ଘର ଘର ବୁଲି ବାସନ ଧୋଉଥିବା ଝିଅର ସଫଳତା ! କଲେଜ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ

43

୧୭ ବର୍ଷୀୟା ମେଧାବୀ ଛାତ୍ରୀ ଇଲୁ । ସରକାରୀ ପ୍ରି-ୟୁନିଭର୍ସିଟି କଲେଜ ପରୀକ୍ଷାରେ ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ହୋଇଛନ୍ତି ଉତ୍ତୀର୍ଣ୍ଣ । ମନରେ ତାଙ୍କର ଖୁସି ଓ ଆଖିରେ ସାରା ଆକାଶର ସ୍ୱପ୍ନ । ହେଲେ ତାଙ୍କ ପାଇଁ ସଜହ ନଥିଲା ଏ ସଫଳତାର ରାସ୍ତା ।

ବେଙ୍ଗାଲୁର ମିରର୍ ତଥ୍ୟ ଅନୁସାରେ , ଯେତେବେଳେ ପରୀକ୍ଷା ନିକଟରେ ଥିଲା , ଇଲୁର ବାପା-ମା ରୋଗରେ ପଡିଲେ । ବାପା ଦୁର୍ଘଟଣାରେ ଏକ ଗୋଡ ହରାଇବସିଲେ । ମୁଣ୍ଡରେ ଦୁଃଖର ପାହାଡ । ହେଲେ ହାରିଲେନି ଇଲୁ । ନିତି ୧୦ଟି ଘର ବୁଲି ରୋଷେଇ କାମ ଠାରୁ ବାସନ ମାଜିବା , ଲୁଗା ସଫା କରିବା , ଘର ଝାଡୁ କରିବା ଆଦି କାମ କଲେ । ଅର୍ଥ ରୋଜଗାର କରି ପରିବାର ଚଳାଇଲେ । ତା ସହ ବଳକା ସମୟରେ ନିଜ ପରୀକ୍ଷାର ପ୍ରସ୍ତୁତି ଚଳେଇଲେ । ଇଲୁର ଦୁଇ ଭାଇ-ଭଉଣୀ । ଜଣେ ଭଉଣୀ ୧୦ ଶ୍ରେଣୀରେ ଓ ଜଣେ ଭାଇ ୮ମ ଶ୍ରେଣୀରେ ପଢୁଛନ୍ତି ।

ଇଲୁ ନିଜେ ପଢିବା ସହ ଭାଇ ଭଉଣୀଙ୍କୁ ବି ମଣିଷ କରିବାର ଲକ୍ଷ୍ୟ ରଖିଛନ୍ତି । ଆଉ ନିତି ଘର ଘର ବୁଲି କାମ କରି ବି ସେ ହାରି ଯାଇନାହାଁନ୍ତି  । ଏବେ ପରୀକ୍ଷାରେ ସଫଳତା ପାଇଁ ଖୁବ୍ ଖୁସି ଇଲୁ ।

(ସୈାଜନ୍ୟ : ଏନଡି ଟିଭି )