ୍ରୀ ଯାହା କରିଛନ୍ତି । ତାହା ନିଶ୍ଚୟ ଅବିଶ୍ୱନୀୟ କାର୍ଯ୍ୟ । ଆମେ ଯେଉଁ ନାଳ ନର୍ଦ୍ଦମାର ଜଳ କହି ନାକ ଟେକୁଛେ । ସେମାନେ ସେହି ଅପରିଷ୍କାର ଜଳରୁ ବାହାରି କରିଛନ୍ତି ବିଦ୍ୟୁତ ଶକ୍ତି ।

ବୁଦ୍ଧି ଯେବେ ପ୍ରୟୋଗାତ୍ମକ ବିଦ୍ୟା ହୁଏ ପ୍ରମୁଖ କ୍ଷେତ୍ରରେ । ଆଉ କିଛି ନୂଆ ତିଆରି ହୁଏ ତାହା ଦ୍ୱାରା । ସେତେବେଳେ ସେ ବୁଦ୍ଧି ହୋଇଯାଏ ଶକ୍ତି । ଯାହା ଏବେ ଏହି ଦୁଇ ସ୍କୁଲ ଛାତ୍ରୀ ପ୍ରମାଣିତ କରିଛନ୍ତି । ପ୍ରକାଶିତ ସୂଚନା ଅନୁସାରେ ପୁଡୁଚେରୀ ସ୍ଥିତ କାଲିଥିର୍ଥାଲକୁପାମ ଗାଁର ସରକାରୀ ପ୍ରାଇମେରୀ ସ୍କୁଲରେ ପଢୁଥିବା ଏହି ଦୁଇ ଛାତ୍ରୀ ତିଆରି କରିଛନ୍ତି ବିଦ୍ୟୁତ ଶକ୍ତି । ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବା ଏତେ କମ୍ ବୟସରେ ଏମାନଙ୍କ ମୁଣ୍ଡରେ ଏପରି ଭାବନା କେମିତି ଆସିଲା । ହେଲେ ଏକଥା ବାସ୍ତବିକ ଯେ ଏହି ଦୁଇ ଛାତ୍ରୀ ଏହା ହିଁ କରି ଚକିତ କରିଛନ୍ତି ସମସ୍ତଙ୍କୁ । ଆଉ କୌଣସି ନୂତନ ଆବିଷ୍କାରରେ ବୟସ ଯେ ମାପକାଠି ନୁହେଁ ପ୍ରମାଣିତ କରିଛନ୍ତି ।

କେମିତି ଏପରି ଏକ ଭାବନା ସେମାନଙ୍କ ମନରେ ଆସିଲା ?
ସେପ୍ଟେମ୍ବରରେ ସ୍କୁଲ ଶିକ୍ଷକଙ୍କ ସହ ସ୍କୁଲର ସମସ୍ତ ବିଦ୍ୟାର୍ଥୀ ପୁଡୁଚେରୀ ସାଇନ୍ସ ସେଂଟର ଓ ପ୍ଲାନେଟୋରିୟମ୍ ବୁଲି ଯାଇଥିଲେ । ସେମାନେ ଦେଖିଥିଲେ ଡ୍ରେନେର ଜଳ ଖୁବ୍ ଦ୍ରୁତରେ ବହୁଛି କୁରୁଂଜି ମଡର୍ଣ୍ଣ ପାର୍କ ନିକଟରେ । ଦୁଇ ଛାତ୍ରୀ ଟି .ମିଥ୍ରା ଓ କେ. ଶରନି ପ୍ରୀୟାଙ୍କ ମନରେ ପ୍ରଭାବିତ ପକାଇଥିଲା ଶିକ୍ଷକଙ୍କ କଥା । ଶିକ୍ଷକ ବୁଝାଇଥିଲେ କେମିତି ଏହି ଗତିଶୀଳ ଡ୍ରେନ ଜଳକୁ ବ୍ୟବହାର ବିଦ୍ୟୁତ ଶକ୍ତି ବି ଉତ୍ପାଦନ କରାଯାଇପାରିବ । ସେହି ଦୁଇ ଛାତ୍ରୀଙ୍କ ମନରେ ଏହା ନୂଆ ଭାବନା ସୃଷ୍ଟି କଲା । ସେମାନେ ଭାବିଲେ ଜଳରେ ଯଦି ବିଦ୍ୟୁତ ଉତ୍ପାଦନ ହେଉଛି । ଏହି ଡ୍ରେନ ଜଳ ବି ତ ଜଳ , ଏହାକୁ ବ୍ୟବହାର କରି କାହିଁକି କରିପାରିବା ନାହିଁ ?

