ବୁଲେଟ୍ ଟ୍ରେନ ଠାରୁ ଅଧିକା ମହଙ୍ଗା ଭାରତର ଏହି ଟ୍ରେନ : ଭଡ଼ା ଦାମ୍ ୧ଲକ୍ଷ ଟଙ୍କା !

43

train-2ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହ ଭାରତରେ ବୁଲେଟ୍ ଟ୍ରେନର ପରିଯୋଜନା କରିଛନ୍ତି । ଏବେ ବୁଲେଟ୍ ଟ୍ରେନରେ ଖୁବ୍ ଚର୍ଚ୍ଚା ହେଉଛି । ଏହାକୁ ନେଇ ଏବେ ବାତାବରଣ ଖୁବ ସରଗରମ । ଛୋଟ ଠାରୁ ବଡ ସମସ୍ତଙ୍କ ମୁହଁରେ ବୁଲେଟ ଟ୍ରେନ କଥା । ଆଖିରେ ବୁଲେଟ ଟ୍ରେନର ସ୍ୱପ୍ନ । କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଏମିତି ଟ୍ରେନ୍ ଅଛି , ଯାହାର ଭଡ଼ା ବୁଲେଟ ଟ୍ରେନ ଠାରୁ ଖୁବ୍ ମହଙ୍ଗା । ଯାହା ବୁଲେଟ ଟ୍ରେନ ଭଳି ସିନା ଦ୍ରୁତଗାମୀ ନୁହେଁ,ହେଲେ ବିଳାସପୂର୍ଣ୍ଣ ସୁବିଧା ସୁଯୋଗରେ ଖୁବ୍ ଆଗରେ ଓ ପସନ୍ଦ ଯୋଗ୍ୟ ଅଟେ । ଆସନ୍ତୁ ଭାରତର ଏହି ଟ୍ରେନ ବିଷୟରେ ଜାଣିବା । ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ ।

ଏହି ଟ୍ରେନ ବିଶେଷକରି ପର୍ଯ୍ୟଟକଙ୍କ ପାଇଁ ହୋଇଛି । ଏବଂ ଏଥିରେ ପ୍ୟାକେଜ ହିସାବରେ ଯାତ୍ରା କରାଯାଇଥାଏ । ଯେଉଁଥିରେ ଅନେକ ସ୍ଥାନ ଭ୍ରମଣ କରାଯାଏ । ଏହି ଟ୍ରେନରେ ମଧ୍ୟ ପର୍ଯ୍ୟଟକଙ୍କ ରହିବାର ବ୍ୟବସ୍ଥା କରାଯାଇଥାଏ । ଏହାସହ ଟ୍ରେନର ପ୍ୟାକେଜରେ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ସୂଚନା ଅନୁସାରେ ବୁଲେଟ ଟ୍ରେନର ଭଡ଼ା ୩ହଜାରରୁ ୫ହଜାର ଭିିତରେ ହୋଇଥାଏ ।

train-3ଲଗଜୁରୀ ( ବିଳାସପୂର୍ଣ୍ଣ) ପାଇଁ ପ୍ରସିଦ୍ଧ ଏହି ଟ୍ରେନର ନାମ ପ୍ୟାଲେସ୍ ଅନ୍ ହ୍ୱିଲ୍ସ ଅଟେ । ଏହା ରାଜସ୍ଥାନର କିଛି ସହରରେ ଯାତ୍ରା କରିଥାଏ । ଏବଂ ଏହି ସମୟରେ ପର୍ଯ୍ୟଟକଙ୍କୁ ରାଜକୀୟ ଭାବରେ ସ୍ୱାଗତ କରାଯାଇଥାଏ । ଏବଂ ରାଜକୀୟ ଅନ୍ଦାଜରେ ମଧ୍ୟ ରଖାଯାଇଥାଏ । ଏହାକୁ ଖୁବ୍ ଉପେଭାଗ କରିଥାନ୍ତି ପର୍ଯ୍ୟଟକ ତଥା ଯାତ୍ରୀମାନେ । ଏହାର ଏପରି ମନୋଲୋଭା ଓ ସୁନ୍ଦର ସୁବିଧା ସୁଯୋଗ ପାଇଁ ଅଧିକ ମହଙ୍ଗା ହୋଇଥାଏ ଏହି ଟ୍ରେନର ଭଡ଼ା ।

