ଏମିତି ହୃଦୟ ବିଦାରକ ଫଟୋ ! ଏହାର ଫଟୋଗ୍ରାଫର ମାନସିକ ଯନ୍ତ୍ରଣାରେ କରିଥିଲେ ଆତ୍ମହତ୍ୟା

79

kevଜୀବନରେ ଏମିତି ସମୟ ଆସିଥାଏ ଯାହାକୁ ଯେତେ ଚେଷ୍ଟା କଲେ ବି ଭୁଲି ହୋଇନଥାଏ । ଏହା ମୃଦୁ ମଳୟ ହୋଇ ମନର ଉପବନରେ ପ୍ରତିକ୍ଷଣେ ବହୁଥାଏ । କେତେବେଳେ ମନକୁ ଉପଶମ ଦିଏ ତପୁଣି କେତେବେଳେ କ୍ଷତାକ୍ତ କରେ ।

klଏମିତି ଘଟିଥିଲା ପ୍ରସିଦ୍ଧ ଫଟୋ ଜର୍ଣ୍ଣାଲିଷ୍ଟ କେବିନ୍ କାର୍ଟରଙ୍କ ଜୀବନରେ । ଯାହାକୁ ନେଇ ସାରା ଦୁନିଆରେ ଏବେ ସୁଦ୍ଧା ବି ଚର୍ଚ୍ଚା । ଜର୍ଣ୍ଣାଲିଷ୍ଟ କେବିନ୍ କାର୍ଟର ମାର୍ଚ୍ଚ ୧୯୯୩ରେ ସାଉଥ୍ ସୁଦାନ ଯାଇ ଉଠାଇଥିଲେ କିଛି ଫଟୋ । କିନ୍ତୁ ଏହି ଫଟୋ ତାଙ୍କ ଜୀବନର ଖୁବ୍ ଭୟାନକ ଓ ଶେଷ ଫଟୋ ସୁଟ୍ ହୋଇଯାଇଥିଲା । ଏହାପରେ ଫଟୋଗ୍ରାଫର କେବିନ୍ କାର୍ଟର ଏମିତି ଭୟାନକ ସ୍ୱପ୍ନ ସବୁ ଦେଖିଲେ ଯେ ଶାନ୍ତିରେ ରହିପାରିନଥିଲେ । ମାନସିକ ଯନ୍ତ୍ରଣା ତାଙ୍କୁ ଖୁବ୍ ଆଘାତ କଦେଇଥିଲା । ଘଟଣାର ତିନି ମାସ ପରେ ବାଛିନେଲେ ଆତ୍ମହତ୍ୟାର ବାଟ । ଆଉ ଏ ଫଟୋକୁ ଯିଏ ବି ଦେଖିବ ,ସେ ଆଖିରୁ ଲୁହ ଝରେଇ ରହିପାରିବନି ।

କେବିନ୍ ଉଠାଇଥିବା ଫଟୋକୁ ନେଇ ହୋଇଥିଲା ବିଶ୍ୱ ସାରା ଚର୍ଚ୍ଚା । ତାଙ୍କୁ ମିଳିଥିଲା ପୁଲିତଜର ଆୱାର୍ଡ । ହେଲେ ଏହି ଆୱାର୍ଡ ଜିତିବାର ୩ମାସ ପରେ କେବିନ କରିଥିଲେ ଆତ୍ମହତ୍ୟା । ପ୍ରକୃତରେ ଏହି ଫଟୋ ଥିଲା ସାଉଥ୍ ସୁଦାନର ଦୁର୍ଭିକ୍ଷଗ୍ରସ୍ତ ଭୋକରେ ଆଉଟ୍ ପାଉଟ୍ ହେଉଥିବା ଏକ ପିଲାର । ଭୋକର ତାଡନାରେ ଏହା ମୃତ୍ୟୁକୁ କରୁଥିଲା ସ୍ୱାଗତ । ଏକ ଶାଗୁଣା ଖାଇବା ପାଇଁ ଏହାର ମରିବାକୁ ଅପେକ୍ଷା କରିଥିଲା । କେବିନ କହିଥିଲେ ସେ ୨୦ ମିନିଟ୍ କାଳ ସେଠାରେ ସେହି ଶାଗୁଣାକୁ ଉଡିବାଯାଏ ଅପେକ୍ଷା କରିଥିଲେ । ହେଲେ ଯେତେବେଳେ ସେ ଯାଇନଥିଲା ତାର ଫଟୋ କ୍ଲିକ୍ କରିଥିଲେ ।

ଏହାସହ ଦେଖନ୍ତୁ କେବିନଙ୍କ ଏହି ଫଟୋ ଭିଡିଓ –