ମେଟ୍ରୋ ଏବେ ହେଲା ଆହୁରି ସ୍ମାର୍ଟ ! ମୋବାଇଲରେ ଖୋଲିବ ଗେଟ୍

22

ନୂଆ ଦିଲ୍ଲୀ : ଦିଲ୍ଲୀ ମେଟ୍ରୋର ଆଇଟିଙ୍କ ଦ୍ୱାରା ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି । କାଶ୍ମୀର ଗେଟ୍ ଯାଏ ହେରିଟେଜ୍ ଲାଇନ୍ ମେଟ୍ରୋ ରବିବାର ଠାରୁ ଆରମ୍ଭ ହେବ । ଜାମା ମସଜିଦ୍ ଷ୍ଟେସନ ଠାରେ ନୂଆ ଏକଜିଟ୍ ଗେଟ୍ ଲଗାଯାଇଛି । ଯାତ୍ରୀମାନେ ନିଜର ମୋବାଇଲ୍ ଫୋନ ସାହାଯ୍ୟରେ ଏହି ଗେଟରେ ବାହାରକୁ ପ୍ରସ୍ଥାନ କରିପାରିବେ ।

ଯାତ୍ରୀମାନେ ମଧ୍ୟ ଟ୍ରାଏଲ୍ ରନ୍ ପାଇଁ ପେଟିଏମ୍ ଜରିଆରେ କ୍ୟୁଆର୍ କୋଡ୍ ମଧ୍ୟ ଜେନେରେଟ୍ କରିପାରିବେ ଏବଂ ହେରିଟେଜ୍ ଲାଇନର ଦୁଇ ଷ୍ଟେସନ ମଧ୍ୟରେ ଯାତ୍ରା କରିପାରିବେ । ରେଳ ସୁରକ୍ଷା ସଂସ୍ଥା ଏହି ବହୁପ୍ରତୀକ୍ଷିତ ବ୍ୟବସାୟିକ ଯୋଜନାକୁ ସବୁଜ ସଙ୍କେତ ଦେଇଛନ୍ତି ।