ରିିୟଲ ଇଷ୍ଟେଟ ଉପରେ ଲାଗିବ ଜିଏସଟି ? ଘର କିଣିବା ହେବ ଶସ୍ତା !

33

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରିୟଲ ଇଷ୍ଟେଟକୁ ଜିଏସଟି ଅଧୀନରେ ଆଣିବାକୁ ପ୍ରସ୍ତୁତ କରୁଛନ୍ତି । ଯଦି ଏପରି ହେଲା ତ ଘର କିଣିବାରେ କେବଳ ଗୋଟିଏ ଟାକ୍ସ ଦେବାକୁ ହେବ । ଅର୍ଥାତ୍ ଘର କିଣିବା ଶସ୍ତା ହୋଇଯିବ । ହାୱଡା ୟୁନିଭର୍ସିଟିରେ ନିଜ ଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଏହି ମାମଲାରେ ଗୁଆହାଟୀରେ ୯ନଭେମ୍ବରକୁ ହେବାକୁ ଥିବା ଜିଏସଟି ବୈଠକରେ ଆଲୋଚନା କରାଯିବ । ଜେଟଲୀ ଗୁରୁବାର ଦିନ କହିଛନ୍ତି , ରିୟଲ ଇଷ୍ଟେଟ୍ ରେ ସବୁଠୁ ଅଧିକ ଟ୍ୟାକ୍ସ ଚାରି ହୋଇଥାଏ । ଏଥିପାଇଁ ଏହାକୁ ଜିଏସଟି ଅନ୍ତର୍ଗତ କରିବା ଉଚିତ  ।

ଜେଟଲୀ ଭାରତରେ ଟ୍ୟାକ୍ସ ସୁଧାର ଉପରେ ବାର୍ଷିକ ମହିନ୍ଦ୍ରା ବ୍ୟାଖାନରେ କହିଛନ୍ତି , ଭାରତରେ ରିୟଲ ଇଷ୍ଟେଟ୍ ଏକ ଏମିତି କ୍ଷେତ୍ର , ଯେଉଁଠାରେ ସବୁଠୁ ଅଧିକ କର ଚୋରି ଓ ନଗଦ ଜନ୍ମ ହୋଇଥାଏ । ଏହା ଏବେବି ଜିଏସଟି ଠାରୁ ବାହାରେ । କିଛି ରାଜ୍ୟ ଏହା ଉପରେ ପ୍ରାଧାନ୍ୟ ଦେଉଛନ୍ତି । ମୋର ବ୍ୟକ୍ତିଗତ ଭାବେ ଏହା ଉଦ୍ଦେଶ୍ୟ ଯେ ଜିଏସଟି କୁ ରିୟଲ ଇଷ୍ଟେଟ ଅଧୀନରେ ଆଣିବା ଉଚିତ୍ ।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି , ଆସନ୍ତା ବୈଠକରେ ( ଜିଏସଟିର ) ଆମେ ଏହି ସମସ୍ୟା ଉପରେ ଚର୍ଚ୍ଚା କରିବୁ । କିଛି ରାଜ୍ୟ ଏହି ରିୟଲ ଇଷ୍ଟେଟକୁ ଜିଏସଟି ଭିତରୁ ଆଣିବାକୁ ଚାହୁଁଛନ୍ତି ଆଉ କିଛି ମନା କରୁଛନ୍ତି । ଆମର ଚେଷ୍ଟା ହେବ ଏକ ମତକୁ ସହମତି ଦେଇ ଜିଏସଟି ଆଣିବାରେ ଚେଷ୍ଟା କରିବା । ଆଉ ମଧ୍ୟ ଅର୍ଥମନ୍ତ୍ରୀ କହିଛନ୍ତି ଏହାର ଫାଇଦା କଷ୍ଟମରଙ୍କୁ  ମିଳିବ । ଯାହାକୁ କି ପୁରା ପ୍ରଡକ୍ଟ ଉପରେ କେବଳ ଗୋଟିଏ ଟାକ୍ସ ଦେବାକୁ ହେବ । ସୂଚନା ଯେ, ଅର୍ଥମନ୍ତ୍ରୀ ଜେଟଲୀ ଆମେରିକାକୁ ଏକ ସପ୍ତାହ ଯାତ୍ରାରେ ଅଛନ୍ତି । ସେଠାରେ ସେ ବିଶ୍ୱବ୍ୟାଙ୍କ ଓ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ବାର୍ଷିକ ବୈଠକରେ ଅଂଶ ଗ୍ରହଣ କରିବେ।

(ସୌଜନ୍ୟ- ନବଭାରତ ଟାଇମ୍ସ )