ଦ ହିନ୍ଦୁର ରିପୋର୍ଟ ଅନୁସାରେ , ସେହି ଦୁଇ ଛାତ୍ରୀ ସ୍ଥିର କଲେ । ଆଉ ମଧ୍ୟ ଅକ୍ଟୋବର ମାସରେ ସେମାନଙ୍କ ଶିକ୍ଷକ ଏସ୍. ଇନ୍ଦ୍ର ଓ ପ୍ରିୟଦର୍ଶିନିଙ୍କ ସହ ସେହି ସ୍ଥାନକୁ ଗଲେ । ଯେଉଁଠି ଦ୍ରୁତ ଗତିରେ ଡ୍ରେନର ଜଳ ନିଷ୍କାସିତ ହେଉଛି । ହାତରେ ଗ୍ଲୋବସ୍ , ମୁହଁରେ ମାସ୍କଟ ପିନ୍ଧି, ଦୁଇ ଛାତ୍ରୀ ଆରମ୍ଭ କଲେ ଅଭିଯାନ । ଡ୍ରେନର ଗଭୀରତାକୁ ମାପିଲେ । ପାଣି ସୁଅରେ କାଗଜ ଖଣ୍ଡ ପକାଇ ପାଣିର ସ୍ପିଡ୍ ମାପିଲେ । ଆଉ ଏହି କାଗଜଟି ଏକ ସେକେଣ୍ଡ ହୋଇଛି କିନାହିଁ ଏହା ୫ମିଟର ବହି ଯାଇଥିଲା ପାଣିରେ ।

ସୂଚନା ଯେ, ସେହି ଡ୍ରେନର ଓସାର ୨୩ ସେମି ଓ ଗଭୀର ଥିଲା ୯ସେମି । ଜଳର ହାରାହାରି ବେଗ ଥିଲା ଘଂଟାକୁ ପାଖାପାଖି ୩୦ କିଲୋମିଟର । ସେହି ଦୁଇ ଛାତ୍ରୀ ନିଜର ସମସ୍ତ ବଳ ବୁଦ୍ଧି ଲଗାଇ ଦେଲେ । ଏକ ୩ଇଂଚ ପରିଧିର ଟର୍ବାଇନ ତିଆରି କଲେ । ଆଉ ଏହି ଟରବାଇନର ସ୍ପିଡ୍ ବଢାଇବାକୁ ଏହାର ବ୍ଲେଡକୁ ୪୫ ଡିଗ୍ରୀ ବଙ୍କାଇଲେ । ସେମାନେ ମୋଟର ଲଗାଇ ହିସାବ କଲେ କେତେ ପାୱାର ଜେନେରେଟ୍ ହେଉଛି । ଆଉ ସେହି ଇଂଜିନ ଦ୍ୱାରା ସକାଳ ୬ରୁ ରାତି ୧୦ ଯାଏ ୮ଭି ରୁ ୯ଭି ମଧ୍ୟରେ ବିଦ୍ୟୁତ ଜେନେରେଟ୍ ହେବାର ଜାଣିଲେ ।

ଏହାପରେ ସେହି ଦୁଇ ଛାତ୍ରୀଙ୍କୁ ଖୁବ୍ ପ୍ରଶଂସା ମିଳିଥିଲା । ସ୍କୁଲର ଶିକ୍ଷକ କହିଥିଲେ ଏହି ଶକ୍ତିକୁ ମାନେ ସେଲ୍ ଫୋନ ଚାର୍ଜ କରିବାରେ , ଏଲଇଡି ଲାଇଟ୍ ଜଳାଇବାରେ ଏବଂ ରେଡିଓ ବଜାଇବାରେ ମଧ୍ୟ ବ୍ୟବହାର କରିପାରିବ । ସେମାନଙ୍କର ଶିକ୍ଷୟତ୍ରୀ ପ୍ରିୟଦର୍ଶିନି ମଧ୍ୟ କହିଛନ୍ତି କି ଏହି ଉତ୍ପାଦିତ ଶକ୍ତିକୁ ଆମେ ବ୍ୟାଟେରୀରେ ସଂଚିତ କରି ରଖିପାରିବା ।

 ଏହି ଦୁଇ ଝିଅଙ୍କର ଏହି ପାଇଲଟ ପ୍ରୋଜେକ୍ଟ ଦ୍ୱାରା ଲଜପେଟରେ ଏକ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଲାଗିବାକୁ ଯାଉଛି । ଯାହା ଏହି ଡ୍ରେନ ଜଳର ବିଦ୍ୟୁତ ଶକ୍ତରେ ଆଲୋକିତ କରିବ ସେ ସ୍ଥାନକୁ ।ଏବେ ଖୁବ୍ ପ୍ରଶଂସା ଓ ଶୁଭେଚ୍ଛା ମିଳିଛି ଏହି ପ୍ରାଇମେରୀ ସ୍କୁଲ ଛାତ୍ରୀ ଦୁଇଙ୍କୁ । ଯାହା ବଡ ଲୋକଙ୍କ ମନରେ ହେୟ ଜ୍ଞାନ ତୁଲ୍ୟ ମନେ ହୁଏ , ତାହାକୁ ଏଇ ଛୋଟ ବୟସର ପିଲା କରିଦେଖେଇଛନ୍ତି । ଏହା ପ୍ରମାଣିତ ହୋଇଛି ଏବେ ।