ଫେବୃୟାରୀ ୨୦୧୮ ସୁଦ୍ଧା ସବୁ ଫୋନରେ ଉପଲବ୍ଧ ହେବ ୨୨ ଭାଷା !

34

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ମୋବାଇଲ ଫୋନର ନୂଆ ଯୁଗ ଆରମ୍ଭ ହୋଇଛି । ଆଉ ବିଭିନ୍ନ କଂପାନୀ ଏହାକୁ ନେଇ ଅନେକ ପରୀକ୍ଷା ନିରୀକ୍ଷା କରୁଛନ୍ତି । ଲୋକଙ୍କ ସୁବିଧା ପାଇଁ ଏହି ଛୋଟmobile-phone-2 ଡିଭାଇସରେ ସବୁ କିଛି ସୁବିଧା ଯୋଡୁଛନ୍ତି । ଏବେ ଏମିତି ଏକ ଖବର ପ୍ରକାଶିତ ହୋଇଛି । ୨୦୧୮ଫେବୃୟାରୀ ସୁଦ୍ଧା ସବୁ ଫୋନରେ ୨୨ଟି ଆଂଚଳିକ ଭାଷା ଉପଲବ୍ଧ ରହିବ ।

ହାଣ୍ଡସେଟ୍ ମେକରମାନଙ୍କୁ ଫୋନରେ ଆଂଚଳିକ ଭାଷାଗୁଡିକୁ ଯୋଡିବା ପାଇଁ ୪ ମାସର ଅତିରିକ୍ତ ସମୟ ଦିଆଯାଇଛି । ଏଥିପାଇଁ ହାଣ୍ଡସେଟ୍ ନିର୍ମାତାମାନେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ଡିପାର୍ଟମେଣ୍ଟର ଅଧିକାରୀମାନଙ୍କୁ ସାକ୍ଷାତ୍ କରିଛନ୍ତି । ସେମାନେ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି କି ଭାରତୀୟ ଷ୍ଟାଣ୍ଡାର୍ଡ ବ୍ୟୁରୋ(ବିଆଇଏସ)ର ଟେଷ୍ଟିଂ ଫାସିଲିଟିଜକୁ ଉତ୍ତମ କରନ୍ତୁ । ଯେଉଁଥିରେ ଏ ପ୍ରକ୍ରିୟାରେ କମ୍ ସମୟ ଲାଗିବ ।

ଏହାପରେ ମନ୍ତ୍ରାଳୟ ୨୦୧୮ ଫେବୃୟାରୀ ୧ ତାରିଖକୁ ଅନ୍ତିମ ତାରିଖ ରୂପେ ସ୍ଥିର କରିଛନ୍ତି । ଏହା ପୂର୍ବରୁ ଏହି ତାରିଖ ୧ ଅକ୍ଟୋବର ୨୦୧୭ ଭାବେ ସ୍ଥିର କରାଯାଇଥିଲା । ଏହା ପୂର୍ବରୁ ମଧ୍ୟ ଏହି ତାରିଖକୁ ଜୁଲାଇରୁ ଅକ୍ଟୋବର ଯାଏ ବଢାଯାଇଥିଲା । ଏହି ମାମଲାରେ ଭାରତୀୟ ସେଲ୍ୟୁଲର ଆସୋସିଏଶନର ପଙ୍କଜ ମୋହିନ୍ଦ୍ରୁ କହିଛନ୍ତି, ’୧୨ ଇନପୁଟ୍ କି’ରେ ଅସଙ୍ଗତ କ୍ୟାରେକ୍ଟରକୁ ସଂଯୋଗ କରିବା ଏକ ବଡ ଚ୍ୟାଲେଂଜ ଅଟେ । ଏଥିପାଇଁ ଖୁବ୍ ରିସର୍ଚ୍ଚ କରିବାକୁ ପଡୁଛି ।’

ସୂଚନା ଏହି ଯେ, ଗତ ବର୍ଷ ସରକାର ଓ ଟେଲିକମ୍ ଇଣ୍ଡଷ୍ଟ୍ରୀ ସବୁ ଫୋନରେ ସ୍ଥାନୀୟ ଭାଷାଗୁଡିକୁ ମଧ୍ୟ ଫୋନରେ ଯୋଡିବାକୁ ଯୋଜନା କରିଛନ୍ତି । ଏତିପାଇଁ ପ୍ରତି ରାଜ୍ୟ ଓ ଭାଷା ପାଇଁ ନୟମ ମଧ୍ୟ ନିର୍ଦ୍ଧାରିତ କରିବାକୁ ପଡିବ । ବିଆଇଏସ୍ ଗତ ବର୍ଷ କହିଥିଲା ସବୁ ଫୋନରେ ୨୨ ଅଫିସିଆଲ ଲାନ୍ଗୁଏଜ୍ ରେ ମେସେଜ ପଢିବାର ସୁବିଧା ହେବା ଜରୁରୀ । (ସୌଜନ୍ୟ- ନବଭାରତ ଟାଇମ୍ସ)