ପରୀକ୍ଷାରେ ଫେଲ୍ : ଜୀବନରେ କିନ୍ତୁ ପାଇଛନ୍ତି ଅନେକ ସଫଳତା

48

ବିଲ୍ ଗେଟ୍ସ –
ପ୍ରଖ୍ୟାତ କମ୍ପୁଟର କଂପାନୀ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ବିଲ୍ ଗେଟ୍ସ ସାରା ପୃଥିବୀରେ କମ୍ପୁଟରର ପ୍ରଚଳନ କରି ଏକବିଂଶ ଶତାଦ୍ଦୀର ପୃଥିବୀରେ କର୍ମ ସଂସ୍କୃତିର ଧାରା ବଦଳାଇଦେଲେ । ଗତ ଏକ ଦଶନ୍ଧି ଧରି ସେ ପୃଥିବୀରେ ସବୁଠାରୁ ଧନଶାଳୀ ବ୍ୟକ୍ତି ଭାବେ ରହିଆସିଛନ୍ତି । ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହାଭାର୍ଡ ଡ୍ରପ୍ ଆଉଟ୍ । ମାତ୍ର ୫୦ଡଲାର ବିନିମୟରେ ଗୋଟିଏ କମ୍ପାନୀ ଠାରୁ ସଫ୍ଟୱେୟାର ଟେକ୍ନୋଲୋଜି କିଣି ସେ ଏହି ବ୍ୟବସାୟ ଆରମ୍ଭ କରିଥିଲେ ।

ଷ୍ଟିଭେନ ସ୍ପିଲବର୍ଗ –
ଷ୍ଟିଭେନ ସ୍ପିଲବର୍ଗ ଆମେରିକାର ଜଣେ ନାମୀ ଫିଲ୍ମ ନିର୍ଦ୍ଦେଶକ । ଆମେରିକା ଇତିହାସର ସବୁଠାରୁ ସଫଳ ଓ କୃତୀ ସିନେମା ନିର୍ମାତା । ସର୍ବାଧିକ ୩ଥର ଏକାଡେମୀ ପୁରସ୍କାର ସେ ପାଇଛନ୍ତି । ହେଲେ ତାଙ୍କ ପାଠ ପଢା ଥିଲା ଅଳ୍ପ । ସ୍ପିଲବର୍ଗ ଜୁନିୟର ହାଇସ୍କୁଲରୁ ପଢା ଛାଡି ଦେଇଥିଲେ ।

ଆଇଜାକ୍ ନିଉଟନ୍ –
ଆଉ ଜଣେ ସେମିତି ହେଲେ ସାର୍ ଆଇଜାକ ନିଉଟନ । ପୃଥିବୀ ଇତିହାସରେ ଜଣେ ଶ୍ରେଷ୍ଠ ବୈଜ୍ଞାନିକ । ମାଧ୍ୟାକର୍ଷଣ ଶକ୍ତି ଉପରେ ତାଙ୍କର ଗବେଷଣା ଇଚ୍ଛିହାସରେ ଏକ ସର୍ବଶ୍ରେଷ୍ଠ ଗବେଷଣା । ଅନେକ ଭାବନ୍ତି ଆଇଜାକ ପିଲାବେଳେ ବୋଧେ ଅସାଧାରଣ ପାଣ୍ଡିତ୍ୟର ଅଧିକାରୀ ଥିଲେ । କିନ୍ତୁ ପ୍ରକୃତରରେ ତା ନୁହେଁ । ସ୍କୁଲରେ ସେ ଖୁବ୍ କମ୍ ନମ୍ବର ରଖୁଥିଲେ । ସେ ଏତେ ଦୁର୍ବଳ ପାଠରେ ଥିଲେ ଯେ ଶିକ୍ଷକମାନେ ତାଙ୍କର ଷ୍ଟାଣ୍ଡାର୍ଡ ବଢିବା ଆଶା ଛାଡିଦେଇଥିଲେ ।