ଏମିତି ଏକ ଗାଁ : କାଠ କି ପଥର ନୁହେଁ ପ୍ଲାଷ୍ଟିକ୍ ବୋତଲରେ ତିଆରି ସବୁ ଘର !

85

PlasticBottleVillage-768x410-678x381କନକ ବ୍ୟୁରୋ : ପଥର ଓ କାଠରେ ତିଆରି ଅନେକ ଘର ଆପଣ ଦେଖିଥିବେ । ହେଲେ ପ୍ଲାଷ୍ଟିକର ବୋତଲରେ କେବେ ଘର ହେବାର ଦେଖିନଥିବେ । କିନ୍ତୁ ପନାମା ନାମକ ଏକ ଦେଶରେ ଖୁବ୍ ଶୀଘ୍ର ଏମିତି ସବୁ ଘର ଦେଖିବାକୁ ମିଳିବ । ଯେଉଁଠି ଏକ ଗାଁ ଅଛି ,ସବୁ ଘର ସେଠି ପ୍ଲାଷ୍ଟିକ୍ ବୋତଲରେ ନିର୍ମାଣ ହେଉଛି । ଏହା କଥା ବିଶ୍ୱାସ ନହେଲେ ସତ । ଦୈନିକ ଜାଗରଣରେ ପ୍ରକାଶିତ ଏ ଖବର ଏବେ ଚର୍ଚ୍ଚାରେ ।

ପ୍ଲାଷ୍ଟିକର ବୋତଲକୁ ବ୍ୟବାହର ପରେ ଅଦରକାରୀ ଭାବି ଆମେ ଫୋପାଡି ଦେଇଥାଉ । ଏହାକୁ ପୁନଃ ବ୍ୟବାହର କରିବା ମୁସ୍କିଲ ହୋଇଥାଏ ଏବଂ ଯଦି ଜଳାଇ ଦେଉଛେ ତ ବାୟୁ ପ୍ରଦ୍ୟୁଷଣର କାରକ ସାଜିଥାଏ । ଏହି ସବୁ କାରଣକୁ ବୁଝିପାରିଛନ୍ତି ଏହି ଗାଁର ଲୋକେ । ପର୍ଯ୍ୟାବରଣକୁ ବଂଚାଇବା ପାଇଁ ଓ ପୁରୁଣା ବୋତଲକୁ ଆଉଥରେ ବ୍ୟବହାର ଉପଯୋଗୀ କରିବା ପାଇଁ ଏମିତି ଏକ ପ୍ରୟାସ ଆରମ୍ଭ କରିଛନ୍ତି । ଆଉ ଏହି ପନାମା ଦେଶର ଏହି ଗାଁ ଏବେ ବିଶ୍ୱରେ ସ୍ୱତନ୍ତ୍ର ଗାଁ ପାଲଟିବାକୁ ଯାଉଛି । କେବଳ ପ୍ଲାଷ୍ଟିକ ବୋତଲରେ ଅଭିନବ ଘର କରିବାର ତରିକା ପାଇଁ ଆଜି ସାରା ବିଶ୍ୱରେ ଚର୍ଚ୍ଚିତ ଗାଁ ସାଜିଛି  ।

ଏହାସହ ଦେଖନ୍ତୁ ଏହି ଭିଡିଓରେ ସେହି ପ୍ଲାଷ୍ଟିକ ବୋତଲର ଘରକୁ –

ଏହାସହ ମଧ୍ୟ ପଢନ୍ତୁ – ୬୦ବୟସରେ ଶିଖିଲେ କଂପ୍ୟୁଟର ! ୮୧ ବୟସରେ ତିଆରି କଲେ ଆଇଫୋନ ଆପ୍ : ଚର୍ଚ୍ଚାରେ ଏହି ମହିଳା