ବିଲେଇ ମୃତ୍ୟୁରେ ମକଦ୍ଦମା : ପଶୁ ଡାକ୍ତରଙ୍କୁ ୨.୫ କୋଟିର ଜରିମାନା

48

catପାକିସ୍ତାନରେ ଏକ ଅଜବ ଘଟଣା ଘଟିଛି । ଜଣ ମହିଳା ନିଜର ପୋଷା ବିଲେଇର ମୃତ୍ୟୁ ପାଇଁ ଜଣେ ପଶୁ ଡାକ୍ତରଙ୍କୁ ୨.୫ କୋଟିର ଜରିମାନା କରିଛନ୍ତି । ପଶୁ ଡାକ୍ତରଙ୍କ ଅବହେଳା ଯୋଗୁଁ ବିଲେଇର ମୃତ୍ୟୁ ହୋଇଛି ବୋଲି ମହିଳା ଜଣକ ଦାବି କରିଛନ୍ତି ।

ଡାକ୍ତରଙ୍କ ନାମରେ ଏତଲା ଦେଇଥିବା ମହିଳାଙ୍କ ନାଁ ସଣ୍ଡସ ହୁରେନ୍ । ପେଶାରେ ମହିଳା ଜଣକ ଜଣେ ଓକିଲ । ସେ ନିଜ ବିଲେଇର ଦେହ ପରୀକ୍ଷା ପାଇଁ ପଶୁ ଚିକିତ୍ସକ ଡାଃ ଫୈସଲ ଖାନଙ୍କ ପାଖକୁ ନେଇଥିଲେ । ଡାକ୍ତରଙ୍କ କହିବାନୁସାରେ ସେହି ମହିଳା ନିଜ ବିଲେଇକୁ ସେହି କ୍ଲିନିକରେ ଛାଡି ସଂନ୍ଧ୍ୟାରେ ଆସି ନେଇଥିଲେ । କିନ୍ତୁ ଘରଜୁ ନେଲା ପରେ ବିଲେଇର ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଲା । ପୁଣି ତାକୁ ଆଉ ଜଣେ ଡାକ୍ତରଙ୍କ ପାଖକୁ ନେଲେ । ସେଠାରେ ବିଲେଇଟି ମରିଗଲା ।

cat-170615ମିଳିଥିବା ସୂଚନାନୁସାରେ ମହିଳା ଜଣକ କହିଛନ୍ତି, ଡଃ ରାଣାଙ୍କ କହିବାନୁଯାୟୀ ବିଲେଇଟିକୁ କମ୍ ତାପମାତ୍ରାରେ ରଖାଯାଇଥିଲା । ଯାହା ବିଲେଇମାନଙ୍କ ପାଇଁ ଉପଯୁକ୍ତ ନୁହେଁ । ଏହି କାରଣରୁ ବିଲେଇର ମୃତ୍ୟୁ ହୋଇଛି ଏବଂ ବିଲେଇର ପୋଷ୍ଟ ମର୍ଟମ ରିପୋର୍ଟ ଆଧାରରେ ଅତ୍ୟଧିକ ଥଣ୍ଡା ,ପାଣିର ଅଭାବ ଓ ଭୋକିଲା ରହିଥିଲା ବିଲେଇଟି ।
ଏହି ମହିଳା ସଂପୃକ୍ତ ଡାଃ ଫୈସଲ ଓ ତାଙ୍କର କର୍ମଚାରୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ସେମାନଙ୍କ ନାଁରେ ଏତଲା ଦେଇଛନ୍ତି ।

ଏହାସହ ମଧ୍ୟ ଦେଖନ୍ତୁ- ହୋଟେଲରେ ଗର୍ଭଧାରଣ କରିବାକୁ ଚାହୁଁଛନ୍ତି କି ? ମିଳୁଛି ମାଗଣା ଆତିଥ୍ୟ