train-4ରାଜ ମହଲ ଭଳି ଦେଖାଯାଉଥିିବା ଏହି ଟ୍ରେନର ଭଡ଼ା ୫୧୯୦୦ଟଙ୍କାରୁ ଆରମ୍ଭ ହୋଇଥାଏ । ଦୁଇଜଣ ଲୋକଙ୍କ ପାଇଁ ପ୍ୟାକେଜ୍ ବୁକ୍ କଲେ , ଜଣେ ଯାତ୍ରୀଙ୍କ ଭଡା ୩୯ ହଜାର ଟଙ୍କା ପ୍ରତି ରାତିକୁ ଦେବାକୁ ହୁଏ । ଏଥିରେ ସୁପର ଡିଲକ୍ସର ଭଡା ୧ଲକ୍ଷ ୮ହଜାର ଟଙ୍କା ଅଟେ । ଏହି ଭଡ଼ା ପିକ୍ ସିଜିନ୍ ଅନୁସାରେ ନିଆଯାଏ । ବିଦେଶ ପର୍ଯ୍ୟଟକଙ୍କ ପାଇଁ ଭଡ଼ା ୮୬୫ଡଲାର ଅଟେ । ଏବଂ ଡିଲକ୍ସ ପ୍ୟାକେଜ୍ ପାଇଁ ଗୋଟିଏ ରାତ୍ରି ପାଇଁ ଭଡ଼ା ୧୮୦୦ଡଲାର ନିଆଯାଇଥାଏ । ( ଏହା ମଧ୍ୟ ପିକ୍ ସିଜିନ୍ ଅନୁସାରେ )

ଏହି ଟ୍ରେନର ପ୍ୟାକେଜରେ ଅନେକ ସହରର ଭ୍ରମଣର ସୁବିଧା ଥାଏ । ଯେଉଁଥିରେ ପ୍ରଥମ ଦିନ ଦିଲ୍ଲୀ , ଦ୍ୱିତୀୟ ଦିନ ଗୋଲାପୀ ନଗରୀ ଜୟପୁର, ୩ୟ ଦିନ ଚିତ୍ରୋଗଡ , ୪ର୍ଥ ଦିନ ଉଦୟପୁର , ୫ମ ଦିନ ଜୈସଲମେର୍ , ୬ଷ୍ଠ ଦିନ ଯୋଧପୁର , ୭ମ ଦିନ ତାଜନଗରୀ ଆଗ୍ରା ଓ ୮ମ ଦିନ ଦିଲ୍ଲୀ ଭ୍ରମଣ କରାଯାଏ ।

train-5ଏହି ପ୍ୟାକେଜ ପାଇଁ ପ୍ରଥମରୁ ପୁରା କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥାଏ । ଏଥିରେ ରାଜକୀୟ ତରିକାରେ ଖାଇବାକୁ ଦିଆଯାଇଥାଏ । ଏବଂ ମହଲ ପରି କୋଠରୀ ମଧ୍ୟ ରହିଥାଏ । ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରାଜା-ମହାରାଜାଙ୍କ ଭଳି ରଖାଯାଇଥାଏ । ଏହି ଟ୍ରେନରେ ପ୍ରମୁଖ କଥା ହେଲା ଏହାର କୋଚ୍ ନାମ ମଧ୍ୟ ଅନ୍ୟ ଟ୍ରେନ ପରି ହୋଇନଥାଏ । ଏହି ଟ୍ରେନର ନାଁ ମଧ୍ୟ ସହରର ନାଁ ଅନୁସାରେ ଦିଆଯାଇଥାଏ । ଏହି କୋଚ୍ ଗୁଡିକର ନାଁ ଯଥାକ୍ରମେ ଧୋଲପୁର , ଅଲୱର, ବରତପୁର ,ବୁନ୍ଦି , ଡୁଙ୍ଗରଗଢ, ଜୈସଲମେର ଆଦି ରହିଛି ।

(ସୌଜନ୍ୟ- ଆଜତକ୍)