ଚର୍ଚ୍ଚାରେ ଉଡନ୍ତା କାର୍ : ରାସ୍ତାରେ ଗଡିବା ସହ ଆକାଶରେ ବି ଉଡିବ

60

0ଏମିତି ଏକ ଖବର ଏବେ ଖୁବ୍ ଚର୍ଚ୍ଚାରେ । ଅନେକ ଦିନର ସ୍ୱପ୍ନ ବାସ୍ତବରେ ପରିଣତ ହୋଇଛି । ରାସ୍ତାରେ ଚାଲୁଥିବା କାର ଏବେ ଆକାଶରେ ଉଡିବ । ଲୋକେ କାରରେ ବସି ନେବେ ଯାତ୍ରାର ମଜା । ବୈଜ୍ଞାନିକମାନେ ତିଆରି କରିଛନ୍ତି ଏମିତି ଏକ ଅଭିନବ କାର୍ ।

32721695562_8b05062180_owebକିଛି ଦିନ ପୂର୍ବରୁ ଏକ ଖବର ପ୍ରକାଶିତ ହୋଇଥିଲା ଯେ ଦୁବାଇରେ ଆସନ୍ତା ଦିନରେ ଡ୍ରୋନ ଟ୍ୟାକ୍ସି ଚାଲିବ । ଏବେ ଏହା ସତ ହୋଇଛି । ଇଚ୍ କଂପାନୀ ପିଏଏଲ୍–ଭି ଲିବର୍ଟୀ ନାମକ ଏକ ଉଡନ୍ତା କାର୍ ଲଂଚ୍ କରିଛି । କାରର ଖାସ୍ କଥା ହେଲା ଏହା ସଡକରେ ଚାଲିବ ଓ ତା ସହ ଆକାଶରେ ଉଡିବପାରିବ । ଏହି ଲିବର୍ଟୀ କାରର ପ୍ରାରମ୍ଭିକ ମୂଲ୍ୟ ଭାରତୀୟ ବଜାରରେ ପାଖାପାଖି ୨.୮୬ କୋଟି ରହିଛି । ଏହି କାରର ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି । କାରଟିର ପ୍ରଥମ ଡେଲିଭରୀ ୨୦୧୮ ମସିହା ଶେଷ ସୁଦ୍ଧା ହେବାର ସମ୍ଭାବନା ରହିଛି ।

ଅନେକ ଜରୁରୀ ପରିସ୍ଥିତିରେ ଓ ଟ୍ରାଫିକ୍ ଜାମ୍ ଆଦି ସମସ୍ୟାରେ ଏହା ଖୁବ୍ ସହଯୋଗୀ ସାବ୍ୟସ୍ତ ହେବ । ସେହି ସମୟରେ ଏହା ଆକାଶରେ ଉଡି ଗନ୍ତବ୍ୟ ସ୍ଥଳୀରେ ଲୋକଙ୍କୁ ପହଁଚାଇଦେବ ।

ଏହାସହ ଦେଖନ୍ତୁ ଏହି ଭିଡିଓ –