କମିବ ପେଟ୍ରୋଲ ଦାମ୍ ! ୫ ବର୍ଷ ପରେ ଲିଟର ପିଛା ୩୦ଟଙ୍କାରେ ମିଳିବ ତେଲ

38

ଆପଣ ଏବେ ଲିଟର ପିଛା ୬୫ ଟଙ୍କାରେ ପେଟ୍ରୋଲ କିଣୁଛନ୍ତି । କିନ୍ତୁ ୫ ବର୍ଷ ପରେ ଆପଣ ୩୦ ଟଙ୍କା କିମ୍ବା ତା ଠାରୁ ଆହୁରି କମ୍ ରେ ପାଇପାରିବେ ପେଟ୍ରୋଲ୍ । ନୂଆ ପ୍ରଯୁକ୍ତି ବିଦ୍ୟାର ବିକାଶ ଫଳରେ ଇନ୍ଧନ ଭାବେ ପେଟ୍ରୋଲ ଉପରେ ବିଶ୍ୱର ନିର୍ଭରତା କମିଯିବ । ଯାହା ଦ୍ୱାରା ପେଟ୍ରୋଲର ଦାମରେ ପରିବର୍ତ୍ତନ ଆସିବ ।

ଆମେରିକାର ଫ୍ୟୁଚରିଷ୍ଟ ଟୋନି ସେବା ଏହା କହିଛନ୍ତି । ଟୋନି ପୂର୍ବରୁ ମଧ୍ୟ ସୋଲାର ପାୱାର ଉପରେ ଭବିଷ୍ୟତବାଣୀ କରିଥିଲେ । ଏହା ସତ ସାବ୍ୟସ୍ତ ହୋଇଛି । ସିଏନବିସି ଚ୍ୟାନେଲକୁ ସାକ୍ଷାତକାରରେ ଟୋନି ଏକଥା କହିଛନ୍ତି । ୨୦୨୦-୨୧ ମସିହା ବେଳକୁ ତେଲର ଆବଶ୍ୟକତା ଶୀର୍ଷରେ ପହଁଚିଯିବ । ଏହାପରେ ୧୦ ବର୍ଷ ଭିତରେ ତେଲର ଉତ୍ପାଦନ ଅଙ୍କ ୧୦୦ ମିଲିୟନ ବ୍ୟାରେଲରୁ ୭୦ ମିଲିୟନ ବ୍ୟାରେଲକୁ ଖସିଆସିବ । ଲୋକେ ଇଲେକ୍ଟ୍ରିକ ଗାଡି ବ୍ୟବହାର କରିବେ । ଏହାକୁ କିଣିବାରେ ଶସ୍ତା ହେବ ଓ ଚଳାଇବା ଅତି ସହଜ ମଧ୍ୟ ହେବା । ୧୫ ବର୍ଷ ପରେ ଧିରେ ଧିରେ ଦେଶରେ ଡିଜେଲ୍ ଓ ପେଟ୍ରୋଲ କାରର ବିକ୍ରି ବନ୍ଦ ହୋଇଯିବ ।

(ସୈାଜନ୍ୟ : ଦ ଇକୋନୋମିକ୍ ଟାଇମ୍ସ )

ଏହା ସହ ମଧ୍ୟ ପଢନ୍ତୁ – ଆପଣ ଜାଣନ୍ତି ସ୍ମାର୍ଟଫୋନରୁ କାହିଁକି ବ୍ୟାଟେରୀ ଶୀଘ୍ର ସରିଯାଏ ? ୧୦ଟି ଆପ୍ ଏଥିପାଇଁ ଦାୟୀ !