ଲାଡେନ ବି ଥିଲା ସନ୍ନିଙ୍କ ଦିୱାନା ! ଅଭିନେତ୍ରୀ ସନ୍ନି ଲିଓନିଙ୍କ ଡକ୍ୟୁମେଂଟାରୀରେ କିଛି ଅଜଣା କଥା

87

1ବଲିଉଡରେ ନିଜର ଅଭିନୟର ଯାଦୁରେ ଚର୍ଚ୍ଚା ସାଉଁଟି ଥିବା ସନ୍ନି ଲିଓନିଙ୍କ ଜୀବନୀକୁ ନେଇ ଏକ ଡକ୍ୟୁମେଂଟାରୀ ଫିଲ୍ମ ତିଆରି ହୋଇଛି । ଆଉ ଏହାକୁ ତିଆରି କରିଛନ୍ତି ନିର୍ଦ୍ଦେଶକ ଦିଲିପ ମେହେଟ୍ଟା । ‘ମୋଷ୍ଟଲି ସନ୍ନି ’ ନାମକ ଏହି ଡକ୍ୟୁମେଂଟାରୀରେ ସନ୍ନିଙ୍କ ଜୀବନର ଅନେକ ଅଜଣା କଥା ଦର୍ଶାଯାଇଛି ।

47369340ନିକଟରେ ସନ୍ନିଙ୍କ ଏହି ଡକ୍ୟୁମେଂଟାରୀର ଟ୍ରେଲର ରିଲିଜ ହୋଇଛି । ଯାହାକୁ ସନ୍ନିଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି । ଏହି ପୂରା ଡକ୍ୟୁମେଂଟାରୀକୁ ଦେଖିବାକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି । ଏହି ଡକ୍ୟୁମେଂଟାରୀରେ ଅନେକ ଅକୁହା କଥାକୁ ଚିତ୍ରଣ କରାଯାଇଛି । ସନ୍ନିଙ୍କ ପ୍ରଶଂସକ ତାଲିକାରେ ଓସାମା ବି ଥିଲା । ଓସାମା ବିନ୍ ଲାଡେନ୍ ବି ଦିନେ ସନ୍ନିଙ୍କର ଦିୱାନା ପାଲଟି ଯାଇଥିଲା । ଓସାମାଙ୍କ ପାଖରେ ସନ୍ନିଙ୍କ ଅନେକ ଭିଡିଓ ସିଡି ଥିଲା ।

୨ଘଂଟାର ଏହି ଡକ୍ୟୁମେଂଟାରୀରେ ସନ୍ନିଙ୍କ ଜୀବନ ସହ ଜଡିତ ଅନେକ ଅଜଣା ତଥ୍ୟ ସାମ୍ନାକୁ ଆସିଛି । କରଣଜିତ୍ କୈାର ଭୋହରାରୁ ସନ୍ନି ଲିଓନି ହେବାରେ କେତେ ଜୀବନ ସଂଘର୍ଷ କରିବାକୁ ପଡିଛି ଏକଥା ଡକ୍ୟୁମେଂଟାରୀରେ ଦର୍ଶାଯାଇଛି । ଏହା ମଧ୍ୟ ଚିତ୍ରଣ ହୋଇଛି ସମାଜରୁ କେମିତି ସନ୍ନିଙ୍କୁ ବାହାର କରିଦିଆଯାଇଥିଲା । ଏହି ଡକ୍ୟୁମେଂଟାରୀକୁ ଟୋରଂଟୋ ଇଂଟରନେଶନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇସାରିଛି । ଏହା ଛଡା ମାମି ଫିଲ୍ମ ଫେଷ୍ଟିଭାଲରେ ବି ଏହାର ପ୍ରିମିୟର ହୋଇସାରିଛି ।

ଏହାସହ ମଧ୍ୟ ଦେଖନ୍ତୁ –ମହିଳାଙ୍କ ଅଜବ ନିଶା : ୧ଲକ୍ଷ ପୁରୁଷଙ୍କ ସହ ରଖିବେ ଶାରୀରିକ ସମ୍ବନ୍ଧ