ରାଜସ୍ଥାନରେ କଂଗ୍ରେସକୁ ମୋଦିଙ୍କ କଟାକ୍ଷ ! ଭିନ୍ନ ମାଟିରେ ଆମେ ଗଢା, ପ୍ରତିଶୃତି ଦେଇ କେବେ ହଟିନଥାଉ

34

ରାଜସ୍ଥାନ : ରାଜସ୍ଥାନର ଉଦୟପୁରରେ ମୋଦି ନିଜର ଚିରାଚରିତ ଢଙ୍ଗରେ ଦେଇଛନ୍ତି ଅଭିିଭାଷଣ । ପରୋକ୍ଷରେ କଟାକ୍ଷ କରିଛନ୍ତି କଂଗ୍ରେସକୁ । ସୂଚନା ଅନୁସାରେ, ଉଦୟପୁର ଜିଲ୍ଲାରେ ୧୫ହଜାର କୋଟି ଟଙ୍କାର ଏକ ପ୍ରୋଜେକ୍ଟର ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ବିକାଶର ନାରା ଦେଇଥିଲେ । କାର୍ଯ୍ୟକ୍ରମ ପରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ମୋଦି କହିଥିଲେ ଆଜି ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟ ମଧ୍ୟରୁ ୯ହଜାର କୋଟି ଟଙ୍କାର ଯୋଜନା ସଡକ ପାଇଁ ଅଟେ । ପିଏମ୍ ମୋଦି ପୂର୍ବ ୟୁପିଏ ସରକାରକୁ କଟାକ୍ଷ କରି କହିଥିଲେ , ‘ବର୍ଷ ବର୍ଷ ଧରି ଏମିତି ଚାଲିଆସିଛି ମାଳା ପିନ୍ଧା ଯାଏ , ପ୍ରତିଶୃତି ଦିଆହୁଏ ଓ ଫଟୋ ଉଠାଯାଏ । ହେଲେ କାମ ସେମିତି ବର୍ଷ ବର୍ଷ ଧରି ଅଟକି ଯାଏ । ଆଉ ଏହି ଖରାପକୁ ଶେଷ କରିବାକୁ ସମୟ ଲାଗିବ । ’

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ରାଜସ୍ଥାନରେ ଏକା ସାଥିରେ ୧୫ହଜାର କୋଟିରୁ ଅଧିକା ପ୍ରୋଜେକ୍ଟର ଆରମ୍ଭ ହେବା , ଏହା ରାଜ୍ୟ ପାଇଁ ଏକ ଅଦଭୂତ ଘଟଣା ଅଟେ । ଆଉ ମଧ୍ୟ ୩ବର୍ଷରେ ୫ହଜାର ୬୦୦ କୋଟିର ପ୍ରୋଜେକ୍ଟ ଆରମ୍ଭ ହୋଇଛି ବୋଲି ମୋଦି କହିଛନ୍ତି । ଲୋକଙ୍କୁ ନିଜ ଭାଷଣରେ ଏହିକଥା ବି କହଛନ୍ତି ଯେ, ଆପଣ ବୁଝନ୍ତୁ ୯ହଜାର କୋଟି ଟଙ୍କାର ମୂଲ୍ୟରେ ନିର୍ମିତ ସଡକ କୃଷକଙ୍କର କେତେ ଲାଭ ହେବ । ବାଜପେୟୀ ସରକାରଙ୍କ ସମୟରେ ସ୍ୱର୍ଣ୍ଣିମ ଚତୁର୍ଭୁଜ ଠାରେ କାମ ହେଲା ଓ ଗୁଜୁରାଟର ସୁଦୂର ଅଂଚଳର କୃଷକ ମାନେ ମଧ୍ୟ ଦିଲ୍ଲୀରେ ସହଜରେ ଫଳ, ଦୁଗ୍ଧ ଓ ପନିପରିବା ପାଇପାରୁଥିଲେ ।

ମୋଦି କଂଗେସକୁ ତୀବ୍ର କଟାକ୍ଷ କରି କହିଥିଲେ , ୯ ବର୍ଷରେ ଶେଷ ହୋଇଥିଲା ୩ଶହ କୋଟିର ପୋଲ । ଏହି ଅବସରରେ କୋଟା ହେଙ୍ଗିଗ ବ୍ରିଜର ଉଦଘାଟନ ମଧ୍ୟ କରିଥିଲେ । ମୋଦି କଂଗ୍ରେସକୁ ଇଙ୍ଗିତ କରି କହିଥିଲେ କି ଏହାର ନିର୍ମାଣ ୨୦୦୮ରେ ଆରମ୍ଭ ହୋଇଥିଲା । କିନ୍ତୁ ୨୦୧୭ରେ ପୂରା ହେଲା । ଏମିତି ଭାବେ ଖାଲି ସବୁ ଆରମ୍ଭ କରିଦିଆଯାଏ । ହେଲେ ପୁରା କରିପାରନ୍ତିନି । ମାଳା ପିନ୍ଧା ଯାଏ, ଫଟୋ ଖାଲି ଉଠାଯାଏ ।’

ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନରେ ଏହି ଶିଳାନ୍ୟାସ ପରେ କହିଛନ୍ତି ରାଜସ୍ଥାନର ଟୁରିଜିମର ଖୁବ୍ କ୍ଷମତା ଅଛି । ସଡକ ପଥ ଦ୍ୱାରା ଖୁବ୍ ଲାଭ ହେବ ଏହି ରାଜ୍ୟର । ସାରା ଦେଶର ଲୋକଙ୍କ ପୁଷ୍କର ମେଳା, ଉଦୟପୁରର ହ୍ରଦ , ଜୈସଲମେରର ମରୁଭୂମିକୁ ଅସିବାକୁ ଇଚ୍ଛା କରିଥାନ୍ତି । ଟୁରିଷ୍ଟ ନିଜ ପକେଟ ଖାଲି କରିବାକୁ ଏଠାକୁ ଆସେ । । ଏହା ଏମିତି ଏକ ସେକ୍ଟର , ଯେଉଁଠି କମ୍ ପୁଂଜି ନିବେଶରେ ଲୋକଙ୍କ  ଅଧିକରୁ ଅଧିକ ରୋଜଗାର ମିଳିଥାଏ । ଏଥିରୁ ଫୁଲ ଓ ପ୍ରସାଦ ବିକାଳୀ ମଧ୍ୟ ଅର୍ଥ କମାଇବ । ଚା’ ବାଲା ବି କମାଇବ । ’ ପ୍ରଧାନମନ୍ତ୍ରୀଙ୍କ ଏ ଚା’ ବାଲା କଥାରେ , ସମସ୍ତେ ଖୁସିରେ ମୋଦି ମୋଦି ନାରା ଦେଇଥିିଲେ । (ସୌଜନ୍ୟ -ନବଭାରତ ଟାଇମ୍ସ)