ଅଜବ ପ୍ରସ୍ତାବ : ୧୦୦ ବର୍ଷ ବଂଚିଲେ ସଂପତ୍ତି କରରୁ ମୁକ୍ତ !

35

ଦିଲ୍ଲୀ : ଏମିତି ଏକ ଖବର ଏବେ ପ୍ରକାଶ ପାଇଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସିନିୟର ସିଟିଜେନଙ୍କ ପାଇଁ ଏକ ଅଭିନବ ପ୍ରସ୍ତାବ ଆଣିଛି ଉତ୍ତର ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ । ଆଗାମୀ ଆର୍ଥିକ ବର୍ଷରେ ଏହା ଏକ ନୂଆ ପ୍ରସ୍ତାବ । ୧୦୦ ବର୍ଷରୁ ଅଧିକ ବର୍ଷ ବଂଚୁଥିବା ଲୋକ ପ୍ରପର୍ଟି ଟ୍ୟାକ୍ସରୁ ହେବେ ମୁକ୍ତ । ସିଭିକ୍ ବଡି ଷ୍ଟାଣ୍ଡିଂ କମିଟିର ଚେୟାରମ୍ୟାନ ପ୍ରବେଶ ରାହି ଏହି ପ୍ରସ୍ତାବ ଆଗତ କରିଛନ୍ତି ।

କିଛି ମାସ ପରେ ନିଗମର ନିର୍ବାଚନ ହେବ । ଏହା ଭିତରେ ଏପରି ଅଜବ ପ୍ରସ୍ତାବକୁ ନେଇ ନାନା ଆଲୋଚନା ମୁଣ୍ଡ ଟେକିଛି । ବିରୋଧୀ ନେତା ମୁକେଶ ଗୋୟଲ କହିଛନ୍ତି ,ବର୍ତ୍ତମାନ ବଜେଟ ସର୍ତ୍ତରେ ମେଲୋଡ୍ରାମା ଚାଲିଛି । ଏଠାରେ କେତେ ସିନିୟର ସିଟିଜେନ ଅଛନ୍ତି ଯାହାଙ୍କ ବୟସ ୧ଶହ ବର୍ଷ ବା ଏହାଠୁ ଅଧିକ ହେବ । ସିଭିକ ବଡି ଷ୍ଟାଣ୍ଡିଂ କମିଟିର ଚେୟାରମ୍ୟାନ ପ୍ରବେଶ ରାହିଙ୍କ ଦ୍ୱାରା ହୋଇଥିବା ଏହି ଘୋଷଣାରେ ଗୋୟଲ ନାରାଜ ହୋଇଛନ୍ତି । କହିଛନ୍ତି ଏଥିରେ ଲୋକଙ୍କ କେମିତି ଲାଭ ହେବ ।

ଏହି ପ୍ରସ୍ତାବ ଛଡା ପ୍ରବେଶ ରାହି ଆହୁରି ଅନେକ ପ୍ରସ୍ତାବ ମଧ୍ୟ ରଖିଛନ୍ତି । ଯେଉଁଥିରେ ସଫାଇ କର୍ମଚାରୀଙ୍କୁ ମୋବାଇଲ ଫୋନ ମାଗଣାରେ ମିଳିବ । ୬ହଜାର କର୍ମଚାରୀଙ୍କୁ ନିୟମିତ କରାଯିବ ,ୱାର୍ଡ ସ୍ତରରେ ଫ୍ଲାଏ ଓଭରର ବିକାଶ ହେବ ଓ ପ୍ରତି ମହିଳାଙ୍କ ପାଇଁ ୫ଶହ ଟୟଲେଟ ଏବଂ ମାସିକ ହେଲଥ କାର୍ଡ କ୍ୟାଂପ ଆୟୋଜନ ହେବ ।

ଏହି ପ୍ରସ୍ତାବକୁ ନେଇ ଗୋୟଲ କହିଛନ୍ତି ଏସବୁ ପୁରୁଣା କଥା । ପ୍ରତି ବର୍ଷ ଏମିତି କୁହାଯାଉଛି । ନିଗମ ଆର୍ଥିକ ସଂକଟରେ ଥିବାବେଳେ ଏପରି ପ୍ରସ୍ତାବର କୈାଣସି ମୂଲ୍ୟନାହିଁ ବୋଲି ବିରୋଧୀ ନେତା ମୁକେଶ ଗୋୟଲ କହିଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ- ହତ୍ୟା ପରେ ଆତ୍ମହତ୍ୟା : ଜଣେ ସଫ୍ଟୱେର ଇଂଜିନିୟରଙ୍କ ଅଜବ କାଣ୍ଡ