କୁକୁର ସହ ୫ଟଙ୍କାରେ ସେଲଫି !

42

କର୍ଣ୍ଣାଟକ : ସେଲଫିରେ ପାଗଳ ସମସ୍ତେ । ଯେଉଁଠି କି ଗଲେ ଲୋକେ ସେଲଫି ନେବାକୁ ଭୁଲିନଥାନ୍ତି । ଏଥିପାଇଁ ଅନେକ ଲୋକ ନିତି ନୂଆ ନୂଆ ସ୍ଥାନ ବି ଭ୍ରମଣ କରିଥାନ୍ତି । ସେଲଫି ମୁହଁ ଏବେ ଲୋକେ । ସେଲଫିକୁNBT-image ନେଇ ଯେତେ ଆଲୋଚନା କଲେ ବି କମ୍ ହେବ । ଏହାର କ୍ରେଜ୍ ଶୀଘ୍ର ସରିବାର ନୁହେଁ । ଦିନକୁ ଦିନ ଲୋକଙ୍କ ମଧ୍ୟରେ ସେଲଫିର ପ୍ରୀତି ବଢିଚାଲିଛି । ବଡ ବଡ ଲୋକଙ୍କ ସହ ସେଲଫି ନେବାର
ଲୋକେ ନଜର ଆସିଥାନ୍ତି । କିନ୍ତୁ କର୍ଣ୍ଣାଟକର ମନ୍ଦିକେରିରେ ଦଶହରାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦଶହରା ପାଳିବା ପାଇଁ ଏକାଠି ହୋଇଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ସେଲଫିର ବ୍ୟବସ୍ଥା କରାଯାଇଥିଲା ।

ମଦିକେରିରେ ଦଶହରା ଉତ୍ସବ ସମୟରେ କୁକୁର ସହ ସେଲଫି ନେବା ପାଇଁ ବହୁତ ଭିଡ ଜମିଥିଲା । ବହୁତ ଲୋକ , ବିଶେଷକରି ଛୋଟ ଛୋଟ ପିଲା କୁକୁର ସହ ସେଲଫି ନେବା ପାଇଁ ବହୁତ ଉତ୍ସାହିତ ଥିବାର ନଜର ଆସିଥିଲେ । ଲୋକେ ନିଜ ନିଜର କୁକୁର ନେଇ ଉତ୍ସବରେ ସାମିଲ ହୋଇଥିଲେ । ସେମାନେ ନିଜର କୁକୁର ସହ ଲୋକଙ୍କୁ ସେଲଫି ନେବାକୁ ସୁଯୋଗ ଦେଇଥିଲେ । ଖାଲି ଏହା ନୁହେଁ ପ୍ରତି ସେଲଫି ପିଛା ୫ଟଙ୍କା ଦେଇ ଲୋକେ ଖୁସିରେ ଉଠାଉଥିଲେ ସେଲଫି । ନବଭାରତ ଟାଇମ୍ସରେ ପ୍ରକାଶିତ ଏ ଖବର ଏବେ ଖୁବ୍ ଚର୍ଚ୍ଚାରେ ।